ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

ବଡ଼ ଘୋଷଣା କଲେ ନବୀନ

0

ସହିଦଙ୍କ ପରିବାର ପାଇଁ ଅନୁକମ୍ପା ରାଶି ୨୫ଲକ୍ଷକୁ ବଢିଲା
ଉଭୟ ସହିଦଙ୍କ ଗାଁ ମଡେଲ ପଞ୍ଚାୟତ ହେବ
ସେମାନଙ୍କ ପିଲାଙ୍କ ପାଠପଢା ବହନ କରିବେ ସରକାର
ପଢୁଥିବା ସ୍କୁଲ ସହିଦଙ୍କ ନାମରେ ନାମିତ କରାଯିବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ପରେ ବଡ଼ ଘୋଷଣା କରିଛନ୍ତି । ସହିଦ ଯବାନ ପ୍ରସନ୍ନ କୁମାର ସାହୁ ଓ ସହିଦ ଯବାନ ମନୋଜ ବେହେରାଙ୍କ ପରିବାରକୁ ୧୦ଲକ୍ଷ ନୁହେଁ, ୨୫ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ।
କେବଳ ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ଉଭୟ ସହିଦ ଯବାନଙ୍କ ଗାଁକୁ ମଡେଲ ପଞ୍ଚାୟତ କରାଯିବ ବୋଲି ଘୋଷଣା କରିଛନ୍ତି । ସହିଦ ଯବାନ ପଢୁଥିବା ବିଦ୍ୟାଳୟକୁ ସେମାନଙ୍କ ନାମରେ ନାମିତ କରାଯିବ । ସେହିପରି ସେମାନଙ୍କ ପିଲାମାନଙ୍କ ପାଠପଢା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ନବୀନ କହିଛନ୍ତି ।
ଏଠାରେ ଉଲ୍ଲେଖଥାଉକି, ରାଜ୍ୟ ସରକାରଙ୍କ ସହାୟତା ଘୋଷଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଅନ୍ୟ ରାଜ୍ୟମାନେ ଅଧିକ ସହାୟତା ଘୋଷଣା କରିଥିବା ଦର୍ଶାଇ ଲୋକେ କ୍ଷୋଭ ପ୍ରକଟ କରିଥିଲେ ।

Leave A Reply

Your email address will not be published.