ପ୍ରମୁଖ ଖବର

ପଦ୍ମପୁରର ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁଙ୍କ ପରଲୋକ
ରକ୍ଷାବନ୍ଧନରେ ମହିଳାଙ୍କୁ ମାଗଣା ଆମ ବସ୍‌ ଯାତ୍ରା
ଏବେ ୩୫ ଟଙ୍କାରେ ମିଳିବ ପିଆଜ, ମହଙ୍ଗା ଦରକୁ ରୋକିବ କେନ୍ଦ୍ର
ନେପାଳରେ ହଠାତ୍ ବନ୍ୟା: ୭ ମୃତ, ୩୮୪ ନିଖୋଜ

ଭାରତ ଆସୁଥିବା ଜାହାଜକୁ ଟାର୍ଗେଟ

0

ହର୍ମୁଜ ପ୍ରଣାଳୀରେ ଦୁଇ ଜାହାଜ ଗୁଳିମାଡ଼

ନ୍ୟୁଜ୍ ବ୍ୟୁରୋ: ହର୍ମୁଜ ପ୍ରଣାଳୀରେ ଇରାନ ରିଭୋଲ୍ୟୁଶନରୀ ଗାର୍ଡ କପର୍ସ (IRGC) ଦ୍ୱାରା ଗୁଳିମାଡ଼ ଘଟଣା ପରେ ଅଞ୍ଚଳରେ ଅଶାନ୍ତି ବଢ଼ିଛି। ତଥ୍ୟ ଅନୁସାରେ, ଇରାନୀ ବଳ ତିନୋଟି ମାଲବାହୀ ଜାହାଜକୁ ଟାର୍ଗେଟ କରିଥିବା ବେଳେ, ଦୁଇଟି ଜାହାଜକୁ ଜବତ କରି ନିଜ ଅଧୀନରେ ନେଇଛି। ଏହି ଜାହାଜମାନଙ୍କ ମଧ୍ୟରୁ ଗୋଟିଏ ‘ଏପାମିନୋଡେସ୍’ ଦୁବାଇରୁ ଚାଲି ଭାରତର ଗୁଜରାଟର ମୁନ୍ଦ୍ରା ବନ୍ଦରକୁ ଆସୁଥିଲା। ହର୍ମୁଜ ପ୍ରଣାଳୀ ଅତିକ୍ରମ କରିବା ପରେ ଏହା ଉପରେ ଗୁଳିମାଡ଼ କରାଯାଇଥିବା ସୂଚନା ମିଳିଛି। ଏହା ସହିତ ‘ଏମଏସସି ଫ୍ରାନସେସ୍କା’ ନାମକ ଅନ୍ୟ ଜାହାଜକୁ ମଧ୍ୟ ଇରାନ ଜବତ କରିଛି।

ଇରାନ ନୌସେନା ପକ୍ଷରୁ ଦାବି କରାଯାଇଛି ଯେ ଏହି ଜାହାଜଗୁଡ଼ିକ ବିନା ଆବଶ୍ୟକୀୟ ଅନୁମତିରେ ଚାଲୁଥିଲା ଏବଂ ନେଭିଗେସନ ସିଷ୍ଟମରେ ହେରଫେର କରି ସାମୁଦ୍ରିକ ସୁରକ୍ଷାକୁ ବିପଦରେ ପକାଇଥିଲେ। ଏହାପରେ ଇରାନୀ ବଳ ସେମାନଙ୍କୁ ଜବତ କରି ଇରାନ ତଟକୁ ନେଇଯାଇଛି। ବର୍ତ୍ତମାନ ଜାହାଜଗୁଡ଼ିକ ଇରାନର ନିୟନ୍ତ୍ରଣରେ ରହିଥିବା ବେଳେ, ସେଥିରେ ଥିବା ସାମଗ୍ରୀ, ଡକ୍ୟୁମେଣ୍ଟ ଓ ଅନ୍ୟାନ୍ୟ ରେକର୍ଡର ଯାଞ୍ଚ ଚାଲିଛି। ଏହି ଘଟଣା ପରେ ହର୍ମୁଜ ପ୍ରଣାଳୀରେ ସୁରକ୍ଷା ନେଇ ଚିନ୍ତା ବଢ଼ିବା ସହ ଆନ୍ତର୍ଜାତୀୟ ମଞ୍ଚରେ ମଧ୍ୟ ପ୍ରତିକ୍ରିୟା ସୃଷ୍ଟି ହୋଇଛି।

Leave A Reply

Your email address will not be published.