ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଆଜି ଦକ୍ଷିଣ ଆଫ୍ରିକାରୁ ଆସିବେ ଆଉ ୧୨ ଚିତା

0

ନୂଆଦିଲ୍ଲୀ: ଆଜି ଦକ୍ଷିଣ ଆଫ୍ରିକାରୁ ଆସିବେ ଆଉ ୧୨ ବିରଳ ଚିତା । ଭାରତରୁ ଯାଇଥିବା ସି-୧୭ ପରିବହନ ବିମାନରେ ଭାରତରେ ପହଞ୍ଚିବେ ଅତିଥି । ବିମାନଟି ମଧ୍ୟପ୍ରଦେଶ ଗ୍ୱାଲିୟର ଏୟାରଫୋର୍ସ ବେସରେ ପହଞ୍ଚିବା ପରେ ବାୟୁସେନା ହେଲିକପ୍ଟରରେ ସେମାନଙ୍କୁ ୧୬୫ କିଲୋମିଟର ଦୂର ସେଓପୁର ଜିଲ୍ଲା କୁନୋ ପାର୍କକୁ ନିଆଯିବ । ଏହି ୧୨ଟି ଚିତାଙ୍କ ମଧ୍ୟରୁ ୭ଟି ଅଣ୍ଡିରା ଓ ୫ଟି ମାଈ ଥିବା ସୂଚନା ମିଳିଛି । ସେଠାରେ ସେମାନଙ୍କ ଲାଗି ୧୦ଟି କ୍ବାରେଣ୍ଟାଇନ ଏନକ୍ଲୋଜର ପ୍ରତିଷ୍ଠା କରାଯାଇଛି ।

ଗତବର୍ଷ ନାମିବ୍ୟାରୁ ଅଣାଯାଇଥିବା ୮ ବାଘଙ୍କୁ ମଧ୍ୟ କୁନୋ ପାର୍କରେ ରଖାଯାଇଛି । ବାଘମାନେ ସମ୍ପୂର୍ଣ୍ଣ ସୁସ୍ଥ ଥାଇ ସ୍ୱାଭାବିକ ଜୀବନ ବିତାଉଛନ୍ତି । ଦକ୍ଷିଣ ଆଫ୍ରିକା, ନାମିବ୍ୟା ଓ ବୋସଓ୍ବାନାରେ ପ୍ରାୟ ୭ ହଜାର ଚିତା ରହିଛନ୍ତି ।

Leave A Reply

Your email address will not be published.