ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭରତପୁର ଥାନା ଘଟଣାରେ ଏକଜୁଟ ହେଲେ ପୋଲିସ

0

ରବିବାର ବସିବ ଜରୁରୀ ବୈଠକ
ଭୁବନେଶ୍ବର: ଭରତପୁର ପୋଲିସ-ମେଜର ବିବାଦ ଘଟଣାରେ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ ଜରୁରୀ ବୈଠକ। ତେବେ ଏଥିରେ ୪୦ ବରିଷ୍ଠ ଏସିପି, ଇନ୍ସପେକ୍ଟର, ସବଇନ୍ସପେକ୍ଟର ପାହ୍ୟା ଅଧିକାରୀ ଯୋଗଦେବାର ସୂଚନା ମିଳିଛି। ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରତିବାଦକୁ ନେଇ ଆଜି ସଂଧ୍ୟାରେ ଭୁବନେଶ୍ୱରରେ ଶହଶହ ପୋଲିସ ଏକାଠି ହୋଇଥିଲେ। ତେବେ ଆଗକୁ ବଡ଼ ପ୍ରତିବାଦ ପାଇଁ ଏହି ବୈଠକରେ ନିଷ୍ପତ୍ତି ହେବ ବୋଲି ଜଣାପଡିଛି।

ଭରତପୁର ଘଟଣାକୁ ନେଇ ରାଜ୍ୟ ରାଜନୀତି ଠାରୁ ଜାତୀୟ ରାଜନୀତି ସରଗରମ ରହିଛି। ଗୋଟିଏ ପରେ ଗୋଟିଏ ଘଟଣାରେ ଓଡ଼ିଶାରେ ହଇଚଇ ସୃଷ୍ଟି କରିଛି। ତେବେ ଶନିବାର ସଂଧ୍ୟାରେ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ କରି ହଠାତ ଭୁବନେଶ୍ୱରରେ ଏକାଠି ହୋଇଥିଲେ ଶହଶହ ପୋଲିସ। ଭୁବନେଶ୍ୱର ରିଜର୍ଭ ଗ୍ରାଉଣ୍ଡରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା।

ରୋଡ୍ ରୋମିଓଙ୍କ ଦୁର୍ବ୍ୟବହାର ବିରୁଦ୍ଧରେ ୧୫ତାରିଖ ମଧ୍ୟରାତ୍ରିରେ ସହାୟତା ଲୋଡ଼ିବାକୁ ଭରତପୁର ଥାନାକୁ ଯାଇଥିବା ଭାରତୀୟ ସେନାର ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କ ସହ ପୁଲିସର ଅମାନବୀୟ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରି ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ ପ୍ରତିବାଦର ସ୍ୱର ଶାଣିତ ହେବାରେ ଲାଗିଛି । ଭାରତୀୟ ସେନା ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରି ନିଜଆଡ଼ୁ ମାମଲା ରୁଜୁ ପାଇଁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖି ଅନୁରୋଧ କରିସାରିଛି । ଏହାସହିତ ପୁଲିସ ଡିଜିଙ୍କୁ ମଧ୍ୟ ଚିଠି ଲେଖି ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଜାତୀୟ ମହିଳା କମିଶନ ମଧ୍ୟ ପୁଲିସ ଡିଜିଙ୍କୁ ରିପୋର୍ଟ ମାଗିଛନ୍ତି । ଏହି ଘଟଣାରେ ବୁଦ୍ଧିଜୀବୀମାନଙ୍କୁ ସ୍ତବ୍ଧ କରିଛି ।

Leave A Reply

Your email address will not be published.