ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ରେଳରେ ଜେନେରାଲ କୋଚରେ ଯାତ୍ରା କରୁଥିବା ଲୋକମାନେ ପାଇବେ ସୁଲଭ ମୂଲ୍ୟରେ ଖାଦ୍ୟ

0

ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ଜେନେରାଲ କୋଚରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଖାଇବା ପିଇବା ପାଇଁ ଚିନ୍ତା କରିବାକୁ ପଡିବ ନାହିଁ । ଷ୍ଟେସନର ପ୍ଲାଟଫର୍ମରେ ଜେନେରାଲ କୋଚ୍ ସମ୍ମୁଖରେ ‘ଇକୋନୋମି ମିଲ୍ସ’ ଷ୍ଟଲ୍ ନିର୍ମାଣ କରାଯିବ। ଏହି ଷ୍ଟଲଗୁଡ଼ିକରେ ଖାଦ୍ୟ ଓ ପାନୀୟ ଅତି ସୁଲଭ ମୂଲ୍ୟରେ ଉପଲବ୍ଧ ହେବ ।

ସୂଚନାଯୋଗ୍ୟ, ଜେନେରାଲ କୋଚରେ ଯାତ୍ରା କରୁଥିବା ଲୋକମାନେ ସୁଲଭ ମୂଲ୍ୟରେ ଖାଦ୍ୟ ପାଇବାକୁ ସମସ୍ୟାରେ ପଡ଼ିଥାନ୍ତି । ସେମାନଙ୍କୁ ଅନେକ ସମୟରେ ଷ୍ଟେସନରେ ଏଣେତେଣେ ଖୋଜିବାକୁ ପଡ଼ିଥାଏ । ଏଭଳି ସ୍ଥିତିରେ ଭାରତୀୟ ରେଳ ଜେନେରାଲ କୋଚରେ ଯାତ୍ରା କରୁଥିବା ଲୋକଙ୍କୁ ବଡ଼ ଉପହାର ଦେଇ ସୁଲଭ ଖାଦ୍ୟ ବା ଇକୋନୋମି ମିଲ୍ ଆରମ୍ଭ କରିଛି। ୨୦୨୩ ଜୁନ୍ ୨୭ତାରିଖରେ ରେଳବାଇ ବୋର୍ଡ ପକ୍ଷରୁ ଜାରି ଏକ ଚିଠିରେ ଜେନେରାଲ କୋଚ୍ ନିକଟରେ ପ୍ଲାଟଫର୍ମରେ ସୁଲଭ ମୂଲ୍ୟରେ ଖାଦ୍ୟ ବିକ୍ରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି କାଉଣ୍ଟରଗୁଡ଼ିକର ସ୍ଥାନ ଜୋନାଲ ରେଳବାଇମାନେ ନିର୍ଦ୍ଧାରଣ କରିବେ ।

ରେଳବାଇ ନିର୍ଦ୍ଧାରିତ କ୍ୟାଟରିଂ ମୂଲ୍ୟ ଅନୁଯାୟୀ ଯାତ୍ରୀଙ୍କୁ ମାତ୍ର ୨୦ ଟଙ୍କାରେ ପୁରୀ, ତରକାରି ଓ ଆଚାର ପ୍ୟାକେଟ୍ ମିଳିବ । ଏଥିରେ ୭ଟି ପୁରି, ୧୫୦ ଗ୍ରାମ ତରକାରି ଓ ଆଚାର ରହିବ। ସେହିପରି ଆଉ ଏକ ପ୍ରକାରର ମିଲର ମୂଲ୍ୟ ୫୦ ଟଙ୍କା ରହିବ । ସେଥିରେ ରାଜମା ଭାତ, ଖେଚୁଡ଼ି, ଛୋଲେ ଭତୁରେ, ପାଓଭାଜି କିମ୍ବା ମସାଲା ଦୋସା ରହିବ ।

ତେବେ ଓଡ଼ିଶାର ରାଉରକେଲା ଓ ଝାରସୁଗୁଡା ରେଳ ଷ୍ଟେସନକୁ ମିଶାଇ ସାରା ଭାରତରେ ଏପର୍ଯ୍ୟନ୍ତ ୬୪ ଟି ରେଳ ଷ୍ଟେସନରେ ଏହି ସେବା ଉପଲବ୍ଧ କରାଯାଇ ଅଛି । ଓଡ଼ିଶାର ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନ ସମେତ ଆହୁରି ଅନେକ ଷ୍ଟେସନ ଠାରେ ଏହି ସେବା ଉପଲବ୍ଧ କରାଇବା ପାଇଁ ଯୋଜନା ମଧ୍ୟ କରାଯାଉଛି ।

Leave A Reply

Your email address will not be published.