ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ବିଜୁଳି ଦର ବୃଦ୍ଧି ବିରୋଧରେ ଅସନ୍ତୋଷ ତେଜିଲା

0
  • ଭୁବନେଶ୍ବରରେ ରାଜରାସ୍ତାକୁ ଓହ୍ଲାଇଲା ବିଜେପି
  • ବିଧାନସଭାରେ ଉଠାଇବାକୁ କଂଗ୍ରେସର ଧମକ
  • ଉପଭୋକ୍ତା ମହାସଂଘ କହିଲା ହାଇକୋର୍ଟ ଯିବୁ

ଭୁବନେଶ୍ବର: କରୋନା ସ୍ଥିତି ସାଂଘାତିକ ଥିବା ବେଳେ ଆସନ୍ତା ଅକ୍ଚୋବର ପହିଲାରୁ ବିଜୁଳି ଦର ୨୦ ପଇସା ବୃଦ୍ଧି ପ୍ରସଙ୍ଗକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି। ଆଜି ଭାରତୀୟ ଜନତା ପାର୍ଟି ଏହାକୁ ବିରୋଧ କରିଥିବା ବେଳେ ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ବରେ ଦଳର ନେତାମାନେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କୋଭିଡ ସମୟରେ ଲୋକମାନେ ଜୀବନ ଜୀବିକାକୁ ନେଇ ଆତଙ୍କିତ ଥିବା ବେଳେ ବିଦ୍ୟୁତ ଦେୟ ବୃଦ୍ଧି କରିବା ଦୁର୍ଭାଗ୍ୟ ଜନକ। ତୁରନ୍ତ ଏହାକୁ ପ୍ରତ୍ୟାହାର କରିବାକୁ ସେ ଦାବି କରିଛନ୍ତି। ଏହି ପ୍ରସଙ୍ଗକୁ ନେଇ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଦଳର ନେତା ଜଗନ୍ନାଥ ପ୍ରଧାନ ଧମକ ଦେଇଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଦାବି କରିଛନ୍ତି ଯେ ବର୍ଦ୍ଧିତ ଦର ପ୍ରତ୍ୟାହାର ତୁରନ୍ତ କରାଯାଉ। ଲୋକେ ଅଭାବ ଅନଟନରେ ଅଛନ୍ତି ଓ ରୋଜଗାର ହରାଇଛନ୍ତି, ଏହି ସମୟରେ ବିଦ୍ୟୁତ ଦର ବଢାଇବାର ନୈତିକ ଅଧିକାର ସରକାରଙ୍କର ନାହିଁ।

ଓଡ଼ିଶା ଉପଭୋକ୍ତା ମହାସଂଘ ସଭାପତି ରମେଶ ସଭାପତି କହିଛନ୍ତି ଯେ ସବୁ ଦିଗକୁ ବିଚାରକୁ ନେଇଥିଲେ, ଆଜି ଦରବୃଦ୍ଧିର ଆବଶ୍ୟକ ନଥାନ୍ତା। ଯଦି ଏ ବିଷୟରେ ତୁରନ୍ତ ପଦକ୍ଷେପ ନିଆନଯିବ, ତେବେ ଉପଭୋକ୍ତା ମହାସଂଘ ହାଇକୋର୍ଟକୁ ଯିବ।

ସେହିପରି କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି, ସରକାର ଯଦି ନିଷ୍ପତ୍ତି ନ ବଦଳାଇବେ ଓ ବିଦ୍ୟୁତ ଦର ହ୍ରାସ ନ ପାଇବ, ତେବେ କଂଗ୍ରେସ ଏ ପ୍ରସଙ୍ଗ ବିଧାନସଭାରେ ଉଠାଇ ସରକାରଙ୍କୁ ଘେରିବ। ଏଥିସହିତ ଆସନ୍ତା ଦିନରେ ଦଳ ରାଜରାସ୍ତାକୁ ଓହ୍ଲାଇବ। ସେହିପରି କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ କହିଛନ୍ତି, ବିଦ୍ୟୁତ ଦର ବୃଦ୍ଧି ନିଷ୍ପତ୍ତି ଅପରିଣାମଦର୍ଶୀ ଓ ଅମାନବୀୟ। କରୋନା କାରଣରୁ ଲୋକେ ଜୀବିକା ହରାଇଛନ୍ତି। ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। କଳକାରଖାନା ସ୍ଥିତି ନ କହିବା ଭଲ। ଠିକ୍ ଏମିତି ସମୟରେ ବିଦ୍ୟୁତ ଦର ବୃଦ୍ଧିକରି ଚାପ ସୃଷ୍ଟି କରିବା ନିମନ୍ତେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ନିଷ୍ପତ୍ତି ଆଦୌ ଯୁକ୍ତିଯୁକ୍ତ ନୁହେଁ। କୌଣସି ପରିସ୍ଥିତିରେ ବି ଏହାକୁ ଗ୍ରହଣ କରାଯାଇପାରିବ ନାହିଁ।

Leave A Reply

Your email address will not be published.