ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଦିନକରେ ୩ କୋଟି ୭୦ ଲକ୍ଷ ସଂକ୍ରମିତ ଚିହ୍ନଟ

0

ଚୀନ; ଚୀନରେ ପୁଣିଥରେ ଘାତକ ହେଲାଣି କରୋନା ମହାମାରୀ । ଚଳିତଥର ପୂର୍ବର ସବୁ ରେକର୍ଡ ଭାଙ୍ଗିପାରେ କୋଭିଡ୍ । ଗ୍ଲୋବାଲ ହେଲ୍ଥ ଇଂଟେଲିଜେନ୍ସ ସଂସ୍ଥା ଏୟାରଫିନିଟିର ଆକଳନ ଅନୁଯାୟୀ ଏହି ଲହର ସପ୍ତାହକରେ ଶୀର୍ଷ ଛୁଇଁବ । ଚଳିତ ସପ୍ତାହରେ ଦିନକରେ ପ୍ରାୟ ୩ କୋଟି ୭୦ ଲକ୍ଷ ଲୋକ କୋଭିଡରେ ସଂକ୍ରମିତ ହୋଇଛନ୍ତି ।

ଗତ ୨୦ ଦିନରେ ୨୪ କୋଟିରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ଡିସେମ୍ବରର ପ୍ରଥମ ୨୦ ଦିନରେ ୨୪୮ ନିୟୁତ ଲୋକ ତଥା ମୋଟ୍ ଜନସଂଖ୍ୟାର ୧୮ ପ୍ରତିଶତ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଏହି ଅନୁମାନ ସତ ହେଲେ ଜାନୁଆରୀ ୨୦୨୩ରେ ଚୀନରେ ସଂକ୍ରମଣ ଓ ମୃତ୍ୟୁର ନୂଆ ରେକର୍ଡ ହେବ । ଏଥିସହିତ ଚୀନରେ ଚାଲିଥିବା ଲହର ଓ ଏବଂ ଜାନୁଆରୀରେ ଆସିବାକୁ ଥିବା ଲହର ବିଶ୍ୱରେ ସବୁ ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି ।

ଚୀନରେ ଏବେ ଦୈନିକ ୧୦ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି । ଦୈନିକ ପ୍ରାୟ ୫ ହଜାର ଲୋକଙ୍କ ମୃତ୍ୟୁ ହେଉଛି । ସେପଟେ ଚୀନରେ ପୁଣି ଥରେ ଲାଗୁ ହେବ ଜିରୋ କୋଭିଡ ପଲିସି । ବେଜିଂରେ ବ୍ୟାପକ ମାତ୍ରାରେ ଲୋକେ କରୋନାରେ ସଂକ୍ରମିତ ହୋଇଛନ୍ତି । ଅନ୍ୟପଟେ ଚୀନରେ ଘାତକ ସାଜିଛି କୋଭିଡ୍ ଭୂତାଣୁ ଓମିକ୍ରନର ସବଭାରିଆଣ୍ଟ ବିଏଫ୍.୭ । ହେଲେ ଭାରତ ପାଇଁ ଏବେ ସୁଦ୍ଧା କୌଣସି ବିପଦ ନଥିବା ବିଶେଷଜ୍ଞ କହିଛନ୍ତି । ଏହି ବିଏଫ୍.୭ ଭାରତରେ କିଛି ମାସ ପୂର୍ବରୁ ଚିହ୍ନଟ ହୋଇଥିଲା । ହେଲେ ଏହା ଦ୍ୱାରା ସଂକ୍ରମଣ ବୃଦ୍ଧି ହୋଇନଥିଲା । ତେଣୁ ଚୀନ୍ ଭଳି ଭାରତର ସ୍ଥିତି ହେବା ଆଶଙ୍କା କମ୍ ବୋଲି ବିଶେଷଜ୍ଞ କହିଛନ୍ତି ।

Leave A Reply

Your email address will not be published.