ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାର

0

ନ୍ୟୁଜ୍ ବ୍ୟୁରୋ: ଭେନେଜୁଏଲାର ବିରୋଧୀ ଦଳ ନେତା ମାରିଆ କୋରିନା ମାଚାଡୋ ନୋବେଲ ଶାନ୍ତି ପୁରସ୍କାର ବିଜୟୀ ହୋଇଛନ୍ତି। ଭେନେଜୁଏଲାରେ ଗଣତନ୍ତ୍ର ଏବଂ ଲୋକଙ୍କ ଅଧିକାର ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି ମାରିଆ। ଭେନେଜୁଏଲାରେ ଏକଚ୍ଛତ୍ରବାଦୀ ଶାସନ ପରିବର୍ତ୍ତେ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ତାଙ୍କର ନିରବଚ୍ଛିନ୍ନ କାର୍ଯ୍ୟ ପାଇଁ ସେ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ମାରିଆଙ୍କ ନାମ ଘୋଷଣା ହେବା ପରେ ସେ ଆଶ୍ଚର୍ଯ୍ୟ ହୋଇଥିବା କହିଛନ୍ତି। ନୋବେଲ କମିଟି ମଧ୍ୟ ପୁରସ୍କାର ଘୋଷଣା ସମୟରେ ତାଙ୍କ କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ଗଣତନ୍ତ୍ର ପ୍ରତିଷ୍ଠା ଦିଗରେ ମାରିଆଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ସତ୍ବେ ତାଙ୍କ ଜୀବନ ପ୍ରତି ବହୁ ବିପଦ ରହିଥିଲା। କିନ୍ତୁ ସେ ଦେଶ ଛାଡ଼ି ନ ଥିଲେ। ଯାହା ଦେଶବାସୀଙ୍କୁ ବେଶ୍‌ ପ୍ରେରଣା ଯୋଗାଇଥିଲା। ତାଙ୍କ ସମର୍ଥକମାନଙ୍କ ମନୋବଳ ବୃଦ୍ଧି କରିଥିଲା। ଦେଶରେ ଏକଚ୍ଛତ୍ରବାଦ ଶାସନ ହଟାଇ ଗଣତନ୍ତ୍ର ପ୍ରତିଷ୍ଠା ଦିଗରେ ମାରିଆଙ୍କ ଶାନ୍ତିପୂର୍ଣ୍ଣ ଉଦ୍ୟମ ପ୍ରଶଂସନୀୟ, ଯେଉଁଥିପାଇଁ ତାଙ୍କୁ ଏହି ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଛି।

ନୋବେଲ ଶାନ୍ତି ପୁରସ୍କାର ନରୱେ କେବଳ ଏକ ପୁରସ୍କାର ଅଟେ ଯାହାକି ନରୱେରେ ପ୍ରଦାନ କରାଯାଇଥାଏ। ଅନ୍ୟ ଚାରୋଟି ପୁରସ୍କାର ସ୍ବିଡେନର ଷ୍ଟକହୋମରେ ପ୍ରଦାନ କରାଯାଇଥାଏ। ସୋମବାର ଚିକିତ୍ସା କ୍ଷେତ୍ରରେ, ମଙ୍ଗଳବାରରେ ପଦାର୍ଥ ବିଜ୍ଞାନ, ବୁଧବାର ଦିନ ରସାୟନ ବିଜ୍ଞାନ, ଗୁରୁବାର ଦିନ ସାହିତ୍ୟକ୍ଷେତ୍ର ପାଇଁ ନୋବେଲ ପୁରସ୍କାର ବିଜେତାଙ୍କର ନାମ ଘୋଷଣା କରାଯାଇଥିଲା। ତେବେ ମାରିଆଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନିରାଶ ହେବାକୁ ପଡ଼ିଛି। ଡୋନାଲ୍ଡ ଟ୍ରମ୍ପ ଗାଜାରେ ଶାନ୍ତି ସ୍ଥାପନା କରିବାର ଦାବି କରିଥିଲେ। ମାତ୍ର ନୋବେଲ କମିଟିର ସଦସ୍ୟ ବହୁ ସମୟ ଧରି ଟ୍ରମ୍ପଙ୍କ ଗତି ବିଧି ଉପରେ ନଜର ରଖିଥିଲେ। ଡୋନାଲଡ ଟ୍ରମ୍ପ ବହୁ ଆନ୍ତର୍ଜାତିକ ସ୍ତରରେ ବୈଦେଶିକ ନୀତିରେ ହସ୍ତକ୍ଷେପ କରି ବ୍ୟକ୍ତିଗତ ଶ୍ରେୟ ନେଇଛନ୍ତି। ଯାହା ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ଠାରୁ ବହୁ ଦୂର କରିଛି।

Leave A Reply

Your email address will not be published.