ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ନେପାଳକୁ ସହାୟତା , ୬୮.୫ ଟନ୍‌ ରିଲିଫ୍‌ ସାମଗ୍ରୀ ପଠାଇଲା ଭାରତ

0

ନେପାଳ: ବିପର୍ଯ୍ୟୟରେ ଛାରଖାର ହୋଇପଡ଼ିଥିବା ନେପାଳକୁ ଭାରତର ସହାୟତା ଅବ୍ୟାହତ ରହିଛି। ଭୟଙ୍କର ବନ୍ୟା ଓ ଫ୍ଲାସ୍‌ ଫ୍ଲଡ୍‌ ପରେ ଉଦ୍ଧାର ଏବଂ ରିଲିଫ୍‌ କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି ଭାରତ। ଏହି କ୍ରମରେ ଭାରତ ପକ୍ଷରୁ ପଠାଯାଇଥିବା ଚତୁର୍ଥ ରିଲିଫ୍‌ ବିମାନ ଆଜି ନେପାଳର ରାଜଧାନୀ କାଠମାଣ୍ଡୁରେ ପହଞ୍ଚିଛି।

ଭାରତୀୟ ବାୟୁସେନାର C-130 ବିମାନରେ ପ୍ରାୟ ୧୧ ଟନ୍‌ ଜରୁରୀକାଳୀନ ରିଲିଫ୍‌ ସାମଗ୍ରୀ ସହ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ବିଶେଷଜ୍ଞ ଦଳ ଓ ଆବଶ୍ୟକ ଯନ୍ତ୍ରପାତି ପଠାଯାଇଛି। ବିଶେଷକରି ସୁରଙ୍ଗ ଭିତରେ ଉଦ୍ଧାର କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ଟେକ୍ନିକାଲ୍‌ ଟିମ୍‌ ଏବଂ ଅତ୍ୟାଧୁନିକ ଉପକରଣ ଏହି ବିମାନରେ ରହିଛି।
ଏଥିସହ ବନ୍ୟା ଓ ଭୂସ୍ଖଳନରେ ପ୍ରାଣ ହରାଇଥିବା ଲୋକଙ୍କ ପରିଚୟ ନିର୍ଣ୍ଣୟ ପାଇଁ ଡିଏନଏ ବିଶ୍ଳେଷଣ କରିପାରୁଥିବା ଫୋରେନସିକ୍‌ ବିଶେଷଜ୍ଞ ଦଳକୁ ମଧ୍ୟ ନେପାଳ ପଠାଯାଇଛି। ଏହି ଟିମ୍‌ ସହ ଆବଶ୍ୟକ ଫୋରେନସିକ୍‌ ଉପକରଣ ମଧ୍ୟ ପହଞ୍ଚିଛି। କେବଳ ବିମାନ ଯୋଗେ ରିଲିଫ୍‌ ସାମଗ୍ରୀ ପଠାଇବାରେ ସୀମିତ ରହିନାହିଁ ଭାରତ। ନେପାଳରେ ଭାଙ୍ଗିପଡ଼ିଥିବା ସଡ଼କ ଯୋଗାଯୋଗକୁ ପୁଣି ସ୍ୱାଭାବିକ କରିବା ଦିଗରେ ମଧ୍ୟ ସହଯୋଗ କରୁଛି। ୨୩୦ ଫୁଟ୍‌ ଲମ୍ବା ସିଙ୍ଗଲ୍‌-ଲେନ୍‌ ମଡ୍ୟୁଲାର୍‌ ଷ୍ଟିଲ୍‌ ବ୍ରିଜ୍‌ ନିର୍ମାଣ ପାଇଁ ଆବଶ୍ୟକ ସାମଗ୍ରୀ ନେଇ ୧୬ଟି ଟ୍ରକ୍‌ ନେପାଳରେ ପହଞ୍ଚିଛି। ଆଗକୁ ଆଉ ୭ଟି ବେଲି ବ୍ରିଜ୍‌ ନିର୍ମାଣ ପାଇଁ ଆବଶ୍ୟକ ଉପକରଣ ପଠାଯିବାକୁ ଯୋଜନା ରହିଛି। ନେପାଳର ଏହି ଦୁର୍ଦ୍ଦିନରେ ଭାରତ ଉଦ୍ଧାର, ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟରେ ନିରନ୍ତର ସହଯୋଗ ଯୋଗାଇ ଆସୁଛି। ସୂଚନା ଅନୁସାରେ, ଆଜି ସୁଦ୍ଧା ଭାରତ ପକ୍ଷରୁ ନେପାଳକୁ ମୋଟ ୬୮.୫ ଟନ୍‌ ରିଲିଫ୍‌ ସାମଗ୍ରୀ ପଠାଯାଇସାରିଛି।

Leave A Reply

Your email address will not be published.