ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ଚିନି ଦରରେ ରେକର୍ଡ ବୃଦ୍ଧି

0

ନୂଆଦିଲ୍ଲୀ: ଦେଶରେ ଚିନି ଦର ଅପ୍ରତ୍ୟାଶିତ ଭାବେ ବଢ଼ିବା ସହ ଖାଦ୍ୟ ବନାମ ଇନ୍ଧନକୁ ନେଇ ବିବାଦ ତୀବ୍ର ହୋଇଛି। ଗତ ଏକ ମାସ ମଧ୍ୟରେ ସମ୍ବଲପୁର ସମେତ ଓଡ଼ିଶା ଓ ଦେଶର ବିଭିନ୍ନ ବଜାରରେ ଚିନି ଦରରେ ବଡ଼ ବୃଦ୍ଧି ଘଟିଛି। ସମ୍ବଲପୁରରେ ମାସକ ପୂର୍ବରୁ କିଲୋପ୍ରତି ପ୍ରାୟ ୪୫ ଟଙ୍କା ଥିବା ଚିନି ଏବେ ୬୫ ଟଙ୍କାରେ ବିକ୍ରି ହେଉଛି। ଆଗକୁ ଗଣେଶ ପୂଜା, ନୂଆଁଖାଇ ଓ ଦୁର୍ଗାପୂଜା ଭଳି ପର୍ବ ଥିବାରୁ ଚିନିର ଚାହିଦା ଆହୁରି ବଢ଼ିପାରେ। ଏହା ଫଳରେ ଦର ଆହୁରି ବଢ଼ିବା ନେଇ ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।

ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଆଖୁ ଉତ୍ପାଦକ ହୋଇଥିଲେ ମଧ୍ୟ ଚଳିତ ସମୟରେ ଦେଶକୁ ଚିନି ଆମଦାନୀ କରିବାକୁ ପଡ଼ୁଛି। ଅର୍ଥନୀତି ବିଶେଷଜ୍ଞଙ୍କ ମତରେ, ଆଖୁର ଏକ ବଡ଼ ଅଂଶ ଇଥାନଲ ଉତ୍ପାଦନରେ ବ୍ୟବହାର ହେବା ଯୋଗୁଁ ଚିନି ଉତ୍ପାଦନ ପାଇଁ ଉପଲବ୍ଧ କଞ୍ଚାମାଲର ପରିମାଣ ପ୍ରଭାବିତ ହୋଇଛି।
ଅଶୋଧିତ ତୈଳ ଆମଦାନୀ ଉପରେ ନିର୍ଭରଶୀଳତା କମାଇବା ଲକ୍ଷ୍ୟରେ ସରକାର ଇଥାନଲ ମିଶ୍ରିତ ପେଟ୍ରୋଲ କାର୍ଯ୍ୟକ୍ରମକୁ ବ୍ୟାପକ କରିଛନ୍ତି। ଇ-୨୦ କାର୍ଯ୍ୟକ୍ରମ ମାଧ୍ୟମରେ ପେଟ୍ରୋଲରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ଇଥାନଲ ମିଶ୍ରଣ ଲକ୍ଷ୍ୟ ରଖାଯାଇଛି। ଏହା ତୈଳ ଆମଦାନୀ ଓ କାର୍ବନ ନିର୍ଗମନ କମାଇବାରେ ସହାୟକ ହୋଇଥିଲେ ମଧ୍ୟ ଚିନି ଉପଲବ୍ଧତା ଉପରେ ଚାପ ସୃଷ୍ଟି କରିଥିବା ମତ ପ୍ରକାଶ ପାଇଛି। ଏହା ସହ ମିଠା, ପାନୀୟ ଓ ବେକେରୀ ଶିଳ୍ପର ବଡ଼ କ୍ରେତାମାନେ ଆଗୁଆ ଚିନି କିଣି ମହଜୁଦ କରିବାରୁ ବଜାରରେ ଯୋଗାଣ ଉପରେ ଚାପ ବଢ଼ିଥିବା ଆଶଙ୍କା କରାଯାଉଛି।

ଚିନି ସଙ୍କଟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଅକ୍ଟୋବର ୩୧ ପର୍ଯ୍ୟନ୍ତ ଟାରିଫ୍ ରେଟ୍ କୋଟା ଅଧୀନରେ ୧୦ ଲକ୍ଷ ମେଟ୍ରିକ୍ ଟନ୍ କଞ୍ଚା ଚିନି ଶୂନ୍ୟ ଶୁଳ୍କରେ ଆମଦାନୀକୁ ଅନୁମତି ଦେଇଛନ୍ତି। ପ୍ରାୟ ଏକ ଦଶନ୍ଧି ପରେ ଏଭଳି ପଦକ୍ଷେପ ନିଆଯାଇଥିବାରୁ ଚିନି ବଜାରକୁ ଏହା କିଛିଟା ଆଶ୍ୱସ୍ତି ଦେଇପାରେ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.