ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ସେନା ଟ୍ୟାଙ୍କ ଭାସି ୫ ଯବାନ ସହିଦ

0

ଜମ୍ମୁକଶ୍ମୀର: ଜମ୍ମୁକଶ୍ମୀରର ଲଦାଖ ଅଂଚଳରେ ସେନା ଟ୍ୟାଙ୍କ ଭାସି ୫ ଯବାନ ସହିଦ ହୋଇଛନ୍ତି। ଦୌଲତ ବେଗ ଓଲଡି ଅଞ୍ଚଳରେ ନଦୀ ପାର୍ ଅଭ୍ୟାସ ବେଳେ ହଠାତ୍ ନଦୀରେ ଜଳସ୍ତର ବୃଦ୍ଧି ପାଇଥିଲା। ଫଳରେ ସେନା ଟ୍ୟାଙ୍କ ଭାସି ଯାଇଥିଲା। ଏ ବିଷୟରେ ଜଣାପାଡିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ଖୋଜାଯାଇଥିଲା। ତେବେ ସମସ୍ତ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି।

ସେନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଲେହରୁ ପ୍ରାୟ ୧୪୮ କି.ମି ଦୂରରେ ଏହି ଅଘଟଣ ଘଟିଛି। ଏକ ଅଭ୍ୟାସ ମିଶନରେ ଭାରତୀୟ ସ୍ଥଳସେନାର ଟି-୭୨ ଟ୍ୟାଙ୍କରେ ଜଣେ ସେନାଧିକାରୀଙ୍କ ସମେତ ୫ ଜଣ ଯବାନ ଏହି ମିଶନରେ ବାହାରିଥିଲେ। ଦୁର୍ଘଟଣା ସମ୍ପର୍କରେ ଜଣାପଡିବା ପରେ ସେନା ଉଦ୍ଧାର ଅପରେସନ ଆରମ୍ଭ କରିଥିଲା। ସମସ୍ତ ୫ ମୃତଦେହ ଉଦ୍ଧାର କରିବାରେ ରେସ୍କ୍ୟୁ ଟିମ୍‌ ସଫଳ ହୋଇଛି।

ଏହି ଅଘଟଣକୁ ନେଇ ଶୋକ ପ୍ରକାଶ କରିଛନ୍ତି ପ୍ରତିରକ୍ଷମନ୍ତ୍ରୀ ରାଜନାଥ ସିଂହ। ଦେଶ ପାଇଁ ବୀର ଯବାନଙ୍କ ସେବା କେବେ ଭୁଲି ପାରିବୁ ନାହିଁ। ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ସଦିଦଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ।

Leave A Reply

Your email address will not be published.