ସେପ୍ଟେମ୍ବର ୧ରୁ ତାମିଲନାଡୁର ସମସ୍ତ ପ୍ରମୁଖ ମନ୍ଦିରରେ ମୋବାଇଲ ଫୋନ୍ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ ହେବ। ମନ୍ଦିରର ପବିତ୍ରତା ବଜାୟ ରଖିବା ସହ ଅନଧିକୃତ ଫଟୋ ଓ ଭିଡିଓ ଉତ୍ତୋଳନ ରୋକିବା ପାଇଁ ହିନ୍ଦୁ ଧାର୍ମିକ ଓ ଧର୍ମାର୍ଥ ଦାୟିତ୍ୱ ବିଭାଗ ଏହି ନୂଆ ନିୟମ ଲାଗୁ କରିଛି।
ମନ୍ଦିରକୁ ପ୍ରବେଶ ପୂର୍ବରୁ ଭକ୍ତମାନେ ନିର୍ଦ୍ଦିଷ୍ଟ କାଉଣ୍ଟରରେ ମୋବାଇଲ ଜମା କରିବେ ଏବଂ ଦର୍ଶନ ପରେ ଫେରାଇ ନେବେ। ପ୍ରତି ମୋବାଇଲ ପିଛା ୫ ଟଙ୍କା ଶୁଳ୍କ ନିଆଯିବ ଏବଂ ରସିଦ ଜାରି କରାଯିବ। ମୋବାଇଲ ରଖିବା ସ୍ଥାନର ସୁରକ୍ଷା ପାଇଁ ସିସିଟିଭି ବ୍ୟବସ୍ଥା କରାଯିବ।
ମନ୍ଦିର ପରିସରରେ ଦେବଦେବୀଙ୍କ ଫଟୋ ଉଠାଇବା, ଭିଡିଓ କରିବା କିମ୍ବା ରିଲ୍ ପ୍ରସ୍ତୁତ କରିବା ଉପରେ ମଧ୍ୟ କଡ଼ା ନଜର ରହିବ। ଅନଧିକୃତ ଫଟୋ କିମ୍ବା ଭିଡିଓ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ।
ଏଥିସହ ଅଭିନେତା, ଅଭିନେତ୍ରୀ, ରାଜନେତା ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ମନ୍ଦିର ଗସ୍ତ ପାଇଁ ମଧ୍ୟ ନୂଆ ନିୟମ ଲାଗୁ ହୋଇଛି। ଭିଆଇପି ଗସ୍ତରେ ସାଧାରଣ ଭକ୍ତଙ୍କ ଦର୍ଶନ ଯେପରି ପ୍ରଭାବିତ ନହୁଏ, ସେଥିପାଇଁ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।
ମୋବାଇଲ ଜମା ରଖିବା ପାଇଁ ସୁରକ୍ଷିତ ବ୍ୟବସ୍ଥା କରିବାକୁ ମନ୍ଦିର ପ୍ରଶାସନକୁ ୨୦ ଦିନ ସମୟ ଦିଆଯାଇଛି। ମନ୍ଦିର ପ୍ରବେଶପଥ ସମେତ ପ୍ରମୁଖ ସ୍ଥାନରେ ମୋବାଇଲ ନିଷେଧ ସମ୍ପର୍କିତ ସୂଚନା ଲଗାଇବାକୁ ମଧ୍ୟ କୁହାଯାଇଛି।
ପ୍ରମୁଖ ଖବର
ଏକକ ଶିକ୍ଷକ ସ୍କୁଲରେ ତୁରନ୍ତ ନିଯୁକ୍ତ ହେବେ ଶିକ୍ଷକ
ଜାତୀୟ ହସ୍ତତନ୍ତ ଦିବସ: ଦୁଇ ଓଡ଼ିଆ ବୁଣାକାରଙ୍କୁ ଜାତୀୟ ସମ୍ମାନ
ରାଜପଥରୁ ହଟିବେ ଗୋରୁଗାଈ, ପ୍ରତି ୧୦୦ କିମିରେ ହେବ ଗୋଶାଳା
ରୁଷ ସହ ବାଣିଜ୍ୟ କଲେ ଲାଗିପାରେ ୧୦୦% ଶୁଳ୍କ
ଅଗଷ୍ଟ ୯ରୁ ୧୭ ଯାଏଁ ଘରେ ଘରେ ତ୍ରିରଙ୍ଗା ଅଭିଯାନ
ୟୁପିଆଇ ପେମେଣ୍ଟରେ ଲାଗିବନି ଶୁଳ୍କ, ସ୍ପଷ୍ଟ କଲେ ସରକାର
ଦିଲ୍ଲୀରେ ଅଗଷ୍ଟ ୯ରୁ ବିଜେପିର ସ୍ୱାଧୀନତା ଦିବସ ସପ୍ତାହ
ସେପ୍ଟେମ୍ବର ୧ରୁ ତାମିଲନାଡୁର ପ୍ରମୁଖ ମନ୍ଦିରରେ ମୋବାଇଲ ନିଷେଧ
ଷ୍ଟାର୍ଟଅପ୍ ପାଇଁ ୫ ସଂସ୍ଥା ସହ ସରକାରଙ୍କ ରଣନୀତିକ ବୁଝାମଣା
ଆଇଆଇଟି ଦିଲ୍ଲୀ ସମାବର୍ତ୍ତନରେ ‘ବିକଶିତ ଭାରତ’ ପାଇଁ ପ୍ରଧାନମନ୍ତୀ ଦେଲେ ବଡ଼ ବାର୍ତ୍ତା