ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାଁ ଶ୍ମଶାନରେ ଯବାନଙ୍କ ଶେଷକୃତ୍ୟ ସଂପନ୍ନ

0

ଅତାବିରା: ଜନ୍ମମାଟିରେ ବିଏସ୍‌ଏଫ୍‌ ଯବାନଙ୍କ ମରଶରୀର। ଅତାବିରା ବ୍ଲକ ଗୋଡ଼ଭଗା ଗାଁର ଯବାନ ଖଗେନ୍ଦ୍ର ମହାପାତ୍ର ମେଘାଳୟରେ କାର୍ଯ୍ୟରତ ଥିବା ବେଳେ ଶହୀଦ ହୋଇଥିଲେ। ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଶେଷକୃତ୍ୟ କରାଯାଇଛି ।

ମଣିପୁର, ମିଜୋରାମ ଅନ୍ତର୍ଗତ ଆଇଯାଲରେ ବିଏସଏଫ ଯବାନ ଭାବେ ଦୀର୍ଘ ବାର ବର୍ଷ ଧରି ମାତୃଭୂମିର ସେବାରେ ନିଜକୁ ସମର୍ପିତ କରିଥିଲେ। ଭାରତୀୟ ଯବାନ ଖଗେଶ୍ବର ମହାପାତ୍ରଙ୍କ ମର ଶରୀର ମଧ୍ୟ ରାତି ୩ଟାରେ ଆସି ପହଞ୍ଚିଥିଲା ରାୟପୁର ବିମାନ ବନ୍ଦରରେ। ସେଠାରେ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ରାୟପୁର ର ବିଏସଏଫ୍ କାର୍ଯ୍ୟାଳୟର ସୀମା ସୁରକ୍ଷା ବଳଙ୍କ ଦ୍ଵାରା ଜନ୍ମ ମାଟିକୁ ଅଣାଯାଇଥିଲା।

ମିଳିଥିବା ସୂଚନାରୁ ପ୍ରକାଶ ଯେ, ସ୍ବର୍ଗତ ଖଗେନ୍ଦ୍ର ବିଏସ୍‌ଏଫ୍‌ ଯବାନ ଭାବେ ମଣିପୁର ଏବଂ ମେଘାଳୟ ଅଞ୍ଚଳରେ କାର୍ଯ୍ୟ କରୁଥିଲେ। ବୁଧବାର ସକାଳେ ପଡ଼ିଆରେ ଘାସ ସଫା କରୁଥିବା ବେଳେ ହଠାତ୍‌ ସେଠାରେ କୌଣସି କାରଣବଶତଃ ବିଦ୍ୟୁତ ଆଘାତର ସମ୍ମୁଖୀନ ହୋଇଥିଲେ। ତେବେ ସେଠାକାର ଏକ ଡାକ୍ତରଖାନାରେ ଡାକ୍ତର ଖଗେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେl

ସହିଦ ହୋଇଥିବା ଓଡ଼ିଆ ବୀର ଯବାନଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଉଥିବା ବେଳେ ହଜାର ହଜାର ଜନତା ଅତାବିରା ରାସ୍ତାର ଉଭୟ ପାର୍ଶ୍ବରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଗୋଡଭଗା ଗ୍ରାମରେ ପହଞ୍ଚିବା ପରେ ତାଙ୍କ ମର ଶରୀରକୁ ଘର ସମ୍ମୁଖରେ ରଖି ରାଷ୍ଟ୍ରୀୟ ସଲାମୀ ଦେଇ ପରିବାରକୁ ହସ୍ତାନ୍ତର କରିଥିଲେ। ଜିଲ୍ଲା ତଥା ଅଞ୍ଚଳର ହଜାର ହଜାର ଲୋକ, ମାନ୍ୟଗଣ୍ୟ ବ୍ୟକ୍ତି, ଅନୁଷ୍ଠାନ ,ସମସ୍ତେ ତାଙ୍କର ଶେଷ ଦର୍ଶନ କରିଥିଲେ। ଏହାପରେ ମାର୍ଚ୍ଚ ପାଷ୍ଟ ସହ ଗ୍ରାମ ପରିକ୍ରମା କରାଯାଇ ଗ୍ରାମର ଶ୍ମଶାନକୁ ନିଆଯାଇଥିଲା । ସାନ ଭାଇ ଅନିଲ ମୁଖାଗ୍ନୀ ଦେଇଥିଲେ, ସେଠାରେ ଶେଷ ସଲାମୀ ଦିଆଯାଇ ଶେଷ କୃତ୍ୟ ସଂପନ୍ନ ହୋଇଥିଲା।

Leave A Reply

Your email address will not be published.