ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ତିରୁପତି ଲଡୁ ବିବାଦ ଘଟଣାରେ ୪ ଜଣଙ୍କୁ ଗିରଫ କଲା ସିବିଆଇ

0

ଆନ୍ଧ୍ର ପ୍ରଦେଶ: ବହୁଚର୍ଚ୍ଚିତ ତିରୁପତି ଲଡୁ ଅପମିଶ୍ରଣ ବିବାଦ ଘଟଣାରେ ସିବିଆଇ ୪ଜଣଙ୍କୁ ଗିରଫ କରିଛି। ତିରୁପତି ମନ୍ଦିରକୁ ଘିଅ ଯୋଗାଉଥିବା ବିଭିନ୍ନ କମ୍ପାନୀର ୪ଜଣଙ୍କୁ ଗିରଫ କଲା ସିବିଆଇ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଏଆର.ଡେରୀ (ତାମିଲନାଡୁ), ପରାଗ ଡାଏରୀ (ଉତ୍ତର ପ୍ରଦେଶ), ପ୍ରିମିୟର ଏଗ୍ରି ଫୁଡ୍ସ ଏବଂ ‘ଆଲଫା ମିଲ୍କ ଫୁଡ୍ସ’ ସମେତ ଘିଅ ଯୋଗାଣକାରୀ ସଂସ୍ଥାର ବ୍ୟକ୍ତିବିଶେଷ ଅଛନ୍ତି।
ଟିଡିପି ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ମନ୍ଦିରକୁ ଘିଅ ଯୋଗାଣ ନିୟମର ଉଲ୍ଲଂଘନ କରାଯାଇଥିବା ତଦନ୍ତରୁ ଜଣାପଡ଼ିଛି। ପ୍ରତ୍ୟେକ କ୍ଷେତ୍ରରେ ବ୍ୟାପକ ଅନିୟମିତତା ହୋଇଛି। ବୈଷ୍ଣବୀ ଡାଏରୀର ଅଧିକାରୀମାନେ ମନ୍ଦିରକୁ ଘିଅ ଯୋଗାଣ ପାଇଁ ଏଆର ଡାଏରୀ ନାମରେ ଟେଣ୍ଡର ହାସଲ କରିଥିଲେ ଏବଂ ପ୍ରକ୍ରିୟାକୁ ହେରଫେର କରିବା ପାଇଁ ନକଲି ରେକର୍ଡ ତିଆରି କରିବାରେ ମଧ୍ୟ ସମ୍ପୃକ୍ତ ଥିଲେ। ଭୋଳା ବାବା ଡାଏରୀର ଘିଅ ଦେଉଥିବା ମିଛରେ କହୁଥିଲା।

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦାବି କରିଥିଲେ ଯେ ରାଜ୍ୟରେ ପୂର୍ବ ସରକାର ସମୟରେ ତିରୁପତି ଲଡୁରେ ପଶୁ ଚର୍ବି ବ୍ୟବହାର ହେଉଥିଲା । ନାଇଡୁଙ୍କ ଏହି ମନ୍ତବ୍ୟ ପରେ ଦେଶବ୍ୟାପୀ ରାଜନୀତି ଜୋର ଧରିଥିଲା। ଏପରିକି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସୁପ୍ରିମକୋର୍ଟରେ ୩ରୁ ଅଧିକ ଆବେଦନ ହୋଇଥିଲା। ଆବେଦନ ଦାଖଲକାରୀଙ୍କ ମଧ୍ୟରେ ସୁବ୍ରମଣ୍ୟମ ସ୍ବାମୀ, ରାଜ୍ୟସଭା ସାଂସଦ ସୁବ୍ବା ରେଡ୍ଡୀ ସାମିଲ ଅଛନ୍ତି। ଭଗବାନଙ୍କ ନିକଟରେ ଅର୍ପଣ ହେଉଥିବା ଲଡୁ ପ୍ରସାଦରେ ନିମ୍ନମାନର ସାମଗ୍ରୀ ଏବଂ ଘିଅ ବଦଳରେ ପଶୁ ଚର୍ବି ବ୍ୟବହାର କରାଯାଇଥିଲା। ଲ୍ୟାବ୍‌ ରିପୋର୍ଟରୁ ଏହା ଜଣାପଡ଼ିଥିବା ଖୋଦ୍‌ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁ କହିଥିଲେ। ଏହି ଖବର ସାମ୍ନାକୁ ଆସିବା ପରେ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ଯାହା ଲକ୍ଷ ଲକ୍ଷ ଭକ୍ତଙ୍କ ଆସ୍ଥା ବିଶ୍ବାସକୁ କୁଠାରଘାତ କରିଥିଲା। ଏଭଳି ଘୃଣ୍ୟକାର୍ଯ୍ୟ ପଛରେ ଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା।

Leave A Reply

Your email address will not be published.