ପ୍ରମୁଖ ଖବର

ଦୁଇ ଭାଗ ହେଲା ଫଲକନୁମା ଏକ୍ସପ୍ରେସ୍
ଆତ୍ମସମର୍ପଣ କଲେ ୩୧ ମାଓବାଦୀ
ବାଲେଶ୍ୱର ଜିଲାରେ ଥିବା ରିଜର୍ଭ ପୋଲିସ ବାରାକରେ ଜଣେ ମହିଳା ପୋଲିସ କନଷ୍ଟେବଳଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଏକ କାର୍ ଭିତରୁ ୧୩୦ କିଲୋ ଗଞ୍ଜେଇ ଜବତ
ପଞ୍ଜାବର ଜଳନ୍ଧରରେ ଭାଜପା ନେତା ମନୋରଞ୍ଜନ କାଳିଆଙ୍କ ଘର ବାହାରେ ଏକ ବିସ୍ଫୋରଣ

ମଦ ଦୋକାନରେ ଅଗ୍ନିକାଣ୍ଡ

0

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱର ସହୀଦ ନଗର ଭବାନୀ ମଲ ନିକଟରେ ଥିବା ଏକ ମଦ ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳୁଛି । ତେବେ ନିଆଁର ମାତ୍ରା ଏତେ ଅଧିକ ଥିଲା ଯେ ସ୍ଥାନୀୟ ଅଞ୍ଚଳରେ ଧୁଆଁ ଭର୍ତ୍ତି ହୋଇଯାଇଥିଲା । ମଦ ଦୋକାନ ପାଖ ବିଲ୍ଡିଂକୁ ନିଆଁ ବ୍ୟାପିଛି । ବିଲ୍ଡିଂ ପଛ ପଟେ ଥିବା ଓଡିଶା ବିଲ୍ଡିଂକୁ ନିଆଁ ବ୍ୟାପିଛି । ଦୁଇଟି ଅଗ୍ନିଶମ ବାହିନୀ କର୍ମକର୍ତ୍ତା ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ପାଖରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ଏହାକୁ ନେଇ ସ୍ଥାନୀୟ ଲୋକେ ମଧ୍ୟ ଭୟଭୀତ ହୋଇଯାଇଥିଲେ ।

ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହୀନି ପହଞ୍ଚିଛି । ଅଗ୍ନିଶମ କର୍ମଚାରୀ ଦୋକାନରେ ଲାଗିଥିବା ନିଆଁକୁ ଆୟତ୍ତ କରିଛି । ପ୍ରାଥମିକ ସୂଚନା ଅନୁସାରେ ମଦ ଦୋକାନ ଭିତରେ ୪ଜଣ ଫସିଥିଲେ କିନ୍ତୁ ପରେ ସେମାନେ ସୁରକ୍ଷିତ ଭାବେ ବାହାରି ଆସିଛନ୍ତି । ନିଆଁ ପ୍ରାୟତଃ ଆୟତ ହୋଇସାରିଥିବା ସୂଚନା ମିଳିଛି । ହେଲେ କ୍ଷୟକ୍ଷତିର ପରିମାଣ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.