ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

ପପୁ ଯାଦବଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହତ୍ୟା ଧମକ

0

ବିହାର: ସଲମାନ ଖାନଙ୍କ ମାମଲାରୁ ଦୂରେଇ ରୁହ, ନଚେତ ମାରିଦେବୁ। ବିହାରର ପୁର୍ଣ୍ଣିଆ ସାସଂଦ ପପୁ ଯାଦବଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଧମକ। ପପୁ ଯାଦବ ବରିଷ୍ଠ ପୋଲିସ ଅଧିକାରୀଙ୍କ ନିକଟରେ ଏ ନେଇ ଅଭିଯୋଗ କରିବା ସହ ଏମପି ଏହାର ଅଡିଓ ରେକର୍ଡିଂ ମଧ୍ୟ ପ୍ରକାଶ କରିଛନ୍ତି।

ସୂଚନା ଅନୁସାରେ ,ସାସଂଦ ପପୁ ଯାଦବଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଧମକ ଦେଇଛି। ସଲମାନ ଖାନଙ୍କ ମାମଲାରୁ ଦୂରେଇ ରୁହ, ନଚେତ ମାରିଦେବୁ ବୋଲି ଟେଲିଫୋନ ଜରିଆରେ ଧମକ ଦିଆଯାଇଛି। ପପୁ ଯାଦବ ପୋଲିସକୁ ଦେଇଥିବା ଅଡିଓରେ କଲ କରିଥିବା ବ୍ୟକ୍ତି କହିଛନ୍ତି ଯେ ଏମପିଙ୍କ ସମ୍ପର୍କରେ ସମସ୍ତ ସୂଚନା ତଙ୍କେ ଭାଇ ପାଖରେ ରହିଛି। ଏହା ସହିତ ପପୁ ଯାଦବଙ୍କୁ ତାଙ୍କର ଏକାଧିକ ଠିକଣାରେ ପିଛା କରିସାରିଥିବା ଏବଂ ତାଙ୍କୁ ହତ୍ୟା କରିବ ବୋଲି କହିଛି। ଅଭିଯୁକ୍ତ ଆହୁରି କହିଛି ଯେ, ଲରେନ୍ସ ଜେଲରେ କର୍ମଚାରୀଙ୍କୁ ପ୍ରତି ଘଣ୍ଟାରେ ୧ ଲକ୍ଷ ଟଙ୍କା ଦେଇ ପପୁ ଯାଦବ ସହିତ ଫୋନ ଜରିଆରେ କଥା ହେବାକୁ ଉଦ୍ୟମ କରୁଛି। କିନ୍ତୁ ପପୁ ଯାଦବ ଫୋନ ଉଠାଉ ନାହାନ୍ତି।

ପପୁ ଯାଦବ ଏ ସମ୍ପର୍କରେ ବିହାର ଡିଜିପିଙ୍କୁ ଅବଗତ କରାଇବା କହିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହାର ଜବାବ ଦେଇ କହିଛନ୍ତି ଯେ, ଯଦି ଆଇନ ମୋତେ ଅନୁମତି ଦିଏ ତେବେ ମୁଁ ୨୪ ଘଣ୍ଟା ଭିତରେ ଲରେନ୍ସ ବିଷ୍ଣୋଇ ଭଳି ୨ ଟଙ୍କାର ଅପରାଧୀର ନେଟଓ୍ବର୍କକୁ ଧ୍ବଂସ କରିଦେବି ।
ସୂଚନାଯୋଗ୍ୟ, ମୁମ୍ବାଇରେ ଏନସିପି ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକୀଙ୍କୁ ହତ୍ୟା କରାଯିବା ପରେ ପପୁ ଯାଦବ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ଧମକ ଦେଇଥିଲେ।

Leave A Reply

Your email address will not be published.