ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ସିଏନଜି ମଧ୍ୟ ମହଙ୍ଗା

0

ନ୍ୟୁଜ୍ ବ୍ୟୁରୋ: ଦେଶରେ ପେଟ୍ରୋଲ, ଡିଜେଲ ଓ ସିଏନଜି ଦର ପୁଣିଥରେ ବଢ଼ିଛି। ଶନିବାର ଠାରୁ ନୂତନ ଦର ଲାଗୁ ହୋଇଥିବା ବେଳେ ପେଟ୍ରୋଲ ଲିଟର ପିଛା ୮୭ ପଇସା ଓ ଡିଜେଲ ୯୧ ପଇସା ବୃଦ୍ଧି ପାଇଛି। ଏହା ସହ ଦିଲ୍ଲୀରେ ପେଟ୍ରୋଲ ଦର ୯୯.୫୧ ଟଙ୍କା ଓ ଡିଜେଲ ଦର ୯୨.୪୯ ଟଙ୍କାରେ ପହଞ୍ଚିଛି। ଗତ ୧୦ ଦିନ ମଧ୍ୟରେ ଏହା ତୃତୀୟ ଥର ପାଇଁ ଇନ୍ଧନ ମୂଲ୍ୟ ବୃଦ୍ଧି ହେବାରୁ ସାଧାରଣ ଲୋକଙ୍କ ଚିନ୍ତା ବଢ଼ିଛି।

ମେ ୧୫ରେ ପ୍ରଥମେ ଦର ବୃଦ୍ଧି ହୋଇଥିବା ବେଳେ ପରେ ୧୯ ମେ ଓ ଏବେ ୨୩ ମେରେ ପୁଣି ଦର ବଢ଼ାଯାଇଛି। ଏହା ସହ ସିଏନଜି ମୂଲ୍ୟ ମଧ୍ୟ ଲଗାତାର ବୃଦ୍ଧି ପାଉଛି। ଦିଲ୍ଲୀରେ ସିଏନଜି ଦର ପ୍ରତି କିଲୋଗ୍ରାମ ୧ ଟଙ୍କା ବଢ଼ି ୮୧.୦୯ ଟଙ୍କାରେ ପହଞ୍ଚିଛି। ଏହି ମାସରେ ଏହା ତୃତୀୟ ସିଏନଜି ମୂଲ୍ୟ ବୃଦ୍ଧି।

ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା, ହର୍ମୁଜ୍ ପ୍ରଣାଳୀରେ ଅସ୍ଥିରତା ଓ ଅଶୋଧିତ ତେଲ ଯୋଗାଣ ସମସ୍ୟାକୁ ଏହି ଦର ବୃଦ୍ଧିର ମୁଖ୍ୟ କାରଣ ବୋଲି କୁହାଯାଉଛି। ରୁଷରୁ ତେଲ ଆମଦାନୀ ଉପରେ ଆମେରିକାର କଟକଣା ମଧ୍ୟ ଭାରତୀୟ ବଜାରରେ ଚାପ ସୃଷ୍ଟି କରିଛି। ପେଟ୍ରୋଲ, ଡିଜେଲ ଓ ସିଏନଜିର ଲଗାତାର ଦର ବୃଦ୍ଧି ଯୋଗୁଁ ଅଟୋ ଚାଳକ, କ୍ୟାବ୍ ଡ୍ରାଇଭର ଓ ମଧ୍ୟବିତ୍ତ ପରିବାରଙ୍କ ବଜେଟ ଉପରେ ବଡ଼ ପ୍ରଭାବ ପଡ଼ିଛି।

Leave A Reply

Your email address will not be published.