ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

କରୋନା ସଂକ୍ରମଣକୁ ନେଇ କଡାକଡି ହେଲା କଟକଣା

0

ନୂଅଦେିଲ୍ଲୀ; ବିଦେଶରେ ବଢ଼ୁଛି କରୋନା ସଂକ୍ରମଣ । ନୂଆବର୍ଷ, କ୍ରୀସମାସ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସ୍ବତନ୍ତ୍ର ଗାଇଡଲାଇନ । ଆତଙ୍କିତ ନହୋଇ ସତର୍କ ରହିବାକୁ ସବୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି । ଚୀନ , ଜାପାନ, ହଂକଂ, ଦକ୍ଷିଣ କୋରିଆ, ଥାଇଲ୍ୟାଣ୍ଡରୁ ଆସିଲେ ଆରଟିପିସିଆର ରିପୋର୍ଟ ଜରୁରୀ । ପଜିଟିଭ୍ ଆସିଲେ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ।

ସତର୍କ ରହି ଭୂତାଣୁକୁ ପ୍ରତିହତ କରିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି । ତେବେ କୋଭିଡ ପ୍ରୋଟୋକଲ ଅନୁପାଳନ କରିବାକୁ ପରାମର୍ଶ ଦିଆଯାଇଛି । ଚୀନ, ଜାପାନ, ସାଉଥ କୋରିଆ, ବ୍ରାଜିଲ ଭଳି ରାଷ୍ଟ୍ରରେ ସଂକ୍ରମଣ ବ୍ୟାପୁଥିବା ବେଳେ ଭାରତରେ ସେଭଳି ସ୍ଥିତି ନାହିଁ । ତେଣୁ ଭୟ ନ କରି ଆଲର୍ଟ ରହିବାକୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ବିଦେଶରୁ ଆସୁଥିବା ବିମାନ ଯାତ୍ରୀଙ୍କ ରାଣ୍ଡମ ଟେଷ୍ଟିଂ ପାଇଁ ପରାମର୍ଶ ଦିଆଯାଇଛି । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ମାନିବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ; ଚୀନରେ କରୋନାର ନୂଆ ଭ୍ୟାରିଏଣ୍ଟ ବିଏଫ.୭ ଆତଙ୍କ ଖେଳାଇବା ପରେ ସତର୍କ ହୋଇଛନ୍ତି ଭାରତ ସରକାର । । ଲୋକଙ୍କ ପାଇଁ ନୂଆ ଆଡଭାଇଜରି ଜାରି କରାଯାଇଛି । ମାସ୍କ ପିନ୍ଧିବା, ସାମାଜିକ ଦୂରତା ମାନିବା ସହ କୋଭିଡ ସତର୍କତା ପାଳନ ପାଇଁ କୁହାଯାଇଛି । ଲକ୍ଷଣ ଦେଖାଗଲେ ସଙ୍ଗରୋଧରେ ରହିବା, କରୋନା ପରୀକ୍ଷା କରିବା ପାଇଁ କୁହାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଓ ସଚିବଙ୍କ ସହ ବୈଠକ ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ଭାବ୍ୟ ଜରୁରୀ ସ୍ଥିତିର ମୁକାବିଲା ପାଇଁ ସ୍ୱାସ୍ଥ୍ୟ କ୍ଷେତ୍ର କିଭଳି ରହିଛି, ତାହା ଜାଣିବା ପାଇଁ ଆସନ୍ତା ୨୭ ତାରିଖରେ ଦେଶବ୍ୟାପୀ ହସ୍ପିଟାଲ ଗୁଡିକରେ ମକ୍ ଡ୍ରିଲ ଅନୁଷ୍ଠିତ ହେବ । ଓଡିଶାରେ ମଧ୍ୟ କ୍ୟାପିଟାଲ ହସ୍ପିଟାଲ, ରାଉରକେଲା ହସ୍ପିଟାଲ ସମେତ ରାଜ୍ୟର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡିକରେ ମକଡ୍ରିଲ କରାଯିବ । ଅକ୍ସିଜେନ୍ ସିଲିଣ୍ଡର, ଔଷଧ, କୋଡିଭ୍ ଶଯ୍ୟା ତଥା ଆଇସିୟୁ ଶଯ୍ୟାର ଉପଲବ୍ଧି ଉପରେ ଫୋକସ୍ ଦିଆଯିବ ।

Leave A Reply

Your email address will not be published.