ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ସଂସଦ ସୁରକ୍ଷାରେ ଅବହେଳା

0

ନୂଆଦିଲ୍ଲୀ: ଆଜି ଅପରାହ୍ଣରେ ୨ଜଣ ବ୍ୟକ୍ତି ଲୋକସଭାର ‘ଭିଜିଟର୍ସ ଗ୍ୟାଲେରି’ରୁ ଦୁଇ ଜଣ ଯୁବକ ଅଚାନକ ଲୋକସଭା ମଧ୍ୟକୁ ଡେଇଁ ପଡ଼ିଥିଲେ। ଉଭୟ ଗୃହ ମଧ୍ୟଭାଗକୁ ଯିବା ବେଳେ ସେମାନଙ୍କୁ କିଛି ସାଂସଦ କାବୁ କରିଥିଲେ। ଏହି ଘଟଣା ଘଟିବା ବେଳେ ଗୃହରେ ଆଲୋଚନା ଚାଲୁଥିଲା।

ପଶ୍ଚିମବଙ୍ଗରୁ ବିଜେପି ସାଂସଦ ସ୍ୱଗେନ ମୁର୍ମୁ ନିଜ କଥା ଗୃହରେ ରଖୁଥିଲେ। ଅଚାନକ ଘଟିଥିବା ଏହି ଘଟଣାରେ ସମସ୍ତେ ଚକିତ ହୋଇ ପଡ଼ିଥିଲେ। ଗୃହ ମାଇକରୁ ଶୁଣିବାକୁ ମିଳିଥିଲା ଯେ, କେହି ଦର୍ଶକ ଗ୍ୟାଲେରିରୁ ଖସି ପଡ଼ିଛନ୍ତି। ଏହା ପରେ .. ଧର.. ଧରର ସ୍ୱର ଶୁଣିବାକୁ ମିଳିଥିଲା। ଗୃହ ମଧ୍ଯରେ ଦୌଡୁଥିବା ବେଳେ ଯୁବକଙ୍କୁ କିଛି ସାଂସଦ କାବୁ କରିଥିଲେ। ଯୁବକଙ୍କର ନାମ ସାଗର ବୋଲି ଜଣାପଡିଛି ।

ଅନ୍ୟପକ୍ଷରେ ସଂସଦ ବାହାରେ ମଧ୍ଯ ବିରୋଧ ପ୍ରଦର୍ଶନ କରୁଥିବା ଦୁଇଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫ ବ୍ୟକ୍ତିଙ୍କ ମଧ୍ଯରେ ଜଣେ ଯୁବତୀ ଅଛନ୍ତି । ସେମାନଙ୍କର ନାମ ହେଉଛି ଅମୋଲ ସିନ୍ଦେ ଓ ନିଲମ । ଉଭୟ ସ୍ମୋକ୍ ବମ୍ ରଖିଥିଲେ ଓ ସେଥିରୁ ହଳଦିଆ ରଙ୍ଗର ଧୂଆଁ ବାହାରୁଥିଲା। ଅଭିଯୁକ୍ତଙ୍କୁ ସଂସଦ ମାର୍ଗ ଥାନାକୁ ନିଆଯାଇଛି । ସେଠାରେ ସେମାନଙ୍କୁ ପଚରାଉଚରା କରାଯାଉଛି ।

ଏହି ଘଟଣାକୁ ବିରାଟ ସୁରକ୍ଷାଗତ ତ୍ରୁଟି ବୋଲି କୁହାଯାଉଥିବା ବେଲେ ସାଂସଦ ଅଭିଯୋଗ କରିଛନ୍ତି ଯେ, ଯୁବକ ଦୁଇଜଣଙ୍କୁ ଧରିବା ସମୟରେ ସୁରକ୍ଷାକର୍ମୀଙ୍କ ଚିହ୍ନବର୍ଣ୍ଣ ନଥିଲା । ସାଂସଦ ମାନେ ଏକାଠି ହୋଇ ଏହି ଯୁବକ ଦ୍ୱୟଙ୍କୁ ଧରିଥିଲେ ।

Leave A Reply

Your email address will not be published.