ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ

0

ଭୁବନେଶ୍ବର: ରଙ୍ଗର ପର୍ବ ହୋଲିକୁ ବିଭିନ୍ନ ଢଙ୍ଗରେ ପାଳିବାକୁ ଲୋକମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆଇନ ଶୃଙ୍ଖଳା ଦିଗକୁ ନେଇ ମଧ୍ୟ କମିଶନରେଟ୍ ପୋଲିସ ସଜାଗ ହୋଇଛି। ଏଥର ହୋଲିରେ ସହରରେ ଯେଭଳି ବଡ଼ ଅପରାଧିକ କାଣ୍ଡ ନ ଘଟିବ ସେଥିପ୍ରତି ପୋଲିସ ପକ୍ଷରୁ ସଂପୂର୍ଣ୍ଣ ପ୍ରସ୍ତୁତି କରାଯାଇଛି।

ଗତବର୍ଷ ହୋଲିରେ ରାଜଧାନୀରେ ଦୁଇଟି ହତ୍ୟାକାଣ୍ଡ ଘଟିଥିଲା। ତେଣୁ ଏଥର ସେଭଳି ଘଟଣାର ପୁନରାବୃତ୍ତି ନ ହେବା ପାଇଁ ପୋଲିସ ସତର୍କ ହୋଇଛି। ବିଭିନ୍ନ ସ୍ଥାନରେ କଡାକଡି ଚେକିଂ ସହ ସମ୍ବେଦନଶୀଳ ସ୍ଥାନ ଗୁଡିକରେ ପୋଲିସ ଫୋର୍ସ ମୁତୟନ ହେବା ପାଇଁ ବ୍ୟବସ୍ଥା କରାଯାଇଛି। ପ୍ରାୟ ୩୧ ପ୍ଲାଟୁନ୍ ପୁଲିସ ଫୋର୍ସ ସହରକୁ ଜଗିବେ। ପ୍ରତିଟି ସମ୍ବେଦନଶୀଳ ଜାଗାରେ ପୋଲିସ ମୁତୟନ ହେବ। କେହି ଅମାନିଆ ଆଇନକୁ ହାତକୁ ନେଲେ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ୪ଜଣ ଅତିରିକ୍ତ ଡିସିପି, ୮ଜଣ ଏସିପି, ୨୬ଜଣ ଇନ୍ସପେକ୍ଟର, ୧୪୫ଜଣ ଏସ୍ଆଇ/ଏଏସ୍ଆଇ ସୁରକ୍ଷା ତଦାରଖ କରିବେ।

ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପିସିଆର ଭ୍ୟାନ୍ ପାଟ୍ରୋଲିଂ କରିବ। ୮୫ଟି ପଏଣ୍ଟରେ ମଦ୍ୟପ ଚାଳକଙ୍କୁ ପୋଲିସ ଜଗିବ। ବ୍ରେଥ୍ ଆନାଲାଇଜର ଯୋଗେ ସେମାନଙ୍କୁ ଚେକିଂ କରାଯିବ। କୌଣସି ପ୍ରାକ୍ ଦୁର୍ଘଟଣାକୁ ଏଡ଼ାଇବା ଲାଗି ବିଭିନ୍ନ ଜଳାଶୟ ଏବଂ ନଦୀଗୁଡ଼ିକରେ ପୁଲିସ ମୁତୟନ କରାଯିବ। ବିଭିନ୍ନ ଘାଟରେ ଓଡ୍ରାଫ ଟିମ ଓ ଅଗ୍ନିଶମ ବାହିନୀଙ୍କୁ ମଧ୍ୟ ମୁତୟନ କରାଯିବ। ସହରର ବିଭିନ୍ନ ହୋଟେଲରେ ଯାଞ୍ଚ କରାଯାଇ ଅପରାଧୀ ମାନଙ୍କ ଉପରେ ତୀକ୍ଷଣ ନଜର ରଖାଯିବ। ବେଆଇନ ଭାବେ ମଦ ତଥା ନିଶା ଦ୍ରବ୍ୟ ବିକ୍ରିରେ ରୋକ୍ ଲାଗିବ।

ପୋଲିସ ପରାମର୍ଶ ଦେଇଛି ଯେ ଗାଧୋଇବା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ବିଭିନ୍ନ ନଈରେ ଅଗ୍ନିଶମ ଟିମ୍ ମୁତୟନ ଥିବା ସ୍ଥାନରେ ହିଁ ଗାଧାନ୍ତୁ। ମଦ ପିଇ ଜଳାଶୟ କିମ୍ୱା ନଦୀ ଭିତରକୁ ପଶନ୍ତୁନି। ମଦ୍ୟପାନ କରି ଗାଡି଼ ଚଳାଇବାରୁ ନିବୃତ୍ତ ରୁହନ୍ତୁ। ପରିବେଶ ପ୍ରଦୂଷଣ ରୋକିବାକୁ ହର୍ବାଲ ରଙ୍ଗରେ ହୋଲି ଖେଳନ୍ତୁ ବୋଲି ପୋଲିସ ପରାମର୍ଶ ଦେଇଛି।

Leave A Reply

Your email address will not be published.