ପ୍ରମୁଖ ଖବର

ଏକକ ଶିକ୍ଷକ ସ୍କୁଲରେ ତୁରନ୍ତ ନିଯୁକ୍ତ ହେବେ ଶିକ୍ଷକ
ଜାତୀୟ ହସ୍ତତନ୍ତ ଦିବସ: ଦୁଇ ଓଡ଼ିଆ ବୁଣାକାରଙ୍କୁ ଜାତୀୟ ସମ୍ମାନ
ରାଜପଥରୁ ହଟିବେ ଗୋରୁଗାଈ, ପ୍ରତି ୧୦୦ କିମିରେ ହେବ ଗୋଶାଳା
ରୁଷ ସହ ବାଣିଜ୍ୟ କଲେ ଲାଗିପାରେ ୧୦୦% ଶୁଳ୍କ
ଅଗଷ୍ଟ ୯ରୁ ୧୭ ଯାଏଁ ଘରେ ଘରେ ତ୍ରିରଙ୍ଗା ଅଭିଯାନ
ୟୁପିଆଇ ପେମେଣ୍ଟରେ ଲାଗିବନି ଶୁଳ୍କ, ସ୍ପଷ୍ଟ କଲେ ସରକାର
ଦିଲ୍ଲୀରେ ଅଗଷ୍ଟ ୯ରୁ ବିଜେପିର ସ୍ୱାଧୀନତା ଦିବସ ସପ୍ତାହ
ସେପ୍ଟେମ୍ବର ୧ରୁ ତାମିଲନାଡୁର ପ୍ରମୁଖ ମନ୍ଦିରରେ ମୋବାଇଲ ନିଷେଧ
ଷ୍ଟାର୍ଟଅପ୍‌ ପାଇଁ ୫ ସଂସ୍ଥା ସହ ସରକାରଙ୍କ ରଣନୀତିକ ବୁଝାମଣା
ଆଇଆଇଟି ଦିଲ୍ଲୀ ସମାବର୍ତ୍ତନରେ ‘ବିକଶିତ ଭାରତ’ ପାଇଁ ପ୍ରଧାନମନ୍ତୀ ଦେଲେ ବଡ଼ ବାର୍ତ୍ତା

ସୁଶାନ୍ତଙ୍କ ମୃତ୍ୟୁ ନେଇ ଆସିଲା ଚାଞ୍ଚଲ୍ୟକର ଖବର

0

ମୁମ୍ବାଇ; ମୃତ୍ୟୁର ଅଢ଼େଇ ବର୍ଷ ପରେ ଦିବଗଂତ ଅଭିନେତାଙ୍କ ମାମଲାକୁ ନେଇ ସାମ୍ନାକୁ ଆସିଛି ନୂଆ ମୋଡ । ଏବେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ଆରମ୍ଭ ହୋଇଛି ବିତର୍କ । ଏହି ବତର୍କର କର୍ଣ୍ଣଧାର ସାଜିଛନ୍ତି ସୁଶାନ୍ତଙ୍କ ପୋଷ୍ଟମର୍ଟମ କରିଥିବା କର୍ମଚାରୀ । ସେ ଆତ୍ମହତ୍ୟା କରି ନାହାନ୍ତି, ତାଙ୍କୁ ହତ୍ୟା କରାଯାଇଛି ବୋଲି ବ୍ୟବଚ୍ଛେଦରେ ସାମିଲ ହୋଇଥିବା ରୂପ କୁମାର ନାମକ ଜଣେ କର୍ମଚାରୀ ଦାବି କରିଛନ୍ତି । ରୂପ କୁମାରଙ୍କ ଏହି ଚାଞ୍ଚଲ୍ୟକର ବୟାନକୁ ନେଇ ଏବେ ହଇଚଇ ସୃଷ୍ଟି ହୋଇଛି।

ତାଙ୍କ ଦାବି ମୁତାବକ, ସୁଶାନ୍ତଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ମୁମ୍ବାଇର କୁପର ହସ୍ପିଟାଲ ଅଣାଯାଇଥିଲା। ତାଙ୍କ ମର ଶରୀରରେ ଅନେକ କ୍ଷତ ଚିହ୍ନ ଥିଲା। ତାଙ୍କ ବେକରେ ଦୁଇରୁ ତିନୋଟି ଦାଗ ଥିଲା। ଘଟଣାକୁ ନେଇ ସେ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ କଥା ହୋଇଥିଲେ। ନିୟମ ଅନୁଯାୟୀ ଶବ ବ୍ୟବଚ୍ଛେଦ ସମୟରେ ରେକର୍ଡ କରିବି ବୋଲି ଅଧିକାରୀଙ୍କୁ ପଚରିଥିଲେ। କିନ୍ତୁ ତାଙ୍କୁ ପୋଷ୍ଟମର୍ଟମର ଫଟୋ ଉଠାଇ ଯେତେ ଶୀଘ୍ର ହେବ ସେତେ ଶୀଘ୍ର ମୃତଦେହକୁ ପୁଲିସକୁ ଦେବାକୁ କୁହାଯାଇଥିଲା। ଏହି କାରଣରୁ ରାତିରେ ହିଁ ବ୍ୟବଚ୍ଛେଦ କରାଯାଇଥିଲା ।

ସେପଟେ ସୁଶାନ୍ତ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର ସଚିନ ସୋନାୱାନେ କହିଛନ୍ତି, ରୂପ କୁମାର ଶାହା ବ୍ୟବଚ୍ଛେଦ କରିଥିବା ଟିମ୍‌ରେ ସାମିଲ ନଥିଲେ। ଅନ୍ୟପଟେ ଏହି ବୟାନ ସାମ୍ନାକୁ ଆସିବା ପରେ ସୁଶାନ୍ତ ସିଂହଙ୍କ ଭଉଣୀ ଶ୍ୱେତା ସିଂହ କିର୍ତ୍ତି ରୂପକୁମାରଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସରକାରଙ୍କୁ ଗୁହାରି କରିଛନ୍ତି। ସେ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାକୁ ଟ୍ୟାଗ୍ କରିଛନ୍ତି

ସୂଚନା ଅନୁଯାୟୀ, ୨୦୨୦ ଜୁନ୍ ୧୪ ତାରିଖରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ହୋଇଥିଲା। ମୁମ୍ବାଇ ବାନ୍ଦ୍ରା ସ୍ଥିତ ତାଙ୍କ ଆପାର୍ଟମେଣ୍ଟରୁ ସୁଶାନ୍ତଙ୍କ ମୃତଦେହ ମିଳିଥିଲା। ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅନେକ ଦାବି ଉଠିଥିଲା। ପରେ ଏହି ମୃତ୍ୟୁ ମାମଲାକୁ ନେଇ ଡ୍ରଗ୍ସ ଲିଙ୍କ ମଧ୍ୟ ସାମ୍ନାକୁ ଆସିଥିଲା। ଏହି ମାମଲାରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଓ ତାଙ୍କ ଭାଇକୁ ଏନ୍‌ସିବି ଗିରଫ ମଧ୍ୟ କରିଥିଲା।

Leave A Reply

Your email address will not be published.