ପ୍ରମୁଖ ଖବର

ଏକକ ଶିକ୍ଷକ ସ୍କୁଲରେ ତୁରନ୍ତ ନିଯୁକ୍ତ ହେବେ ଶିକ୍ଷକ
ଜାତୀୟ ହସ୍ତତନ୍ତ ଦିବସ: ଦୁଇ ଓଡ଼ିଆ ବୁଣାକାରଙ୍କୁ ଜାତୀୟ ସମ୍ମାନ
ରାଜପଥରୁ ହଟିବେ ଗୋରୁଗାଈ, ପ୍ରତି ୧୦୦ କିମିରେ ହେବ ଗୋଶାଳା
ରୁଷ ସହ ବାଣିଜ୍ୟ କଲେ ଲାଗିପାରେ ୧୦୦% ଶୁଳ୍କ
ଅଗଷ୍ଟ ୯ରୁ ୧୭ ଯାଏଁ ଘରେ ଘରେ ତ୍ରିରଙ୍ଗା ଅଭିଯାନ
ୟୁପିଆଇ ପେମେଣ୍ଟରେ ଲାଗିବନି ଶୁଳ୍କ, ସ୍ପଷ୍ଟ କଲେ ସରକାର
ଦିଲ୍ଲୀରେ ଅଗଷ୍ଟ ୯ରୁ ବିଜେପିର ସ୍ୱାଧୀନତା ଦିବସ ସପ୍ତାହ
ସେପ୍ଟେମ୍ବର ୧ରୁ ତାମିଲନାଡୁର ପ୍ରମୁଖ ମନ୍ଦିରରେ ମୋବାଇଲ ନିଷେଧ
ଷ୍ଟାର୍ଟଅପ୍‌ ପାଇଁ ୫ ସଂସ୍ଥା ସହ ସରକାରଙ୍କ ରଣନୀତିକ ବୁଝାମଣା
ଆଇଆଇଟି ଦିଲ୍ଲୀ ସମାବର୍ତ୍ତନରେ ‘ବିକଶିତ ଭାରତ’ ପାଇଁ ପ୍ରଧାନମନ୍ତୀ ଦେଲେ ବଡ଼ ବାର୍ତ୍ତା

ନନ୍ଦିନୀଙ୍କୁ ତଡିଦେବେ କି ଲତିକା

0

ରମେଶଙ୍କୁ ବିଜେଡିରୁ ଟକ୍କର ଦେବ କିଏ
ସାନଖେମୁଣ୍ଡିରେ ତଥାପି ଅଙ୍କ ଛିଣ୍ଡିନି

ଭୁବନେଶ୍ୱର:ପୂର୍ବତନ ସାଂସଦ ନିତ୍ୟାନନ୍ଦ ପ୍ରଧାନଙ୍କ ଝିଅ ତଥା ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷା ଲତିକା ପ୍ରଧାନ ନା ବର୍ତମାନର ବିଧାୟିକ ନନ୍ଦିନୀ ଦେବୀ । ଓସ୍କାର୍ଡ ବ୍ୟାଙ୍କ ସଭାପତି ଯୋଗେନ୍ଦ୍ର ସ୍ୱାଇଁ ଏମାନଙ୍କ ଲଢେଇରେ ବାଜି ମାରିନେବେନି ତ ।
ଗଂଜାମ ଜିଲ୍ଲାର ସାନଖେମୁଣ୍ଡି ଆସନରେ କାହାକୁ ବିଜେଡି ପ୍ରାର୍ଥୀ କରିବ, ସେ ନେଇ ରାଜନୈତିକ ମହଲରେ ଏମିତି ଛକାପଞ୍ଝା ଚାଲିଛି । ହାଇକମାଣ୍ଡ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏଯାଏ କାହାକୁ ସବୁଜ ସଙ୍କେତ ଦେଇନାହାନ୍ତି । କିନ୍ତୁ ତିନି ନେତା ନିଜ ନିଜ ସପକ୍ଷରେ ଭୁବନେଶ୍ୱରରେ ଲବି କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ସଂଗଠନକୁ ନିଜ ଅକ୍ତିଆରକୁ ଆଣିବା ଲାଗି ଉଦ୍ୟମ ଜାରି ରଖିଛନ୍ତି ।
ଉଲ୍ଲେଖଯୋଗ୍ୟ, ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟ ରାଜନୀତି ସେତିକି ଅଧିକ ଗରମ ହେବାରେ ଲାଗିଛି । କିଏ କେଉଁ ଆସନରେ ପ୍ରାର୍ଥୀ ହେବେ, ସେ ନେଇ ଜୋରଦାର କସରତ ଚଳାଇଛନ୍ତି । ସାନଖେମୁଣ୍ଡ ନିର୍ବାଚନ ମଣ୍ଡଳୀ ଗଞ୍ଜାମ ରାଜନୀତିର ସବୁଠାରୁ ଚର୍ଚ୍ଚିତ ଆସନ । କାରଣ କଂଗ୍ରେସ ଦଳ ପକ୍ଷରୁ ଏଠାରେ ପୂର୍ବତନ ବିଧାୟକ ରମେଶ ଜେନା ପ୍ରାର୍ଥୀ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ବୋଲି କୁହାଯାଉଛି । ସ୍ୱାଭାବିକ ଭାବେ ରମେଶଙ୍କୁ ଟକ୍କର ଦେବା ଭଳି ଜଣେ ନେତାଙ୍କୁ ଏହି ଆସନରୁ ପ୍ରାର୍ଥୀ କରାଯିବାର ଆବଶ୍ୟକତା ରହିଛି । ଗତ ଥର ଏହି ଆସନରେ ଧରାକୋଟ ରାଣୀ ନନ୍ଦିନୀ ଦେବୀ ବିଜୟୀ ହୋଇଥିଲେ । ଏଥର କିନ୍ତୁ ଗଣିତ ଟିକେ ଓଲଟପାଲଟ ହୋଇଛି । ନନ୍ଦିନୀଙ୍କ ସପକ୍ଷରେ ଜନମତ ସମ୍ପୂର୍ଣ୍ଣ ଭାବେ ଯିବ, ଏହାର ସମ୍ଭାବନା କ୍ଷୀଣ ବୋଲି କୁହାଯାଉଛି ।
ଅନ୍ୟପଟରେ ଲତିକା ନିଜ ବାପାଙ୍କ ଜନ୍ମଦିନ ପାଳନ ଅବସରରେ ନିର୍ବାଚନମଣ୍ଡଳୀରେ ଶକ୍ତି ପ୍ରଦର୍ଶନ କରିଥିଲେ । ପରେ ଧରାକୋଟ ବ୍ଲକରୁ ଲତିକାଙ୍କ ସପକ୍ଷରେ ମତ ଉଠିଥିଲା । ସେଠାକାର ନିର୍ବାଚିତ ପ୍ରତିନିଧି, ଛାମୁଆ ନେତା ପ୍ରମୁଖ ଏକାଠି ହୋଇ ଲତିକାଙ୍କ ସହିତ ଆଲୋଚନା କରିଥିବା ସୂଚନା ମିଳିଛି । ଆଜି ଲତିକା ଶେରଗଡରେ ମଧ୍ୟ ଏକ ରଣନୀତି ବୈଠକ କରିିଥିବା ଜଣାପଡିଛି ।
ଏଭଳି ଛକାପଞ୍ଝା ଭିତରେ ମୁଖିଆ କାହା ସପକ୍ଷରେ ନିଜ ମତ ରଖୁଛନ୍ତି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.