ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଆମେରିକାର ୱାଲମାର୍ଟରେ ଗୁଳିକାଣ୍ଡ ଘଟି ୧୦ ମୃତ

0

ଆମେରିକା; ଆମେରିକାରେ ପୁଣି ଫୁଟିଲା ଗୁଳି। ଭର୍ଜିନିଆ ସ୍ଥିତି ଏକ ୱାଲମାର୍ଟ ଷ୍ଟୋର୍‌ରେ ଗୁଳିମାଡ ହେବାରୁ ଏଥିରେ ପାଖାପାଖି ୧୦ ଜଣଙ୍କର ଜୀବନ ଯାଇଥିବା ବେଳେ ଏଥିରେ ଅନେକ ଆହତ ହୋଇଛନ୍ତି । ଏଏଫ୍‌ପିର ରିପୋର୍ଟ ଅନୁଯାୟୀ, ଜଣେ ବନ୍ଧୁକଧାରୀ ମଙ୍ଗଳବାର ସନ୍ଧ୍ୟାରେ ଭର୍ଜିନିଆର ଏହି ୱାଲମାର୍ଟ ଷ୍ଟୋର୍‌ରେ ପସି ଭିଡ ଉପରେ ଆଖିବୁଜା ଗୁଳିମାଡ କରିଥିଲା।

ପୁଲିସର କହିବା ମୁତାବକ, ୱାଲ୍‌ମାର୍ଟରେ ଗୁଳିକାଣ୍ଡ ଘଟିବା ସଂକ୍ରାନ୍ତରେ ସେମାନେ ରାତି ପ୍ରାୟ ୧୦ଟା ବେଳେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏକାଧିକ ଲୋକ ମୃତାହତ ହୋଇଥିବା କଥା ଷ୍ଟୋର୍ ଭିତରକୁ ପ୍ରବେଶ କରିବା ପରେ ଜାଣିବାକୁ ପାଇଥିଲେ। ସେପଟେ ପୁଲିସ ଉକ୍ତ ସୁଟର୍‌କୁ ମଧ୍ୟ ଏନ୍‌କାଉଣ୍ଟର କରିଥିବା ଜଣାପଡିଛି। ଏହାହେଉଛି ଦେଶରେ ତିନି ଦିନ ମଧ୍ୟରେ ଦ୍ୱିତୀୟ ବଡଧରଣର ଗୁଳିକାଣ୍ଡ।

Leave A Reply

Your email address will not be published.