ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ପୁଣି ଜାମିନ୍ ଆବେଦନ କଲେ ଜଗନ୍ନାଥ ପ୍ରଧାନ

0

ଭୁବନେଶ୍ବର: ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ ଘଟଣାରେ ବିଜେପି ନେତା ଜଗା ପ୍ରଧାନ ପୁଣି ଜାମିନ୍ ଆବେଦନ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍‌ କୋର୍ଟରେ ଜାମିନ୍ ଆବେଦନ କଲେ। ଗତକାଲି SDJM କୋର୍ଟରେ ଜାମିନ୍ ଆବେଦନ ଖାରଜ ହୋଇଥିଲା। ସୋମବାର ବିଏମସିର ଅତିରିକ୍ତ କମିଶନରଙ୍କୁ ମାଡ ଘଟଣାରେ ଗୁରୁବାର ଆତ୍ମସମର୍ପଣ କରିବା ପରେ ଜଗନ୍ନାଥ ପ୍ରଧାନଙ୍କୁ କମିଶନରେଟ ପୋଲିସ୍ ଗିରଫ କରିଛି। ତାଙ୍କ ନାଁରେ ୧୨୧(୨) ଧାରା ଭଳି ସଙ୍ଗୀନ ଧାରା ଲଗାଇ ତାଙ୍କୁ ଗିରଫ କରିଛି ପୋଲିସ୍। ତେବେ ତାଙ୍କ ଓକିଲ ଜାମିନ୍ ଆବେଦନ କରିଥିବା ବେଳେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଜାମିନ ଆବେଦନକୁ JMFC କୋର୍ଟ ଖାରଜ କରିଦେଇଥିଲେ। ଫଳରେ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହାଜତକୁ ପଠାଇଦିଆଯାଇଛି। ଏବେ ସିଏ ଝାଡପଡା ଜେଲରେ ଅଛନ୍ତି।

ଜଗନ୍ନାଥ ପ୍ରଧାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫା ଲଗାଇଛି ପୁଲିସ। ଦଫା ୩୩୩, ୧୨୧(୧), ୧୨୧(୨), ୩୫୧(୨), ୬୨ ଓ ୩୦୪ରେ ମାମଲା ରୁଜୁ କରାଯାଇଛି। ଗୁରୁବାର ରାତିରେ ସମର୍ଥକଙ୍କୁ ଧରି ଡିସିପି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଜଗନ୍ନାଥ ପ୍ରଧାନ। ଆତ୍ମସମର୍ପଣ କଲା ପରେ କମିସନରେଟ ପୁଲିସ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିଥିଲା। ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଥିଲା। ଏହା ପରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲ ନେଇଥିଲା ।କୋର୍ଟ ତାଙ୍କର ଜାମିନକୁ ନାମଞ୍ଜୁର କରିଦେବା ପରେ ୧୪ ଦିନ ପାଇଁ ବିଚାର ବିଭାଗୀୟ ଜେଲକୁ ଯାଇଛନ୍ତି ଜଗନ୍ନାଥ ପ୍ରଧାନ। ହେଲେ ସେ ଆଜି ପୁଣି ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍‌ କୋର୍ଟରେ ଜାମିନ୍ ଆବେଦନ କରିଛନ୍ତି।

Leave A Reply

Your email address will not be published.