ପ୍ରମୁଖ ଖବର

କଟକ ରେଲ୍‌ଓ୍ବେ ଷ୍ଟେଶନରେ ଭୁଶୁଡ଼ିଲା ଛାତ
ବନ୍ୟାରେ ଭାସିଗଲା କାର୍‌ ; ଗୋଟିଏ ପରିବାରର ୪ ମୃତ
ଲାଞ୍ଚ ନେଉଥିବା ବେଳେ ରାଜ୍ୟ ଟିକସ ସହକାରୀ କମିଶନର ଗିରଫ
ବୈଷ୍ଣୋଦେବୀ ମନ୍ଦିର ନିକଟରେ ଭୂସ୍ଖଳନ, ୩୨ ମୃତ
ଗଶେଣ ଚତୁର୍ଥୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଖାଇ ପାଇଁ ଅଗଷ୍ଟ ୨୯ରେ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ

ରାଫେଲ ଯାଚିକା ଖାରଜ କଲେ ସୁପ୍ରିମକୋର୍ଟ

0

ସୁପ୍ରିମକୋର୍ଟରେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ବସିଥିବା ଖଣ୍ଡପୀଠ ୧୪ଟି ରାଫେଲ ଯୁଦ୍ଧ ବିମାନ ଯାଂଚ ମାମଲାରେ ଦାଖଲ ହୋଇଥିବା ଯାଚିକାକୁ ଖାରଜ କରିଛନ୍ତି ।

ସୁପ୍ରିମକୋର୍ଟ ଦ୍ୱାରା କୁହାଯାଇଛି ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଦାଖଲ ଦସ୍ତାବିଜରେ ପର୍ଯ୍ୟାପ୍ତ ପ୍ରମାଣ ଥିବା କାରଣରୁ ଏହି ରାଫେଲ ଡିଲ ଉପରେ ପୁନର୍ବାର ଯାଞ୍ଚ କିମ୍ବା ଏଫଆଇଆରର ଆବଶ୍ୟକତା ନାହିଁ

୨୦୧୮ ମସିହା ଡିସେମ୍ବର ୧୪ ତାରିଖରେ ରାଫେଲ କ୍ରୟ ପ୍ରକ୍ରିୟା ଓ ସରକାରଙ୍କ ଦ୍ୱାରା ଇଣ୍ଡିଆନ ଅଫସେଟ ପାର୍ଟନର ଚୟନରେ ଭାରତୀୟ କମ୍ପାନୀ ସପକ୍ଷରେ ଯାଉଥିବା ଅଭିଯୋଗ ଉପର ଯାଂଚ ପାଇଁ ଅନୁରୋଧ କରାଯାଇଥିବା ସମସ୍ତ ଯାଚିକାକୁ ଖାରଜ କରାଯାଇଥିଲା ।

ପୂର୍ବ ବର୍ଷ ଅଦାଲତ ୫୯,୦୦୦କୋଟି ଟଙ୍କାର ରାଫେଲ ଡିଲରେ ଅନିୟମିତତା ନେଇ ପ୍ରଶ୍ନ ଉଠାଯାଇଥିବା ଯାଚିକାକୁ ଖାରଜ କରିଥିଲେ ।

୨୦୧୮ ମସିହା ଡିସେମ୍ବର ୧୪ ତାରିଖରେ ସୁପ୍ରିମକୋର୍ଟ ରାଫେଲ ଡିଲକୁ ନେଇ ନିଜ ନିଷ୍ପତିରେ କ୍ଲିନ ଚିଟ ପ୍ରଦାନ କରିଥିଲେ । କିନ୍ତୁ ଏହା ଉପରେ ଅନେକ ଯାଚିକା ଦାଖଲ କରାଯାଇଥିଲେ ମଧ୍ୟ ମେ ୧୦ରେ ସୁପ୍ରିମକୋର୍ଟ ନିଷ୍ପତିକୁ କାଏମ ରଖିଥିଲେ

Leave A Reply

Your email address will not be published.