ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ସୁସ୍ଥ ହୃଦୟ ପାଇଁ ୧୦ ଟି ନିୟମ

0

୧.ସ୍ବାସ୍ଥ୍ୟକର ଖାଦ୍ୟ-ହୃଦୟକୁ ସୁସ୍ଥ ରଖିବା ପାଇଁ ଖାଦ୍ୟ ପାନୀୟକୁ ସଜାଡନ୍ତୁ। ଆପଣ କଣ ଖାଉଛନ୍ତି ଓ କେତେବେଳେ ଖାଉଛନ୍ତି ଉଭୟ ଗୁରୁତ୍ବପୂର୍ଣ୍ଣ। ଫଳ ପନିପରିବା ଏବଂ ଶସ୍ୟଜାତୀୟ ଖାଦ୍ୟ ସହ ସାମାନ୍ୟ ତେଲେ ବା ଘିଅ ଖାଆନ୍ତୁ।

୨.ଓଜନ -ମେଦ ଓ ଓଜନ ସବୁ ପ୍ରକାର ହୃଦ ରୋଗ ,ରକ୍ତଚାପ ଏବଂ ଡାଇବେଟିସର ବିପଦ ବଢ଼ାଏ। ତେଣୁ ଓଜନ ଉପରେ ନିୟନ୍ତ୍ରଣ ରଖନ୍ତୁ। ଖାଦ୍ୟ ଓ ପରିଶ୍ରମ ଉପରେ ଧ୍ୟାନ ଦେଇ ଓଜନ କମାଇ ହେବ।

୩.ବ୍ୟାୟାମ – ଦୈନିକ ଅଧଘଣ୍ଟା ଏରୋବିକ ଏକ୍ସସରସାଇଜ ହୃଦୟ ପାଇଁ ଭଲ। ଦୈନଦିନ ଯୋଗ ଏବଂ ଧ୍ୟାନ ଚାପ କମ କରିବାରେ ସହାୟକ ହୁଏ। ଚାପ କମ କଲେ ହୃଦୟର ଠିକ୍ ରୁହେ।

୪. ସକ୍ରିୟ ହୁଅନ୍ତୁ – ନିଜକୁ ଶାରୀରିକ ଭାବରେ ସକ୍ରିୟ ରଖନ୍ତୁ । ଲିଫ୍ଟ ବଦଳରେ ସିଡିର ବ୍ୟବହାର କରନ୍ତୁ। ସବୁ କାମ ପାଇଁ ଗାଡି ବ୍ୟବହାର ନକରି କିଛି ବାଟ ଚାଲନ୍ତୁ। ଛୋଟ ଛୋଟ କାମ କରିବା ପାଇଁ ଚେଷ୍ଟା କରନ୍ତୁ।

୫. ମାନସିକ ଚାପ କୁ ଦୂରାନ୍ତୁ – ଅଧିକାଂଶ ରୋଗର ମୁଳ ମାନସିକ ଚାପ। ହୃଦରୋଗ ବି ଏଥିରେ ସାମିଲ। ମାନସିକ ଚାପ ସମସ୍ତଙ୍କର ଅଛି। କିନ୍ତୁ ଏଥିରୁ ମୁକ୍ତି ପାଇବା ପାଇଁ ଚେଷ୍ଟା କରନ୍ତୁ।

୬ .ସିଗାରେଟ ଓ ମଦ ଛାଡନ୍ତୁ – ମଦ ରକ୍ତରେ ଟ୍ରାଇଗ୍ଲିସେରାଇଡ୍ ପରିମାଣ ବଢ଼ାଏ। ଏହା ରକ୍ତରେ ଫ୍ୟାଟର କାରଣ ହୁଏ। ଅଧିକ ଆଲକୋହଲ୍ ମେଦ ବୃଦ୍ଧି,ଉଚ୍ଚ ରକ୍ତଚାପ ଓ ହାର୍ଟ ଫେଲ୍ୟୁଅରର କାରଣ ହୋଇପାରେ। ସେମିତି ଧୂମପାନ ମଧ୍ୟ ହୃଦରୋଗ ପାଇଁ ଦାୟୀ।

୭. ଭଲ ନିଦ – ନିଦର ଅଭାବ ରକ୍ତଚାପ ଏବଂ କୋଲଷ୍ଟ୍ରୋଲକୁ ପ୍ରଭାବିତ କରେ। ନିଦ କମ୍ ହେଲେ ମାନସିକ ଚାପ ବଢ଼େ।

୮. ମନ‌ ଖୋଲି ହସନ୍ତୁ – ଯେଉଁମାନେ ମନଖୋଲି ଜୋରରେ ହସି ପାରନ୍ତି ସେମାନଙ୍କଠାରେ ହୃଦରୋଗର ସମ୍ଭାବନା କମ୍। ଅଧିକ ହସିବା ଦ୍ବାରା ରକ୍ତ ପ୍ରଭାବ ଠିକ୍ ରୁହେ।

୯. ପାରିବାରିକ ରୋଗର ଇତିହାସ – ଯଦି ଆପଣଙ୍କ ପରିବାରରେ କାହାକୁ ହୃଦରୋଗ ଅଛି ତେବେ ଆପଣ ଅଧିକ ସଚେତନ ହେବା ଆବଶ୍ୟକ। ଆପଣ ନିଜ ଜିନ୍ କୁ ତ ବଦଳାଇ ପାରିବେ ନାହିଁ ,କିନ୍ତୁ ସତର୍କ ରହି ରୋଗକୁ ଅଟକାଇ ପାରିବେ।

୧୦. ଡାକ୍ତରଙ୍କ ପାଖକୁ ଯାଆନ୍ତୁ – ଅନେକ ସମୟରେ ଲୋକମାନେ ଛାତି ଯନ୍ତ୍ରଣା,ମୁଣ୍ଡ ବୁଲାଇବା,ଅନିୟମିତ ହୃଦସ୍ପନ୍ଦନ ଆଦି ସମସ୍ୟାକୁ ଅଣଦେଖା କରିଦିଅନ୍ତି। ଫଳରେ ଦୀର୍ଘ ସମୟ ପଯ୍ୟର୍ନ୍ତ ଜଣାପଡେନି ଯେ,ସେମାନେ ହୃଦରୋଗର ଶିକାର ହୋଇଯାଇଛନ୍ତି। ତେଣୁ ଆପଣ ନିୟମିତ ଭାବରେ ଡାକ୍ତରଙ୍କ ପାଖକୁ ଯାଆନ୍ତୁ।

Leave A Reply

Your email address will not be published.