ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

‘ସବୁଜ ବିପ୍ଳବ’ର ଜନକ ସ୍ବାମୀନାଥନ୍‌ଙ୍କ ପରଲୋକ

0

ଚେନ୍ନାଇ: ‘ସବୁଜ ବିପ୍ଳବ’ର ଜନକ କୁହାଯାଉଥିବା ଏମଏସ ସ୍ବାମୀନାଥନ୍‌ଙ୍କ ପରଲୋକ। ୧୯୨୫ ମସିହା ଅଗଷ୍ଟ ୭ ତାରିଖରେ ତାମିଲନାଡୁର ତାଞ୍ଜାବୁର ଜିଲ୍ଲାରେ ଜନ୍ମିତ ସ୍ବାମୀନାଥନ୍‌ଙ୍କୁ ମୃତ୍ୟୁ ବେଳକୁ ୯୮ ବର୍ଷ ହୋଇଥିଲା। । ଜଣେ ଅନ୍ତର୍ଜାତୀୟ ସ୍ତରର କୃଷିଅର୍ଥନୀତିଜ୍ଞ, କୃଷି ବିଜ୍ଞାନୀ ଓ ପ୍ଲାଣ୍ଟ ଜେନେଟିସିଷ୍ଟ ଭାବେ ଖ୍ୟାତି ଅର୍ଜନ କରିଥିଲେ ସ୍ବାମୀନାଥନ । ଗହମ ଓ ଧାନକୁ ଅଧିକ ଉତ୍ପାଦନକ୍ଷମ କରିବା ଦିଗରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଏମଏସ ସ୍ବାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନର ପ୍ରତିଷ୍ଠାତା ଥିଲେ । ଟାଇମ ମାଗାଜିନରେ ବିଂଶ ଶତାବ୍ଦୀର ସବୁଠାରୁ ପ୍ରଭାବଶାଳୀ ଏସୀୟଙ୍କ ତାଲିକାରେ ତାଙ୍କ ନାମ ସ୍ଥାନୀତ ହୋଇଥିଲା । ଜାତିସଂଘ ପରିବେଶ କାର୍ଯ୍ୟକ୍ରମ ବା ୟୁଏନଇପି ପକ୍ଷରୁ ତାଙ୍କୁ ଇକୋନୋମିକ ଇକୋଲୋଜିର ଜନକ ଭାବେ ଉପସ୍ଥାପିତ କରାଯାଇଥିଲା ।

ସ୍ବାମୀନାଥନ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ଓ ମହାନିର୍ଦ୍ଦେଶକ, ଭାରତ ସରକାରଙ୍କ କୃଷି ଗବେଷଣା ଓ ଶିକ୍ଷା ବିଭାଗ ସଚିବ, କୃଷି ମନ୍ତ୍ରାଳୟର ସ୍ବତନ୍ତ୍ର ସଚିବ, ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଓଡିଶାର ଜୟପୁରଠାରେ ଏମଏସ ସ୍ବାମୀନାଥନ ଗବେଷଣା କେନ୍ଦ୍ରର ଏକ ଶାଖା ଖୋଲିଥିଲେ ସ୍ବାମୀନାଥନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗବେଷଣାଗାର ଲାଗି ଜମି ଯୋଗାଇଥିଲେ ।

ଏମ୍‌. ଏସ୍‌. ସ୍ବାମୀନାଥନ୍‌ ଆଳୁ, ଗହମ, ଧାନ ଓ ଝୋଟ ବା ନଳିତାର ଗୁଣସୂତ୍ର ଉପରେ ଗବେଷଣା ଆରମ୍ଭ କରି ୧୯୪୯ରେ ନିଜର କ୍ୟାରିୟର୍‌ ଆରମ୍ଭ କରିଥିଲେ। ଖାଦ୍ୟଶସ୍ୟ ଅଭାବ ‌ଯୋଗୁଁ ୧୯୬୦ ମସିହାରେ ଭାରତ ଅନାହାର ପଡ଼ିଆସୁଥିବା ବେଳେ ସ୍ବାମୀନାଥନ୍‌ ଆମେରିକୀୟ ଉଦ୍ଭିଦବିଜ୍ଞାନୀ ନର୍‌ମ୍ୟାନ୍‌ ବୋର୍ଲାଗ୍‌ ଓ ଅନ୍ୟ କେତେକ ବୈଜ୍ଞାନିକଙ୍କ ସହିତ ମିଶି ଅଧିକ ଅମଳକ୍ଷମ ଗହମ ବିହନ ବିକଶିତ କରିଥିଲେ।

Leave A Reply

Your email address will not be published.