ପ୍ରମୁଖ ଖବର

ଗଜପତି: ମହୁମାଛି ଆକ୍ରମଣରେ ୩ ଶ୍ରଦ୍ଧାଳୁ ଗୁରୁତର, ୨୦ରୁ ଊର୍ଦ୍ଧ୍ୱ ଆହତ
ଏପ୍ରିଲ୍‌ ୧୫ ମଙ୍ଗଳବାର ଠାରୁ, ଓଡ଼ିଶାର ଉପକୂଳରେ ବାର୍ଷିକ ୬୦ ଦିନିଆ ଅର୍ଥାତ୍ ୨ ମାସିଆ ମାଛ ଧରିବା ନିଷେଧ
ଓଡ଼ିଶାର କାଗଜବିହୀନ ବିଧାନସଭା ପ୍ରକ୍ରିୟା ଅଧ୍ୟୟନ କରିବା ପାଇଁ ଦିଲ୍ଲୀ ବାଚସ୍ପତି ଭୁବନେଶ୍ୱର ଆସିବେ
ସନରାଇଜର୍ସ ହାଇଦ୍ରାବାଦ ଖେଳାଳି ଥିବା ପଞ୍ଚ ତାରକା ହୋଟେଲରେ ଅଗ୍ନିକାଣ୍ଡ
ପୁଣି ସଲମାନ ଖାନଙ୍କୁ ହତ୍ୟା ଧମକ
ତାରିଣୀ ମନ୍ଦିର ପାଇଁ ୨୧୫ କୋଟିର ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ,ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
୪ ଦିନ ଯାଏଁ କାଳବୈଶାଖୀ ପ୍ରଭାବ

‘ଦମନ’ ଚଳଚ୍ଚିତ୍ରକୁ କରମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର : ଓଡିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ଦମନ ର ପ୍ରଦର୍ଶନ କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ସମ୍ପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଛନ୍ତି । ବାସ୍ତବ ଜୀବନରେ ମାଲକାନଗିରି ର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇ ବାରେ ଜଣେ ଯୁବ ଡାକ୍ତର ମାନବିକତାର ଯେଉଁ ନୂଆ ଉଦାହରଣ ସ୍ରୁଷ୍ଟି କରିଛନ୍ତି ତାହା ଏ ଚଳଚ୍ଚିତ୍ରର ବିଷୟ ବସ୍ତୁ।

ସ୍ୱାସ୍ଥ୍ୟ ବିଭାଗ ସମେତ ସବୁ ସରକାରୀ କର୍ମଚାରୀ ମାନଙ୍କ ମଧ୍ୟରେ ସେବା ମନୋଭାବ କୁ ଆହୁରି ମଜବୁତ୍ କରିବା ଦିଗରେ ଏହା ପ୍ରଭାବିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। କୋଭିଡ ମହାମାରୀ ସମୟରେ ଯେଭଳି ରାଜ୍ଯ ସରକାରଙ୍କ ବିଭିନ୍ନ ବିଭାଗ ସମନ୍ଵୟ ରଖି ସେବା ଯୋଗାଇଲେ କାମକଲେ ଆମେ ଏକ ସୁସ୍ଥ ଓ ସଚେତନ ସାମାଜ ର ବିକାଶ କରି ପାରିବା ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ବିଶ୍ବାସ ପ୍ରକଟ କରିଛନ୍ତି।

Leave A Reply

Your email address will not be published.