ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

ରାଜ୍ୟର ସମସ୍ତ ଜିଲ୍ଲା ଗସ୍ତ କରିବେ ସଚିବ ଓ ବରିଷ୍ଠ ଅଧିକାରୀ

0

ଭୁବନେଶ୍ବର: ରାଜ୍ୟର ସମସ୍ତ ଜିଲ୍ଲା ଗସ୍ତ କରିବେ ସଚିବ ଓ ବରିଷ୍ଠ ଅଧିକାରୀ। ଏନେଇ ନିର୍ଦ୍ଦେଶନାମା ଜାରି କଲା ଯୋଜନା ଓ ସଂଯୋଜନ ବିଭାଗ । ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ସରକାରୀ ଯୋଜନାର ତଦାରଖ କରିବେ।

ବିକାଶମୂଳକ ପ୍ରକଳ୍ପର ସମୀକ୍ଷା ଏବଂ ସରକାରଙ୍କ କଲ୍ୟାଣ ଯୋଜନାର କାର୍ଯ୍ୟକାରିତା ସମୀକ୍ଷା କରିବା ପାଇଁ ନିୟମିତ ବ୍ୟବଧାନରେ ବିଭିନ୍ନ ଜିଲା ପରିଦର୍ଶନ କରିବେ ସମସ୍ତ ବିଭାଗର ସଚିବ। ଏ ନେଇ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି ଗସ୍ତ ସମୟରେ ଜିଲାର ଯେକୌଣସି ସ୍ଥାନକୁ ପରିଦର୍ଶନ କରିବା ସହ ପଞ୍ଚାୟତକୁ ଯାଇ ବିଭିନ୍ନ ସରକାରୀ ଯୋଜନାର ତଦାରଖ ବି କରିବେ।

ଦିନକୁ ଅତିକମ୍‌ରେ ଥରେ କୌଣସି ଆହାର କେନ୍ଦ୍ର, ଅନୁସୂଚିତ ଜାତି/ଜନଜାତି ଛାତ୍ରାବାସ, ସ୍କୁଲକୁ ଯାଇ ମଧ୍ୟାହ୍ନଭୋଜନ ଖାଦ୍ୟର ଗୁଣବତ୍ତା ପରୀକ୍ଷା କରିବା ସହ ଭୋଜନ କରିବେ। କୌଣସି ଏକ ମେଡିକାଲକୁ ଯାଇ ରୋଗୀଙ୍କୁ ଭେଟି ସ୍ବାସ୍ଥ୍ୟସେବା ବିଷୟରେ ପଚାରି ବୁଝିବେ। ଏଥିସହିତ ଅଙ୍ଗନଓ୍ବାଡ଼ି ହିତାଧିକାରୀଙ୍କ ସହ ଆଲୋଚନା କରିବେ। ବିଦ୍ୟାଳୟର ଛାତ୍ରୀ ନିବାସ ଯାଇ ବାଳିକାମାନଙ୍କ ସହ କଥା ହୋଇ ସେମାନଙ୍କର ମତାମତ ନେବେ। ୮ଟି ଡିଏମ୍‌ଏଫ୍‌ ଜିଲା ଗସ୍ତ କରି ସେଠାରେ ଡିଏମ୍‌ଏଫ ପାଣ୍ଠିର ବିନିଯୋଗ ବାବଦରେ ସମୀକ୍ଷା କରିବେ। କ୍ଷେତ୍ର ପରିଦର୍ଶନ ସରିବା ପରେ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡ଼ିକ ଉପରେ ଜିଲାପାଳ ଓ ସବୁ ଜିଲା ଅଧିକାରୀଙ୍କ ସହ ଅତିକମ୍‌ରେ ଦିନର ଅଧା ଆଲୋଚନା କରିବେ। ଜିଲାରେ ଥିବା ବନ୍ଦର, ବିମାନ ବନ୍ଦର, ଶିଳ୍ପ , ପାର୍କ ଓ ମେଡିକାଲ କଲେଜ, ବୃହତ ଜଳସେଚନ ପ୍ରକଳ୍ପଗୁଡ଼ିକ ସମୀକ୍ଷା କରିବା ସହ କାର୍ଯ୍ୟକାରୀ ହେବାକୁ ଥିବା ନୂତନ ପ୍ରକଳ୍ପଗୁଡ଼ିକର ବି ସମୀକ୍ଷା କରିବେ।

Leave A Reply

Your email address will not be published.