ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

ମାର୍ଚ୍ଚ ୩୧ ସୁଦ୍ଧା ଲୋକାୟୁକ୍ତ ଚୟନ, ୮ରୁ କାର୍ଯ୍ୟ

0

ସୁପ୍ରିମକୋର୍ଟରେ ହାଜର ହୋଇ ସତ୍ୟପାଠ ଦାଖଲ କଲେ ମୁଖ୍ୟସଚିବ
ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଲୋକାୟୁକ୍ତ ଚୟନ କରାଯିବ । ଏପ୍ରିଲ ୮ ତାରିଖରୁ ଲୋକାୟୁକ୍ତ ଓଡ଼ିଶାରେ କାର୍ଯ୍ୟ କରିବେ । ଲୋକାୟୁକ୍ତ ନିଯୁକ୍ତି ନେଇ ଆଜି ମୁଖ୍ୟଶାସନ ସଚିବ ସର୍ବୋଚ୍ଚ ନ୍ୟାୟାଳୟରେ ଏମିତି ସତ୍ୟପାଠ ଦାଖଲ କରିଛନ୍ତି । ଫଳରେ ଲୋକାୟୁକ୍ତ ନେଇ ଯେଉଁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା, ସେଥିରେ ଆପାତତଃ ପରିସମାପ୍ତି ଘଟିଛି ।
ଆଜି ସୁପ୍ରିମକୋର୍ଟରେ ଲୋକାୟୁକ୍ତ ନିଯୁକ୍ତି ମାମଲାର ଗୁରୁତ୍ୱପୂର୍ଣ୍ଣ ଶୁଣାଣି ଥିଲା । ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦେଶରେ ମୁଖ୍ୟଶାସନ ସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ ମତ ରଖିବା ଲାଗି ପୂର୍ବରୁ କୋର୍ଟ ନିର୍ଦେଶ ଦେଇଥିଲେ । ମୁଖ୍ୟ ବିଚାରପତି ଜଷ୍ଟିସ ରଂଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି ।
ଲୋକାୟୁକ୍ତ ଆଇନ ପରେ ଓଡ଼ିଶା ପ୍ରଥମ ରାଜ୍ୟଭାବେ ଦେଶରେ ଲୋକାୟୁକ୍ତ ବିଲ୍‍ ବିଧାନସଭାରେ ପାସ କରିଥିଲେ । ୨୦୧୪ ଫେବ୍ରୁଆରି ୧୪ ତାରିଖରେ ଏହା ବିଧାନସଭାର ଅନୁମୋଦନ କରିଥିଲା । ପରେ ରାଷ୍ଟ୍ରପତି ଏହାକୁ ମୋହର ମାରିଥିଲେ ହେଁ, ଲୋକାୟୁକ୍ତ ଗଠନ ପ୍ରକ୍ରିୟା ବିଳମ୍ୱିତ ହୋଇଥିଲା ।
ସୁପ୍ରିମକୋର୍ଟକୁ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ଅସନ୍ତୋଷ ଝାଡିଥିଲେ । ଗତ ଅକ୍ଟୋବର ମାସରେ କୋର୍ଟରେ ଶୁଣାଣି ସମୟରେ ମୁଖ୍ୟ ବିଚାରପତି ନିର୍ଦିଷ୍ଟ ସମୟସୀମା ସଂପର୍କରେ ଜାଣିବାକୁ ଚାହିଁଥିଲେ । ସେ ସମୟରେ ଓଡ଼ିଶା ପକ୍ଷରୁ ଲଢୁଥିବା ଆଇନଜୀବୀ ତିନି ମାସ ସମୟ ମାଗିଥିଲେ ହେଁ, ତାହାକୁ ଅଗ୍ରାହ୍ୟ କରି ଦିଆଯାଇଥିଲା ।

Leave A Reply

Your email address will not be published.