ପ୍ରମୁଖ ଖବର

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ରମାରଞ୍ଜନ ବଳିୟାର ସିଂ
୨୦ତାରିଖ ଭୋଟ୍ ପାଇଁ ଗଞ୍ଜାମରେ ମୁତୟନ ହେଲେ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଭଙ୍ଗାରୁଜା ଘଟଣାରେ ଆଉ ୩ ଆଇନଜୀବୀ ଗିରଫ

0

ସମ୍ବଲପୁର; ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ସମ୍ବଲପୁରରେ ହୋଇଥିବା ଆନ୍ଦୋଳନ ଘଟଣାରେ ବଢୁଛି ଗିରଫଦାରୀ । ଆଉ ୩ ଜଣ ଆଇନଜୀବୀଙ୍କୁ ଗିରଫ କରିଛି ପୁଲିସ୍‌ । ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଆଇନଜୀବୀ ଅଛନ୍ତି । ଗିରଫ ଆଇନଜୀବୀମାନେ ହେଉଛନ୍ତି- ବିଷ୍ଣୁପ୍ରିୟା ଭୋଇ, ସେବତୀ ବନ୍‌ଛୋର ଏବଂ ମିଲନ୍ ମହାରଣା । ଏହି ତିନି ଜଣଙ୍କୁ ମିଶାଇ ଏଯାବତ୍ ଏହି ଘଟଣାରେ ମୋଟ ୨୬ ଜଣ ଆଇନଜୀବୀଙ୍କୁ ଗିରଫ କରାଯାଇଛି।

ସେହିପରି ମୋଟ ଗିରଫଦାରୀ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି। ଆଗକୁ ଏହି ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଗତକାଲି ୫୪ ଜଣ ଓକିଲଙ୍କୁ ଛାଡ଼ି ସମ୍ବଲପୁର ବାର୍‌ର ଅନ୍ୟ ସବୁ ସଦସ୍ୟଙ୍କ ଉପରୁ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରି ନେଇଥିଲେ ବାର୍ କାଉନ୍‌ସିଲ୍‌ ଅଫ୍ ଇଣ୍ଡିଆ । ସେପଟେ ବାର୍ କାଉନସିଲ୍‌ ଅଫ୍ ଇଣ୍ଡିଆ ପକ୍ଷରୁ ତିନି ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରାଯାଇଛି ମାମଲାର ତଦନ୍ତ ପାଇଁ ।

ଏଥିସହିତ ୨୦୨୩ ଜାନୁଆରୀ ୧୫ ସୁଦ୍ଧା କମିଟି ବିସିଆଇ ନିକଟରେ ରିପୋର୍ଟ ଦାଖଲ କରିବାକୁ ହେବ । ସୂଚନା ଅନୁଯାୟୀ, ଗତ ୧୨ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୨୯ ଜଣ ଓକିଲଙ୍କ ଲାଇସେନ୍ସ ରଦ୍ଦ କରାଯାଇଥିବା ବେଳେ ୧୩ ତାରିଖରେ ପୁଣି ୧୪ ଜଣଙ୍କର ଲାଇସେନ୍ସ ରଦ୍ଦ କରିଥିଲା ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ। ଏହାପରେ ପୁଣି ୧୧ ଜଣଙ୍କର ଲାଇସେନସ ରଦ୍ଦ କରାଯାଇଥିଲା । ଏପରି ଭାବେ ମୋଟ ୫୪ଜଣଙ୍କର ଲାଇସେନ୍ସ ରଦ୍ଦ ହୋଇଥିବା ବେଳେ ତାହା ବଳବତ୍ତର ରହିଛି ।

Leave A Reply

Your email address will not be published.