କେରଳର ନାମ ପରିବର୍ତ୍ତନ ବିଲ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରି ଦେଇଛନ୍ତି। ଏହା ସହିତ ବିଲ୍ଟି ଆଇନରେ ପରିଣତ ହୋଇଛି। ଏଣିକି କେରଳର ଆଧିକାରିକ ନାମ ‘କେରଳମ୍’ ହେବ।
ଗତ ୧୧ ତାରିଖରେ କେରଳ ନାମ ପରିବର୍ତ୍ତନ ବିଲ୍ ଲୋକସଭାରେ ପାରିତ ହୋଇଥିଲା। ଏହାର ଦିନକ ପରେ ରାଜ୍ୟସଭା ମଧ୍ୟ ବିଲ୍କୁ ଅନୁମୋଦନ କରିଥିଲା। ଏହାପରେ ରାଷ୍ଟ୍ରପତିଙ୍କ ମଞ୍ଜୁରି ପାଇଁ ବିଲ୍ଟି ପଠାଯାଇଥିଲା।
କେରଳର ନାମ ‘କେରଳମ୍’ କରିବା ପାଇଁ ଦୀର୍ଘଦିନ ଧରି ଦାବି ହୋଇଆସୁଥିଲା। ୨୦୨୪ ଜୁନ୍ରେ ଏନେଇ କେରଳ ବିଧାନସଭାରେ ଏକ ସର୍ବସମ୍ମତ ସଙ୍କଳ୍ପ ପାରିତ ହୋଇଥିଲା। ପରେ କେନ୍ଦ୍ର ସରକାର ଏହି ପ୍ରସ୍ତାବ ଉପରେ ପ୍ରକ୍ରିୟା ଆଗକୁ ବଢ଼ାଇଥିଲେ। କେରଳ ବିଧାନସଭା ନିର୍ବାଚନ ପୂର୍ବରୁ ଗତ ଫେବୃଆରୀରେ କେନ୍ଦ୍ର କ୍ୟାବିନେଟ ମଧ୍ୟ ନାମ ପରିବର୍ତ୍ତନ ପ୍ରସ୍ତାବକୁ ମଞ୍ଜୁରି ଦେଇଥିଲା।
ପ୍ରମୁଖ ଖବର
ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍ ସ୍ମିତ୍ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ