ପ୍ରମୁଖ ଖବର

ଦିଲ୍ଲୀ ଏମ୍ସରେ ସମସ୍ତ ଛୁଟି ବାତିଲ, ଯେତେ ଶୀଘ୍ର ସମ୍ଭବ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ
ହାଇ ଆଲର୍ଟରେ ଭୁବନେଶ୍ୱର ଏୟାରପୋର୍ଟ
ବାଲେଶ୍ୱର ଚାନ୍ଦିପୁରରେ ହାଇ ଆଲର୍ଟ ଜାରି କରିଛି ଓଡ଼ିଶା ପୋଲିସ
ଅନିର୍ଦ୍ଦିଷ୍ଟ କାଳ ଯାଏ ଆଇପିଏଲ ସ୍ଥଗିତ
ମେ ୧୫ ତାରିଖ ସକାଳ ସାଢେ ୫ଟା ଯାଏଁ ଦେଶର ୨୪ଟି ବିମାନବନ୍ଦର ବନ୍ଦ ରହିବ
ସବୁ ରାଜ୍ୟକୁ ଜରୁରୀ କ୍ଷମତା ପ୍ରୟୋଗ ପାଇଁ ନିର୍ଦ୍ଦେଶ, ସିଭିଲ ଡିଫେନ୍ସ ନିୟମ ଅନୁଯାୟୀ ଜରୁରୀ କ୍ଷମତା ହେବ ପ୍ରୟୋଗ

କୁହୁଡି ଆସ୍ତରଣରେ ଅଧା ଓଡ଼ିଶା

0

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଜି ଘନ କୁହୁଡି ଦେଖିବାକୁ ମିଳିଛି। ଅଧା ଓଡ଼ିଶାରେ ଏଭଳି ଚିତ୍ର ରହିଛି। ବିଶେଷକରି ପାରାଦୀପ, କଟକ, ଚାନ୍ଦବାଲି ଅଞ୍ଚଳରେ ମୁହଁକୁ ମୁହଁ ଦେଖାଯାଇନାହିଁ। ପାଣିପାଗ ବିଭାଗର ସୂଚନା ଅନୁସାରେ, ଚାନ୍ଦବାଲିରେ ଅତି ଘନକୁହୁଡି ପରିଲକ୍ଷିତ ହୋଇଛି। ୨୫ମିଟର ଦୂରତାରେ ମଧ୍ୟ କିଛି ଦୃଶ୍ୟମାନ ହେଉନଥିଲା। ପାରାଦୀପରେ ଏହା ୫୦ ମିଟର ଥିଲା। କଟକରେ ଘନ କୁହୁଡି କାରଣରୁ ୧୦୦ମିଟର ଦୂରତାରେ ମଧ୍ୟ କିଛି ଦେଖାଯାଉନଥିଲା।

ରାଜଧାନୀ ଭୁବନେଶ୍ବର, ନୟାଗଡ, ବାରିପଦା ଆଦି ଅଞ୍ଚଳରେ ହାଲୁକା କୁହୁଡି ଦେଖିବାକୁ ମିଳିଥିଲା। ବାଲେଶ୍ବରରେ କୁହୁଡି ମଧ୍ୟମ ଧରଣର ରହିଥିଲା। ତେବେ ଭୁବନେଶ୍ବର ପଟିଆ ଅଞ୍ଚଳରେ ଟିକିଏ କୁହୁଡି ପରିମାଣ ଅଧିକ ଥିଲା।

ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ଯେ ଆସନ୍ତା ତିନିଦିନ ଏଭଳି ଚିତ୍ର ରହିବ। ଓଡ଼ିଶା ଉପରେ ଏବେ ଏକ ଗୁରୁଚାପ ବଳୟ ରହିଛି। ଆକାଶ ନିର୍ମଳ ଥିଲେ ହେଁ ବାୟୁମଣ୍ଡଳରେ ପ୍ରଚୁର ପରିମାଣରେ ଜଳୀୟବାଷ୍ପ ଥିବାରୁ ରାଜ୍ୟରେ ଘନକୁହୁଡିପାଇଁ ପାଗ ଅନୁକୂଳରହିଛି। ଏଥିପାଇଁ ୧୪ ତାରିଖ ଦିନ ଯାଏ ବିଭିନ୍ନ ଜିଲ୍ଲାକୁ ୟେଲୋ ଵାର୍ଣ୍ଣିଂ ଜାରି କରାଯାଇଛି।

Leave A Reply

Your email address will not be published.