ପ୍ରମୁଖ ଖବର

ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC ଗ୍ରୁପ୍) ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ
ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହେଲା
୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ କରାଯିବ
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନୀ
୩ ଓ ୪ ତାରିଖ ଦୁଇ ଦିନ ପାଇଁ ମାଲକାନଗିରି ଓ କୋରାପୁଟ କୁ ରେଡ ଆଲର୍ଟ ଜାରି
ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ଦୁଇରୁ ତିନି ଦିନ ଭିତରେ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଓଡ଼ିଶା କାର୍ଯ୍ୟକ୍ରମ ବାତିଲ
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଠାରୁ ଓଡ଼ିଶା ଆସିଥାନ୍ତେ
ପରବର୍ତ୍ତୀ ସମୟରେ ପୁଣି ଥରେ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ମହାନଦୀରେ ଭାସିଗଲେ କାଉଡ଼ିଆ

0

କଟକ: ମହାନଦୀରେ ଭାସିଗଲେ କାଉଡ଼ିଆ। ତାଳଦଣ୍ଡା କେନାଲ ଭଦିମୂଳ ଘାଟରେ ଅଘଟଣ। ଘାଟରେ ପାଣି ଉଠାଇବା ବେଳେ ମହାନଦୀରେ ଭାସିଯାଇ ଜଣେ କାଉଡ଼ିଆ ନିଖୋଜ ହୋଇଯାଇଛନ୍ତି। ଭଦିମୂଳ ଘାଟରେ ପାଣି ଉଠାଇଲା ବେଳେ ମହାନଦୀରେ ଭାସିଗଲେ କାଉଡ଼ିଆ। ଶ୍ରାବଣ ମାସ ସୋମବାର ପାଇଁ ରବିବାର କାଉଡିଆମାନେ ମହାନଦୀରୁ ପାଣି ଉଠାଉଥିଲେ। ଏହି ସମୟରେ ଜଣେ କାଉଡିଆ ପାଣିରେ ବୁଡିଯାଇ ନିଖୋଜ ଅଛନ୍ତି। ତାଙ୍କ ପରିଚୟ ମିଳିପାରି ନାହିଁ। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ରବିବାର ୨୮ ତାରିଖରେ ମଧ୍ୟ ଗଡଗଡିଆ ଘାଟରେ କାଉଡିଆ ପାଣି ଉଠାଇବା ବେଳେ ଅଘଟଣ ଘଟିଥିଲା। ପାଣି ଉଠାଇବା ବେଳେ ୨ ଜଣ ପାଣିରେ ଭାସିଯାଇଥିଲେ। ଜଣକୁ ସେଠାରେ ଥିବା କାଉଡିଆ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ଭାସି ଯାଇଥିଲେ। ଅଗ୍ନିଶମବାହିନୀ ଖୋଜାଖୋଜି କରି ଉକ୍ତ କାଉଡିଆର ମୃତଦେହ ଉଦ୍ଧାର କରିଥିଲେ।

Leave A Reply

Your email address will not be published.