ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ମିଲ୍‌କି ମୁ’ କ୍ଷୀର ପ୍ଲାଣ୍ଟରେ ପହଁଚିଲେ ମନ୍ତ୍ରୀ

0

ପୁରୀ: ରାଜ୍ୟ ଖାଦ୍ୟଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆଜି ନିମାପଡା ଗସ୍ତ କରି ଗୋପସ୍ଥିତ ‘ମିଲ୍‌କି ମୁ’ କ୍ଷୀର ପ୍ଲାଣ୍ଟରେ ଅଚାନକ ପରିଦର୍ଶନ କରିବା ସହ ଏଠାରେ ବ୍ୟବହୃତ କ୍ଷୀରର ମାନ ଯାଞ୍ଚ କରିଛନ୍ତି।

ସୂଚନା ମୁତାବକ ଏହି ଘରୋଇ ଦୁଗ୍ଧ କମ୍ପାନୀରେ ନିମ୍ନ ମାନର ଦୁଗ୍ଧଜାତ ସାମଗ୍ରୀ ଉତ୍ପାଦନ କରିବା ଓ ପରିବେଶ ପ୍ରଦୂଷଣ କରୁଥିବା ନେଇ ଯୋଗାଣ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହେଇଥିଲା। କ୍ଷୀର ଓ ଏଥିରୁ ପ୍ରସ୍ତୁତ ଉତ୍ପାଦର ଗୁଣବତ୍ତା ଓ ନିର୍ଦ୍ଧାରିତ ମୂଲ୍ୟ ଦେବାରେ ଅନିୟମିତତା ସମ୍ପର୍କରେ କୃଷକ ସମାଜର ପ୍ରତିନିଧି, କ୍ଷୀର ବ୍ୟବସାୟୀ ଏବଂ ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗକୁ ଭିତ୍ତିକରି ମନ୍ତ୍ରୀ ଶ୍ରୀ ପାତ୍ର ଏହି ପ୍ଲାଣ୍ଟକୁ ଅଚାନକ ପରିଦର୍ଶନ କରିଛନ୍ତି ।

ଏଥିସହ ପ୍ଲାଣ୍ଟ ପରିସରରେ ସ୍ୱଚ୍ଛତା ଓ ଗୁଣବତ୍ତା ଭଳି ଆବଶ୍ୟକୀୟ ମାନଦଣ୍ଡ ଅନୁସରଣରେ ବିଭିନ୍ନ କ୍ଷୀର ଉତ୍ପାଦ ପ୍ରସ୍ତୁତି ହେଉଛି ନା ନାହିଁ ଏସମ୍ପର୍କରେ ମଧ୍ୟ ସେ ଯାଞ୍ଚ କରିଥିଲେ । ନିଜ ସହ ଥିବା ବିଭାଗୀୟ ଅଧିକାରୀ ପ୍ରମୁଖ ମନ୍ତ୍ରୀଙ୍କୁ ସହଯୋଗ କରିବା ସହିତ ପ୍ଲାଣ୍ଟ ପରିସରସ୍ଥିତ କାର୍ଯ୍ୟାଳୟରେ ବିଭିନ୍ନ ରେକର୍ଡ ପତ୍ର ମଧ୍ୟ ଦେଖିଥିଲେ ।

କୃଷ୍ଣ ଚନ୍ଦ୍ର ପାତ୍ର ଦୁଗ୍ଧ ପ୍ରକ୍ରିୟାକରଣ ଫ୍ୟାକ୍ଟ୍ରି ପରିଦର୍ଶନ କରି ଦୁଗ୍ଧଜାତ ଉତ୍ପାଦିତ ସାମଗ୍ରୀର ମାନ ସଂଗ୍ରହ କରିଛନ୍ତି । ଫ୍ୟାକ୍ଟ୍ରି ଦ୍ୱାରା ପ୍ରଦୂଷଣ ଅଭିଯୋଗ ପ୍ରମାଣିତ ହେଲେ ବା ଉତ୍ପାଦିତ ସାମଗ୍ରୀର ମାନ ପରୀକ୍ଷାରେ ଠିକ ନଥିଲେ ଫ୍ୟାକ୍ଟ୍ରି କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି। ଅପରପକ୍ଷେ କୋୖଣସି ନିମ୍ନମାନର ଦୁଗ୍ଧ ଜାତ ସାମଗ୍ରୀ ଉତ୍ପାଦନ କିମ୍ବା ବିକ୍ରି କରାଯାଉ ନାହିଁ ବୋଲି କହି କଥାକୁ କମ୍ପାନୀ ସାଧାରଣ ପରିଚାଳକ ରବୀନ୍ଦ୍ର ମହାରଣା ଖଣ୍ଡନ କରିଛନ୍ତି।

Leave A Reply

Your email address will not be published.