ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ହାଭେରୀରେ ମହାତ୍ମା ଗାନ୍ଧୀ ପ୍ରତିମା ଭାଙ୍ଗିଲେ ଦୁର୍ବୁତ୍ତ

0

କର୍ଣ୍ଣାଟକ: କର୍ଣ୍ଣାଟକର ହାଭେରୀ ସହରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଦୁର୍ବୁତ୍ତମାନେ ଭାଙ୍ଗି ଦେଇଥିବା ଘଟଣା ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛି। ଘଟଣାଟି ମହାତ୍ମା ଗାନ୍ଧୀ ରୋଡରେ ଗତକାଲି ବିଳମ୍ବିତ ରାତିରେ ଘଟିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, କିଛି ଅଜଣା ଦୁର୍ବୁତ୍ତ ପ୍ରତିମୂର୍ତ୍ତିକୁ କ୍ଷତି ପହଞ୍ଚାଇ ପଳାଇଯାଇଥିଲେ। ଘଟଣା ସମ୍ପର୍କରେ ଖବର ପାଇବା ସହିତ ହାଭେରୀ ପୁଲିସ୍‌ ଅଧୀକ୍ଷକ ସହ ଏକ ଦଳ ଘଟଣାସ୍ଥଳକୁ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଥିଲେ। ପୁଲିସ୍‌ ଦ୍ୱାରା ପ୍ରାୟ ୨ ଫୁଟ ଉଚ୍ଚତା ବିଶିଷ୍ଟ କ୍ଷତିଗ୍ରସ୍ତ ପ୍ରତିମାକୁ ଜବତ କରି ଅଧିକ ତଦନ୍ତ ପାଇଁ ଥାନାକୁ ନେଇଯାଇଛି। ଏହି ଘଟଣାରେ ଏକ ମାମଲା ରୁଜୁ କରାଯାଇଥିବାବେଳେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଖୋଜାଖୋଜି ଚାଲିଛି।

ତଦନ୍ତର ଅଂଶ ଭାବେ ସହରର ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଉଛି। ତେବେ ଘଟଣାସ୍ଥଳରେ ଥିବା କ୍ୟାମେରା ବନ୍ଦ ଥିବା ଜଣାପଡିଥିବାରୁ ତଦନ୍ତକୁ କିଛି ସମସ୍ୟା ସୃଷ୍ଟି ହେଉଛି। ପୁଲିସ୍‌ ଶୀଘ୍ର ଦୁର୍ବୁତ୍ତମାନଙ୍କୁ ଚିହ୍ନଟ କରିବାକୁ ଆଶା ବ୍ୟକ୍ତ କରିଛି।

Leave A Reply

Your email address will not be published.