ପ୍ରମୁଖ ଖବର

କୃଷକଙ୍କୁ ସରକାରଙ୍କ ଦୀପାବଳି ଭେଟି,ରବି ଫସଲଗୁଡ଼ିକରବଢ଼ାଇଲେ ଏମଏସପି
ଆସନ୍ତା ୨୩ ଓ ୨୪ ତାରିଖରେ ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିବେ ରାଷ୍ଟ୍ରପତି
ରାଜ୍ୟରେ ଖୁବଶୀଘ୍ର ଗଠନ ହେବ ଆଇନ ସମୀକ୍ଷା ଆୟୋଗ: ଆଇନ ମନ୍ତ୍ରୀ
ରାଜଧାନୀରେ ନକଲି କଲ୍ ସେଣ୍ଟରରେ ଚଢ଼ାଉ, ୬ ଅଟକ
ହରିୟାଣାର ମୁଖ୍ୟମନ୍ତ୍ରୀ ହେବେ ନାୟବ ସିଂ ସାଇନି, କାଲି ନେବେ ଶପଥ
ଏଣିକି ଡ୍ରାଇଭିଂ ଟେଷ୍ଟିଂ ବେଳେ ଜଗିବ ଏଆଇ
ସ୍ୱତନ୍ତ୍ର ଘିଅ ଡିପୋ ପାଇଁ ଓମଫେଡକୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

୨୦୩୬ ସୁଦ୍ଧା ଗଠନ ହେବ ବିକଶିତ ଓଡିଶା

0

ଭୁବନେଶ୍ୱର: ସୋମବାର ଆରମ୍ଭ ହୋଇଯାଇଛି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣ ପରେ ଆରମ୍ଭ ହୋଇଛି ବିଧାନସଭାର ବଜେଟ୍ ଅଧିବେଶନ । ରାଜ୍ୟପାଳ ରଘୁବର ଦାସ ପ୍ରଥମେ ବିଧାନସଭାରେ ପହଞ୍ଚିବା ପରେ ତାଙ୍କୁ ବାଚସ୍ପତି ସୁରମା ପାଢୀ ସ୍ବାଗତ କରିବା ସହିତ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା । ଏହାପରେ ଗୃହରେ ନିଜର ସ୍ଥାନ ଗ୍ରହଣ କରି ନିଜର ଅଭିଭାଷଣ ରଖିଥିଲେ ରାଜ୍ୟପାଳ ।

ଆଜିଠୁ ଆରମ୍ଭ ହୋଇଛି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ପ୍ରଥମ ବଜେଟ ଅଧିବେଶନ ଆରମ୍ଭ ହୋଇଛି ।ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଛନ୍ତି, ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନ ହେବ । ମୋ ସରକାର ଏକ ବିକଶିତ ଓଡିଶା ଗଠନ କରିବାକୁ ଚାହୁଁଛି । ୨୦୩୬ ସୁଦ୍ଧା ବିକଶିତ ଓଡିଶାର ସ୍ବପ୍ନ ପୂରଣ କରିବା ସରକାରଙ୍କ ଲକ୍ଷ୍ୟ । ଯେଉଁଥିରେ ତୃଣମୂଳ ସ୍ତରରୁ କାମ କରାଯିବ । ଏଥିରେ କୃଷକ, ଶ୍ରମିକ, ଜନଜାତି, ଯୁବଶକ୍ତି, ଅନ୍ନଦାତାଙ୍କୁ ବେଶୀ ଗୁରୁତ୍ବ ଦେବେ ସରକାର । ଏହା ସହିତ ପ୍ରଯୁକ୍ତି ବିଦ୍ୟା ଜରିଆାରେ ସଡିଶାକୁ ପୂର୍ବ ଭାରତର ଶକ୍ତିଶାଳୀ ରାଜ୍ୟ ଭାବେ ଗଢି ତୋଳାଯିବ ।ଏଥିପାଇଁ କୃଷକ ଭାଇଙ୍କୁ ସମୃଦ୍ଧ କରାଯିବ । ସମୃଦ୍ଧ କୃଷିନୀତି ପ୍ରଚଳନ କରାଯାଇ କୃଷି କ୍ଷେତ୍ରରେ ପରିବର୍ତ୍ତନ ଅଣାଯିବ । ଏହି ନୀତି ଅଧିନରେ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଦିଆାଯିବ । ଏଥିରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର କୃଷକଙ୍କୁ ୪୮ ଘଣ୍ଟା ଭିତରେ ପ୍ରଦାନ କରାଯିବ । କୃଷକଙ୍କ ଆୟ ବୃଦ୍ଧ ମୋ ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ରାଜ୍ୟପାଳ ।

ଖୋଲି ସେତିକି ନୁହେଁ, ଶସ୍ୟ ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ସୁବିଧା, ପ୍ରକ୍ରିୟାକରଣ ୟୁନିଟ୍ ସହିତ ଯୋଗାଣ ପ୍ରକ୍ରିୟା ଶୃଙ୍ଖଳିତ କରାଯିବ । ରାଜ୍ୟରେ ପ୍ରତି ଜିଲ୍ଲାରେ ମଣ୍ଡି କରାଯାଇ ସେଠି ଶସ୍ୟ ଭଣ୍ଡାର ଓ କୃଷକଙ୍କ ବିଶ୍ରାମ ଗୃହ ମଧ୍ୟ ରହିବ । ଏଥିସହିତ ଜାତୀୟ ଶସ୍ୟ ଉତ୍ପାଦନ ଓ ଏହାର ବ୍ୟବହାର ବୃଦ୍ଧି ପାଇଁ ବହାର ଚାହିଦା ବଢାଯିବ ବୋଲି କହିଛନ୍ତି ରାଜ୍ୟପାଳ ।

Leave A Reply

Your email address will not be published.