ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁରୀରେ ଲାଗିବ ଏଆଇ କ୍ୟାମେରା

0

ପୁରୀ: ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଏଥର ରଥଯାତ୍ରା ପାଇଁ ପୁରୀରେ ଏଆଇ କ୍ୟାମେରା ଲଗାଯିବାର ବ୍ୟବସ୍ଥା କରାଯାଇଛି। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ପୁରୀ ଏସ୍‌ପି ବିନିତ ଅଗ୍ରୱାଲ ସୂଚନା ଦେଇଛନ୍ତି। ଏଆଇ କ୍ୟାମେରା ପୁରୀ ରଥଯାତ୍ରାରେ ହେଉଥିବା ଜନଗହଳି ଏବଂ ଟ୍ରାଫିକ ମ୍ୟାନେଜମେଣ୍ଟ ପାଇଁ ଲଗାଯିବ ବୋଲି ସେ କହିଛନ୍ତି। ଏପରିକି ପୁରୀକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଏବଂ ବଡ଼ଦାଣ୍ଡରେ ଏଆଇ କ୍ୟାମେରା ଲଗାଇବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ସେ ପ୍ରକାଶ କରିଛନ୍ତି।

ଏଥର ରଥଯାତ୍ରାରେ ସିସିଟିଭି ନଜରରେ ରହିବ ପୁରା ଶ୍ରୀକ୍ଷେତ୍ର। ଅତ୍ୟାଧୁନିକ ଏଆଇ କ୍ୟାମେରା ଦ୍ବାରା ଶ୍ରୀମନ୍ଦିର ଭିତରକୁ କେହି ଯଦି ବେଆଇନ ଭାବେ ମୋବାଇଲ ନେଉଛି ତା’କୁ ମଧ୍ୟ ଚିହ୍ନଟ କରିହେବ। ଏହି କ୍ୟାମେରା ଦ୍ବାରା ଶ୍ରୀମନ୍ଦିରରେ ଶୃଙ୍ଖଳା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି। ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଅତ୍ୟାଧୁନିକ ଏଆଇ ଟେକ୍ନୋଲୋଜି ଥିବା କ୍ୟାମେରା ଲଗାଯିବା ଫଳରେ ଚୋରି ଓ ଅନ୍ୟାନ୍ୟ ଅସାମାଜିକ କାର୍ଯ୍ୟକଳାପ ଚାଲିଥିବା ସ୍ଥାନରେ ନଜର ରଖାଯିବା ସହ ଅପରାଧକୁ ରୋକିବାରେ ଏହା ସାହାଯ୍ୟ କରିବ।

Leave A Reply

Your email address will not be published.