ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଦୁଇ ଅଧିକାରୀ

0

ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଦୁଇ ଅଧିକାରୀ। ଖଣି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନା ଓ କଳାହାଣ୍ଡି ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଗ କେବିକେ ସର୍କଲ ଅତିରିକ୍ତ ମୁଖ୍ୟଯନ୍ତ୍ରୀ କନ୍ଦର୍ପ ପ୍ରଧାନ ଏବେ ଜେଲରେ। ତେବେ ଉମେଶ ଜେନାଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଆସନ୍ତା ୬ ତାରିଖରେ କେସ ଡାଏରି ଦାଖଲ ପରେ କୋର୍ଟ ଜାମିନ ଆବେଦନର ଶୁଣାଣି କରିବେ। ଶରୀର ଅସୁସ୍ଥତା କାରଣରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିବାକୁ କୋର୍ଟରେ ଆବେଦନ କରିଛନ୍ତି ଓକିଲ। ଉମେଶ ଜେନା ବର୍ତ୍ତମାନ ଝାରପଡା ଜେଲରେ ରହିବେ।

ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବରସ୍ଥିତ ଖଣି ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ କେନ୍ଦୁଝର ଜିଲ୍ଲା ଶିରୀଷପାଳ ଗ୍ରାମର ପୈତୃକ ଘର, ଘସିପୁରା ଥାନା ଅଞ୍ଚଳରେ ଥିବା ସମ୍ପର୍କୀୟଙ୍କ ଘର, କେନ୍ଦୁଝର ଗହ୍ମାରିଆରେ ଥିବା ଘର ସମେତ ଭୁବନେଶ୍ବରର ୫ଟି ସ୍ଥାନରେ ଶୁକ୍ରବାର ଦିନସାରା ଭିଜିଲାନ୍ସ ଚଢ଼ଉ କରିଥିଲା। ଚାଢ଼ଉ ସମୟରେ ନଗଦ ଏକ କୋଟି ୬୪ ଲକ୍ଷ ଟଙ୍କା, ୬୫୦ ଗ୍ରାମ ସୁନା, ଅନେକ ଗୁଡ଼ିଏ ପ୍ଲଟ,  ଗୋଟିଏ ‌କାର୍‌, ଦୁଇଟି ବାଇକ୍‌ ଠାବ ଇତ୍ୟାଦି ଭିଜିଲାନ୍ସ ଠାବ କରିଥିଲା। ସେହିପରି, ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ, ବୀମା ଏବଂ ଜମାରାଶିର ଯାଞ୍ଚ୍‌ କରାଯାଇଥିଲା। ଏହି ଚଢ଼ଉରେ ୧୦ଜଣ ଡିଏସ୍‌ପି ଏବଂ ୭ଜଣ ଇନ୍‌ସପେକ୍ଟର ସାମିଲ ଥିଲେ।

ସେହିପରି କେବିକେ ସର୍କଲ ଅତିରିକ୍ତ ମୁଖ୍ୟଯନ୍ତ୍ରୀ କନ୍ଦର୍ପ ପ୍ରଧାନଙ୍କ ଭବାନୀପାଟଣାସ୍ଥିତ ଅଫିସ୍‌, ସରକାରୀ ବାସଭବନ, ଖୋର୍ଦ୍ଧା ଓ ଅନୁଗୁଳର ୮ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଥିଲା। ଭୁବନେଶ୍ବର ସହିଦ ନଗରସ୍ଥିତ ଇମ୍ପେରିଆ ଆପାର୍ଟମେଣ୍ଟ ପ୍ରଥମ ମହଲାର ଥ୍ରି ବିଏଚ୍‌କେ ଫ୍ଲାଟ ନମ୍ବର–୧୦୧, ଭୁବନେଶ୍ବର ଖାରବେଳ ନଗର ବୈଷ୍ଣୋ ରିଜେନ୍ସିର ପ୍ରଥମ ମହଲାର ୨ ବିଏଚ୍‌କେ ଫ୍ଲାଟ ନମ୍ବର–୧, ରସୁଲଗଡ଼ ବୈଷ୍ଣୋ ମୋନାର୍କ ଆପାର୍ଟମେଣ୍ଟ ୨–ବିଏଚ୍‌କେ ଫ୍ଲାଟ ନମ୍ବର–୩୦୧, ଅନୁଗୁଳରେ ତୁରଙ୍ଗ ମୌଜା ଖାତା ନମ୍ବର–୧୫୩, ପ୍ଲଟ ନମ୍ବର–୧/୬୮୨ ଠାରେ ୨ ମହଲା ନିର୍ମାଣାଧୀନ କୋଠା, ଅନୁଗୁଳର ଖିଲାର ମୈାଜା ପ୍ଲଟ ନମ୍ବର ୧୬୯/ଖାତା ନମ୍ବର ୩୮୨, ପ୍ଲଟ ନମ୍ବର–୧୬୯/୪୯୨୭ ଖାତା ନମ୍ବର ୬୪୯/ ୪୮୬ ଗୋଟିଏ ପ୍ଲଟ ଶ୍ରୀ ପ୍ରଧାନଙ୍କ ଥିବା ଚଢ଼ଉ ବେଳେ ଜଣାପଡ଼ିଛି।

ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ବନ୍ତଳସ୍ଥିତ ପୈତୃକ ଘର, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରସ୍ଥିତ ଏମ୍‌ଆଇ କଲୋନି ସରକାରୀ ବାସଭବନ, କେବିକେ ଏମ୍‌ଆଇ ସର୍କଲ ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକାସାଙ୍ଗରେ ଚଢ଼ଉ ହୋଇଥିଲା। ଏଥି ନିମନ୍ତେ ୮ଟି ଟିମ ଗଠନ କରାଯାଇ ୪ ଜଣ ଡିଏସ୍‌ପି, ୧୦ ଜଣ ଇନ୍ସପେକ୍ଟରଙ୍କ ନେତୃତ୍ବରେ ଚଢ଼ଉ କରାଯାଇଥିଲା।

Leave A Reply

Your email address will not be published.