ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ଜଗତସିଂହପୁରରେ ହେବ ସରକାରୀ ମେଡିକାଲ କଲେଜ,

0

ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର: ଜଗତସିଂହପୁର ଜିଲ୍ଲାରେ ବହୁ ପ୍ରତୀକ୍ଷିତ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମେଡିକାଲ କଲେଜ ନିର୍ମାଣ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।
୨୦୨୪ ସାଧାରଣ ନିର୍ବାଚନ ସମୟରେ ଜଗତସିଂହପୁରରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ଭାରତୀୟ ଜନତା ପାର୍ଟି ପ୍ରତିଶ୍ରୁତି ଦେଇଥିଲା। ସ୍ଥାନୀୟ ବିଧାୟକ ଅମରେନ୍ଦ୍ର ଦାସ ମଧ୍ୟ ଏହି ପ୍ରସଙ୍ଗକୁ ନିର୍ବାଚନୀ ମୁଦ୍ଦା କରି ଜନସମର୍ଥନ ହାସଲ କରିଥିଲେ। ସରକାର ଗଠନ ପରେ ଜଗତସିଂହପୁରରେ ମେଡିକାଲ କଲେଜ ସ୍ଥାପନ ନେଇ ଘୋଷଣା କରାଯାଇଥିଲା। ବର୍ତ୍ତମାନ ଏହି ପ୍ରକଳ୍ପକୁ ବାସ୍ତବ ରୂପ ଦେବା ପାଇଁ ଜିଲ୍ଲା ପ୍ରଶାସନକୁ ଜମି ଚିହ୍ନଟ ଓ ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିବାକୁ କୁହାଯାଇଛି।

ସୂଚନା ଅନୁଯାୟୀ, ସଦର ଥାନା ଅଞ୍ଚଳର ନିପୁର ଗାଁ ନିକଟରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସ୍ଥାନ ଚୟନ କରାଯାଇଛି। ଏଥିପାଇଁ ଆବଶ୍ୟକ ସରକାରୀ ଓ ବେସରକାରୀ ଜମି ଚିହ୍ନଟ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ମିଳିଛି। ସେହିପରି ଅଧିଗ୍ରହଣ ହେବାକୁ ଥିବା ସମସ୍ତ ଜମିକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନାମରେ ରେକର୍ଡ କରିବାକୁ ମଧ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଜମି ଅଧିଗ୍ରହଣ ପ୍ରକ୍ରିୟା ଶୀଘ୍ର ସମ୍ପନ୍ନ ହେଲେ ଜଗତସିଂହପୁରରେ ମେଡିକାଲ କଲେଜ ପ୍ରତିଷ୍ଠାର ପଥ ଅଧିକ ସୁଗମ ହେବ ଏବଂ ଜିଲ୍ଲାବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ସହ ମେଡିକାଲ ଶିକ୍ଷାର ନୂଆ ସୁଯୋଗ ମିଳିବ।

Leave A Reply

Your email address will not be published.