ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ନୂଆ ପିସିସିଏଫ ଭାବେ ନିଯୁକ୍ତ ହେଲେ ସୁରେଶ ପନ୍ତ

0

ଭୁବନେଶ୍ବର: ପିସିସିଏଫର ନୂଆ ମୁଖ୍ୟ ହେଲେ ଆଏଫଏସ ସୁରେଶ ପନ୍ତ। ୧୯୯୦ ବ୍ୟାଚ୍‌ର ଆଇଏଫଏସ ସୁରେଶ ପନ୍ତଙ୍କୁ ନୂଆ ପିସିସିଏଫ ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ଆଇଏଫଏସ ସୁରେଶ ପନ୍ତ ହେଲେ ନୂଆ ପିସିସିଏଫ ମୁଖ୍ୟ। ୧୯୯୦ ବ୍ୟାଚର ଆଇଏଫଏସ ସୁରେଶ ପନ୍ତ ଓଡିଶା ଫରେଷ୍ଟ ଡେଭଲପମେଣ୍ଟ କର୍ପୋରେସନର ଏମଡି ଥିଲେ। ପୂର୍ବରୁ ପିସିସିଏଫ ଭାବେ ଦେବୀଦତ୍ତ ବିଶ୍ୱାଳଙ୍କ କାର୍ଯ୍ୟ କରୁଥିବା ବେଳେ ଏବେ ତାଙ୍କ ସ୍ଥାନରେ କାର୍ଯ୍ୟ କରିବେ ଆଇଏଫଏସ ଶ୍ରୀ ପନ୍ତ। ସେ ୨୦୨୧ ମସିହାରୁ ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫଡିସି) ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି।

ତେବେ ଆଇଏଫଏସ ସୁରେଶ ପନ୍ତ, ଉତ୍ତରାଖଣ୍ଡର ବାସିନ୍ଦା। ପଦାର୍ଥ ବିଜ୍ଞାନରେ ଏମଏସସି ହାସଲ କରିଛନ୍ତି। ଓଏଫଡିସିରେ ଯୋଗଦାନ ପୂର୍ବରୁ, ସେ ନଭେମ୍ବର ୨୪, ୨୦୧୫ ରୁ ଜୁଲାଇ ୨୨, ୨୦୧୮ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସର୍କଲର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ବା ଆରସିସିଏଫ ଭାବରେ କାର୍ଯ୍ୟ କରିଥିଲେ। ଏହାପରେ, ତାଙ୍କୁ ଜୁଲାଇ ୨୫, ୨୦୧୮ରେ ବ୍ରହ୍ମପୁର ସର୍କଲର ଆରସିସିଏଫ ଭାବରେ ନିଯୁକ୍ତି ଦିଆଯାଇଥିଲା।

Leave A Reply

Your email address will not be published.