ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଭରତପୁର ଥାନା ଘଟଣାରେ ଏକଜୁଟ ହେଲେ ପୋଲିସ

0

ରବିବାର ବସିବ ଜରୁରୀ ବୈଠକ
ଭୁବନେଶ୍ବର: ଭରତପୁର ପୋଲିସ-ମେଜର ବିବାଦ ଘଟଣାରେ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ ଜରୁରୀ ବୈଠକ। ତେବେ ଏଥିରେ ୪୦ ବରିଷ୍ଠ ଏସିପି, ଇନ୍ସପେକ୍ଟର, ସବଇନ୍ସପେକ୍ଟର ପାହ୍ୟା ଅଧିକାରୀ ଯୋଗଦେବାର ସୂଚନା ମିଳିଛି। ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରତିବାଦକୁ ନେଇ ଆଜି ସଂଧ୍ୟାରେ ଭୁବନେଶ୍ୱରରେ ଶହଶହ ପୋଲିସ ଏକାଠି ହୋଇଥିଲେ। ତେବେ ଆଗକୁ ବଡ଼ ପ୍ରତିବାଦ ପାଇଁ ଏହି ବୈଠକରେ ନିଷ୍ପତ୍ତି ହେବ ବୋଲି ଜଣାପଡିଛି।

ଭରତପୁର ଘଟଣାକୁ ନେଇ ରାଜ୍ୟ ରାଜନୀତି ଠାରୁ ଜାତୀୟ ରାଜନୀତି ସରଗରମ ରହିଛି। ଗୋଟିଏ ପରେ ଗୋଟିଏ ଘଟଣାରେ ଓଡ଼ିଶାରେ ହଇଚଇ ସୃଷ୍ଟି କରିଛି। ତେବେ ଶନିବାର ସଂଧ୍ୟାରେ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ କରି ହଠାତ ଭୁବନେଶ୍ୱରରେ ଏକାଠି ହୋଇଥିଲେ ଶହଶହ ପୋଲିସ। ଭୁବନେଶ୍ୱର ରିଜର୍ଭ ଗ୍ରାଉଣ୍ଡରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା।

ରୋଡ୍ ରୋମିଓଙ୍କ ଦୁର୍ବ୍ୟବହାର ବିରୁଦ୍ଧରେ ୧୫ତାରିଖ ମଧ୍ୟରାତ୍ରିରେ ସହାୟତା ଲୋଡ଼ିବାକୁ ଭରତପୁର ଥାନାକୁ ଯାଇଥିବା ଭାରତୀୟ ସେନାର ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କ ସହ ପୁଲିସର ଅମାନବୀୟ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରି ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ ପ୍ରତିବାଦର ସ୍ୱର ଶାଣିତ ହେବାରେ ଲାଗିଛି । ଭାରତୀୟ ସେନା ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରି ନିଜଆଡ଼ୁ ମାମଲା ରୁଜୁ ପାଇଁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖି ଅନୁରୋଧ କରିସାରିଛି । ଏହାସହିତ ପୁଲିସ ଡିଜିଙ୍କୁ ମଧ୍ୟ ଚିଠି ଲେଖି ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଜାତୀୟ ମହିଳା କମିଶନ ମଧ୍ୟ ପୁଲିସ ଡିଜିଙ୍କୁ ରିପୋର୍ଟ ମାଗିଛନ୍ତି । ଏହି ଘଟଣାରେ ବୁଦ୍ଧିଜୀବୀମାନଙ୍କୁ ସ୍ତବ୍ଧ କରିଛି ।

Leave A Reply

Your email address will not be published.