ପ୍ରମୁଖ ଖବର

ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା ଗିରଫ
ପରଲୋକରେ ଲୋକପ୍ରିୟ ଅଭିନେତା ଅଚ୍ୟୁତ ପୋତଦାର୍
କଟକ ସହରରେ ଗଣେଶ ପୂଜା ପାଇଁ ଗାଇଡଲାଇନ ଜାରି
ଶିଶୁ ବାଟିକା ପିଲାମାନଙ୍କୁ ମିଳିବ ମାଗଣା ୟୁନିଫର୍ମ
ବନ୍ଦ ହୋଇଯିବ ଭୁବନେଶ୍ଵର-ଦୁବାଇ ବିମାନ ସେବା
ଆଳି ଏକମାଣିଆ ମଇଁଷି ମୃତ୍ୟୁ ଘଟଣା : ମିଳିବ କ୍ଷତିପୂରଣ

ପୁଲିସ ଇନଫର୍ମର ସନ୍ଦେହରେ ହତ୍ୟା

0

ଛତିଶଗଡ଼: ଛତିଶଗଡ଼ରେ ମାଓବାଦୀଙ୍କ ବର୍ବରକାଣ୍ଡ। ପୁଲିସ ଇନଫର୍ମର ସନ୍ଦେହରେ ହତ୍ୟା। ଛତିଶଗଡ଼ ବିଜାପୁର ଜିଲାରେ ମାଓବାଦୀମାନେ ଜଣେ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି। ସେ ହେଲେ ବିଜାପୁର ଜିଲା ଭୈରମଗଡ଼ ଥାନା ତାଲେର ଗ୍ରାମ ନିବାସୀ କୁମ୍ମେଶ କୁ୍‌ଜାମ।

ଅନ୍ୟପକ୍ଷେ ମାଓବାଦୀମାନେ ହତ୍ୟା ପରେ ମୃତ ଦେହକୁ ଚିହିକା-ଚିଣ୍ଡୋତି ରାସ୍ତାରେ ଫିଙ୍ଗିଦେଇଥିଲେ। ଘଟଣାସ୍ଥଳରୁ ଭୈରମଗଡ଼ ଏରିଆ କମିଟି ଦ୍ୱାରା ଜାରି କରାଯାଇଥିବା ପାମ୍ପଲେଟ ପୋଲିସ ମୃତଦେହ ନିକଟରୁ ଜବତ କରିଛ। ପାମ୍ପଲେଟରେ ମୃତ ଗ୍ରାମବାସୀ ପୋଲିସ ସୂଚନାଦାତା ବୋଲି ସନ୍ଦେହ କରି ତାଙ୍କୁ ହତ୍ୟା କରାଯାଇଥିବା ଉଲ୍ଲେଖ ରହିଛି। ଘଟଣା ପରେ ଉକ୍ତ ଅଞ୍ଚଳରେ କୋମ୍ବିଂ ଅପରେଶନକୁ ଜୋର୍‌ଦାର କରାଯାଇଛି।

Leave A Reply

Your email address will not be published.