ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ଗାନ୍ଧୀଙ୍କୁ ନେଇ ତର୍କ ଅଧିକ, ଚେତନା କମ୍‍

0
  • ମନ କି ବାତ୍‍ରେ ମୋଦୀ କହିଲେ ମହାତ୍ମାଗାନ୍ଧୀଙ୍କ କଥା
  • ପାଠ୍ୟକ୍ରମରେ ସାମିଲ କରିବା ନେଇ ଆନ୍ତରିକତା ନାହିଁ
  • ଠୋସ୍‍ କାର୍ଯ୍ୟକ୍ରମ ହାତକୁ ନେଇପାରୁନାହାନ୍ତି କେନ୍ଦ୍ର-ରାଜ୍ୟ

ଭୁବନେଶ୍ୱର: ୧୫୦ତମ ଜନ୍ମ ବର୍ଷରେ ମହାତ୍ମାଗାନ୍ଧୀଙ୍କୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଆଲୋଚନା ଜାରି ରହିଛି । ଏହା ସତ୍ତ୍ୱେ ମହାତ୍ମାଙ୍କୁ ଦେଶ ନିର୍ଦିଷ୍ଟ ପରବର୍ତୀ ପିଢୀ ନିକଟକୁ କେଉଁ ଢଙ୍ଗରେ ନେବ, ସେ ନେଇ ଏଯାଏ ନା କେନ୍ଦ୍ର ସରକାର ନା ରାଜ୍ୟ ସରକାର ଖସଡା ପ୍ରସ୍ତୁତ କରିପାରୁନାହାନ୍ତି । ବରଂ ବିଭିନ୍ନ ପ୍ରସଙ୍ଗକୁ ନେଇ ଗାନ୍ଧୀବାଦୀ ନେତା ଓ ବିଜେପି ମଧ୍ୟରେ ବିତର୍କ ମୁଣ୍ଡ ଟେକିବାରେ ଲାଗିଲାଣି । ଠିକ୍‍ ଏମିତି ସମୟରେ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କି ବାତ୍‍ କାର୍ଯ୍ୟକ୍ରମରେ ଦେଶ ସମ୍ମୁଖରେ ଏକ ବଡ଼ ଆହ୍ୱାନ ରଖିଛନ୍ତି । କହିଛନ୍ତି, ଆମେ ବାପୁଙ୍କ ଆଦର୍ଶକୁ ଜୀବନର ମନ୍ତ୍ର କରିବାକୁ ସଂକଳ୍ପ ନେବାଆବଶ୍ୟକ ।

ପରଧାନମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ପରେ ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପରବର୍ତୀ କି ଆଭିମୁଖ୍ୟ ନେବେ ତାହା ଉପରେ ସମସ୍ତଙ୍କ ଲକ୍ଷ୍ୟ ରହିଛି । ବୁଦ୍ଧିଜୀବୀମାନଙ୍କର କହିବାନୁସାରେ, ଦୁର୍ନୀତି ମୁକ୍ତ ଭାରତ ଗଠନ କରିବାକୁ ହେଲେ ପିଲାଟି ବେଳୁ ମହାତ୍ମାଗାନ୍ଧୀଙ୍କ ଜୀବନାଦର୍ଶରେ ସମସ୍ତଙ୍କୁ ବାନ୍ଧି ରଖିବାକୁ ହେବ । ଅତିକମରେ ତୃତୀୟ ଶ୍ରେଣୀରୁ ଦଶମ ଶ୍ରେଣୀ ଯାଏ ମହାତ୍ମାଗାନ୍ଧୀଙ୍କୁ ପାଠ୍ୟପୁସ୍ତକରେ ସାମିଲ କଲେ ଏହାର ଏକ ବଡ଼ ପ୍ରଭାବ ଛାତ୍ରଛାତ୍ରୀମାନଙ୍କ ଉପରେ ପଡିବ ଓ ପରବର୍ତୀ ପିଢୀର ଯୁବ ସମାଜ ଆଦର୍ଶବାଦର ପ୍ରତୀକ ହେବେ, ଏଥିରେ ସନ୍ଦେହ ନାହିଁ ।

କୌତୂହଳର କଥା ହେଲା, ଭାରତ ସରକାର ୧୫୦ ତମ ଜୟନ୍ତୀ ଉତ୍ସବକୁ ବର୍ଷେ ପାଇଁ ପାଳନ କରିବାକୁ ସ୍ଥିର କରିଛନ୍ତି । ଓଡ଼ିଶା କ୍ଷେତ୍ରରେ ଏ କ୍ଷେତ୍ରରେ ଆଉ ଦୁଇ ପାଦ ଆଗକୁ ଯାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅହିଂସା ଶଦ୍ଦକୁ ସମ୍ୱିଧାନରେ ମୁଖବନ୍ଧରେ ଯୋଡିବା ଲାଗି ପ୍ରସ୍ତାବ ଦେଇଛନ୍ତି, ଏପଟେ ଦୁଇ ବର୍ଷ ଧରି ଏହି ଉତ୍ସବ ପାଳନ ନିଷ୍ପତ୍ତି ହୋଇଛି । ହେଲେ ସରକାରଙ୍କ ଆନ୍ତରିକତା କାର୍ଯ୍ୟାନ୍ୱୟନ ମଧ୍ୟରେ ଅନ୍ତର ଦେଖାଦେଉଥିବା କାରଣରୁ ଏସବୁ ଏବେ ବି କାଗଜପତ୍ରରେ ରହିଛି । ସରକାରଙ୍କ ଆଭିମୁଖ୍ୟ ବାସ୍ତବ ରୂପ ନେଇପାରୁନାହିଁ ।

ଉଲ୍ଲେଖଥାଉକି, ମହାତ୍ମାଗାନ୍ଧୀଙ୍କୁ ନେଇ ଗତ ବିଧାନସଭାରେ ବିଜେପି-ବିଜେଡି ମୁହାଁମୁହିଁ ହୋଇଥିଲେ । ନାଥୁରାମ୍‍ ଗଡ୍‍ସେଙ୍କୁ ନେଇ ମଧ୍ୟ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ରାଜ୍ୟ ସରକାର ଇତିମଧ୍ୟରେ ମହାତ୍ମାଗାନ୍ଧୀଙ୍କ ପରଶମଣି ଲୋକସେବା ଭବନରେ ସ୍ଥାପିତ କରିଛନ୍ତି । ଏପଟେ କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନ କି ବାତ୍‍ରେ ମହାତ୍ମାଗାନ୍ଧୀଙ୍କୁ ନେଇ ଅନେକ ମତ ରଖିଛନ୍ତି, ଯାହା ଆଲୋଡନ ସୃଷ୍ଟି କଲାଭଳି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଜି ଅତ୍ୟନ୍ତ ସ୍ପଷ୍ଟ ଭାଷାରେ କହିଛନ୍ତି, ଶ୍ରୀକୃଷ୍ଣ ଯେପରି ସୁଦର୍ଶନ ଚକ୍ର ଧାରଣ କରୁଥିଲେ, ମହାତ୍ମାଙ୍କ ହାତରେ ସେହିଭଳି ଚରଖା ଥିଲା । ମହାତ୍ମାଗାନ୍ଧୀଙ୍କ ପାଇଁ ସେବା ପରମ ଧର୍ମ ଥିଲା । ସେ ସେବା ଶଦ୍ଦକୁ ସେ ସାର୍ଥକ କରିଛନ୍ତି । ସମ୍ଭବତଃ ପ୍ରଧାନମନ୍ତ୍ରୀଙ୍କର ଏଭଳି ବକକ୍ତ୍ୟ ପରେ ମହାତ୍ମାଗାନ୍ଧୀଙ୍କୁ ନେଇ ବିତର୍କରେ ପୂର୍ଣ୍ଣଛେଦ ପଡିବା ଉଚିତ୍‍ ବୋଲି ରାଜନୈତିକ ମହଲ ମତ ରଖୁଛନ୍ତି ।

Leave A Reply

Your email address will not be published.