ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

୫୦ ଲକ୍ଷ ଟଙ୍କା ପାଇଁ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା

0

ଝାରସୁଗୁଡା; ୫୦ ଲକ୍ଷ ଟଙ୍କା ପାଇଁ ଦଶମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ମୃତ ଦେହକୁ ପୋଡି ଦେଇଛନ୍ତି ଅପହରଣକାରୀ । ଝାରସୁଗୁଡାରୁ ଆସିଛି ଏମିତି ଏକ ଚାଞ୍ଚଲ୍ୟକର ଖବର । ଆଉ ବରଗଡ ଜିଲ୍ଲା ଭେଡେନ୍ ଥାନା ପାଖ ଜଙ୍ଗଲରୁ ଅପହୃତ ଦଶମ ଶ୍ରେଣୀ ଛାତ୍ରଙ୍କ ଅଧାପୋଡା ମୃତଦେହ ଉଦ୍ଧାର ହୋଇଛି ।

ଝାରସୁଗୁଡା ଏସପିଙ୍କ ସୂଚନାନୁସାରେ, ଗୋଡଭଗା ପଟରୁ ଏକ ନୀଳରଙ୍ଗର କାରରେ ଦୁଇ-ତିନି ଜଣ ବ୍ୟକ୍ତି ଘଟଣାସ୍ଥଳକୁ ଆସି ସମର୍ଥଙ୍କ ମୃତ ଦେହକୁ ପୋଡି ଚାଲିଯାଇଥିଲେ । ପୋଲିସ ସେଠାରୁ ଏକ କଟୁରୀ, ପେଟ୍ରୋଲ ଅଣାଯାଇଥିବା ଏକ ପ୍ଲାଷ୍ଟିକ ଜାର ଜବତ କରିଛି । କିନ୍ତୁ ଅପହରଣ ପଛର ସଠିକ୍ କାରଣ ଜଣାପଡିନାହିଁ । ହେଲେ, ଅପହରଣକାରୀ ସମର୍ଥଙ୍କୁ ପୂର୍ବରୁ ଚିହ୍ନିଥିଲେ ବୋଲି ଅନୁମାନ କରୁଛି ପୁଲିସ । ୨ଜଣଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚୁରା କରାଯାଉଛି ।

ସୂଚନା ଅନୁସାରେ, ଝାରସୁଗୁଡା ସହରରେ ସରବାହଲର ଏକ ଆପାର୍ଟମେଣ୍ଟରେ ରହୁଥିବା ସୁନିତ ଅଗ୍ରୱାଲଙ୍କ ୧୪ବର୍ଷିୟ ପୁଅ ସମର୍ଥ, ୨୭ତାରିଖ ଅପରାହ୍ନ ୪ଟାରେ ଇଲେକ୍ଟ୍ରିକ୍ ସୁଟି ଧରି ଘରୁ ବାହାରିଥିଲେ । ସେବେଠାରୁ ଆଉ ଘରକୁ ଫେରି ନଥିଲେ । କିଛି ସମୟ ପରେ କେହି ସୁନିତଙ୍କୁ ଫୋନ ଯୋଗେ ୫୦ଲକ୍ଷ ଟଙ୍କା ମାଗିଥିଲେ ।

ଦୁର୍ବୃତ୍ତମାନେ ଟଙ୍କା ମାଗିବା ପରେ ପୁଅ ଅପହରଣ ହୋଇଥିବା ଜାଣିଥିଲେ ତାଙ୍କ ପରିବାର । ତାପରେ ଏନେଇ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଆଜି ସମର୍ଥଙ୍କ ମୃତ ଦେହ ବରଗଡରୁ ଉଦ୍ଧାର ହୋଇଛି । ଏହି ଘଟଣା ଝାରସୁଗୁଡାରେ ଚାଂଚଲ୍ୟ ଖେଳାଇ ଦେଇଛି । ତେବେ ଅପହରଣ ଓ ହତ୍ୟା ପଛର କାରଣ କଣ ତାହା ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.