ଭୁବନେଶ୍ୱର: ୫ଏକରରୁ ଅଧିକ ଚାଷ ଜମି ଥିଲେ କିମ୍ୱା ସରକାରୀ ଚାକିରିଆ । ଆୟକର ଦାତା ଅଥବା ହିତାଧିକାରୀଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଲେ, ସେମାନଙ୍କ ଆକାଉଣ୍ଟକୁ ଭୁଲ କ୍ରମେ ଯାଇଥିବା କାଳିଆ ଟଙ୍କା ଫେରାଇ ଅଣାଯିବ । ଆଜି କୃଷି ସଚିବ ସୌରଭ ଗର୍ଗ ସଚିବାଳୟରେ ଏହି ସୂଚନା ଦେଇଛନ୍ତି । ଶ୍ରୀ ଗର୍ଗ କହିଛନ୍ତି, ସୋସିଆଲ ମିଡିଆ ଆଦିରେ କାଳିଆ ଟଙ୍କା ଜାଲ ବ୍ୟକ୍ତି ନେଇଥିବା ନେଇ ଯେଉଁ ପ୍ରଚାର ଚାଲିଛି, ତାହା ଗୁଜବ ଉପରେ ମୁଖ୍ୟତଃ ପର୍ଯ୍ୟବେସିତ । ଏ ନେଇ ଯେ କୌଣସି ବ୍ୟକ୍ତି ସରକାରୀ େଵବସାଇଟ୍୍, କୃଷି ବା ସମବାୟ ବିଭାଗ ଅଧିକାରୀଙ୍କ ଦୃଷ୍ଟିକୁ ଆଣି ଯାଞ୍ଚ କରିପାରିବେ ।
ପରିସଂଖ୍ୟାନ ଦେଇ ଶ୍ରୀ ଗର୍ଗ କହିଥିଲେ, ସରକାର ଜାନୁଆରୀ ୧ ତାରିଖରେ ଏକ ଚିଠା ତାଲିକା ପ୍ରସ୍ତୁତ କରିଥିଲେ, ଯେଉଁଥିରେ ୨୨ଲକ୍ଷ ହିତାଧିକାରୀ ଆବେଦନ କରିଥିବା ଦେଖାଯାଇଥିଲା । ପରବର୍ତୀ ସମୟରେ ସେମାନଙ୍କ ମଧ୍ୟରୁ ପ୍ରାୟ ଦେଢ ଲକ୍ଷ ଲୋକ ନିଜେ ଏହି ଯୋଜନାରୁ ଓହରିଯାଇ ନାଲି ଫର୍ମ ପୂରଣ ସହ ପୈଠ କରିଥିଲେ । ଏହିଭଳି ୨୦ଲକ୍ଷ ୪୩ ହଜାର ଆବେଦନକୁ ଯାଞ୍ଚ କରାଯାଇ ପ୍ରଥମ ପର୍ଯ୍ୟାୟରେ ୧୨ଲକ୍ଷ ୪୫ ହଜାର ହିତାଧିକାରୀଙ୍କୁ କାଳିଆ ଅର୍ଥ ପୈଠ କରାଯାଇଛି । କୌଣସି ବଡ ବଡିଆଙ୍କୁ ଏହି ଅର୍ଥ ଦିଆଯାଇନାହିଁ । ଏହା ସତ୍ତ୍ୱେ ଯଦି ଜଣାପଡିବ, ତେବେ ଆକାଉଣ୍ଟରୁ ଟଙ୍କା ଫେରାଇ ଅଣାଯିବ ବୋଲି ସଚିବ ରୋକ୍ଠୋକ୍ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ୨୦ ହଜାର ହିତାଧିକାରୀଙ୍କ ଆକାଉଣ୍ଟକୁ ବ୍ୟାଙ୍କରୁ ଟଙ୍କା ଯାଇନାହିଁ । ସେମାନଙ୍କୁ କିଭଳି ଏହି ଟଙ୍କା ମିଳିବ, ସେ ନେଇ ବିଭାଗ ଷ୍ଟେଟ ବ୍ୟାଙ୍କ ସହିତ ଯୋଗାଯୋଗରେ ଥିବା ସୂଚନା ମିଳିଛି ।
ପ୍ରମୁଖ ଖବର
ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ