ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

କମିଲା ବ୍ୟାବସାୟିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଦର

0

ନୂଆଦିଲ୍ଲୀ: ଆଜିଠାରୁ ୧୯ କି.ଗ୍ରା,ବିଶିଷ୍ଟ ବ୍ୟାବସାୟିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଦର ୩୬ ଟଙ୍କା ହ୍ରାସ ପାଇଛି।ଏହି ହ୍ରାସ ପରେ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡର ର ମୂଲ୍ୟ ସିଲିଣ୍ଡର ପିଛା ୧୯୭୬ ଟଙ୍କା ରହିଛି । ଏହାର ମୂଲ୍ୟ  ୨୦୧୨.୫୦ ଟଙ୍କା ଥିଲା । ଦର ହ୍ରାସ ଯୋଗୁଁ ହୋଟେଲ୍‌, ରେସ୍ତୋରାଁ ଏବଂ ରନ୍ଧନ ଗ୍ୟାସ୍‌ ବ୍ୟବହାର କରୁଥିବା ଅନ୍ୟାନ୍ୟ ବ୍ୟାବସାୟିକ ପ୍ରତିଷ୍ଠାନ ଉପକୃତ ହେବେ। କିନ୍ତୁ, ଘରେ ରୋଷେଇ କରିବାକୁ ବ୍ୟବହାର କରାଯାଉଥିବା ‘ଏଲ୍‌ପିଜି’ ସିଲିଣ୍ଡର୍‌ର ଦର ଅପରିବର୍ତ୍ତିତ ରହିଛି।

ସେହିପରି, ମୁମ୍ବାଇରେ ବ୍ୟାବସାୟିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଦର ଟ. ୧୯୭୨.୫୦ ପରିବର୍ତ୍ତେ ଟ. ୧୯୩୬.୫୦ରେ ବିକ୍ରୟ ହେଉଛି। କୋଲ୍‌କାତାରେ ବ୍ୟାବସାୟିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଦର ଟ. ୨୧୩୨/- ପରିବର୍ତ୍ତେ ଟ. ୨୦୯୫.୫୦ ରେ ବିକ୍ରୟ ହେଉଛି। ଏହାଛଡ଼ା, ଚେନ୍ନାଇରେ ଏବେ ୧୯ କେ.ଜି. ବ୍ୟାବସାୟିକ ସିଲିଣ୍ଡର୍‌ ଦର ହେଉଛି ଟ. ୨୪୧/-, ବେଙ୍ଗାଲୁରୁରେ ଟ. ୨୦୬୩.୫୦ ଏବଂ ହାଇଦ୍ରାବାଦରେ ଟ.୨୧୯୭.୫୦। ସ୍ଥାନୀୟ ‘ଭାଟ୍‌’ ଅନୁସାରେ ରାଜ୍ୟରୁ ରାଜ୍ୟ ମଧ୍ୟରେ ରନ୍ଧନ ଗ୍ୟାସ୍‌ ଦର ମଧ୍ୟରେ ପ୍ରଭେଦ ରହୁଛି।

ଉଲ୍ଲେଖଯୋଗ୍ୟ, ଗତ ୪ ମାସ ମଧ୍ୟରେ ଭାରତରେ ଏହା ହେଉଛି ‘ଏଲ୍‌ପିଜି’ ଗ୍ୟାସ୍‌ ସିଲିଣ୍ଡର୍‌ ଦରରେ ୪ର୍ଥ ମୂଲ୍ୟ ହ୍ରାସ। ପୂର୍ବରୁ ଜୁନ୍‌ ମାସରେ କେନ୍ଦ୍ର ସରକାର ୧୯ କେ.ଜି. ବ୍ୟବସାୟିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ପିଛା ଟ. ୧୩୫/- ହ୍ରାସ କରିଥିଲେ। ବର୍ତ୍ତମାନ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହା ପୂର୍ବରୁ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧,୦୦୩ ଟଙ୍କା ଥିଲା । ଦିଲ୍ଲୀରେ ଗତ ଏକ ବର୍ଷ ମଧ୍ୟରେ ଏଲପିଜି ସିଲିଣ୍ଡରର ମୂଲ୍ୟ ପ୍ରାୟ ୨୧୫ ଟଙ୍କା ବୃଦ୍ଧି ପାଇଛି । ଏହାର ମୂଲ୍ୟ ୮୩୪.୫୦ ଟଙ୍କା ବୃଦ୍ଧି ପାଇ ୧,୦୦୩ ଟଙ୍କାରେ ପହଞ୍ଚିଛି, ଯାହା ବର୍ତ୍ତମାନ ଆଉ ୫୦ ଟଙ୍କା ବୃଦ୍ଧି ପାଇଛି।

Leave A Reply

Your email address will not be published.