ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ରାଜ୍ୟବାସୀଙ୍କ ସାମ୍ନାରେ ନବୀନ ରଖିବେ ହିସାବ

0
  • ପ୍ରଥମ ଥର ପାଇଁ ମନ୍ତ୍ରୀ ପରିଷଦର ସିଧା ପ୍ରସାରଣ ହେବ
  • ଏଥର ଲୋକ ତିଆରି କରିବେ ବିଜେଡିର ନିର୍ବାଚନ ଇସ୍ତାହାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିରୋଧୀଙ୍କ ପୁଣି ଏକ ଚକମା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ରାଜ୍ୟ ମନ୍ତ୍ରୀ ପରିଷଦବୈଠକର ସିଧା ପ୍ରସାରଣ ହେବ । ଅପରାହ୍ନ ୪ଟାରୁ ଓଡ଼ିଆ ଚ୍ୟାନେଲମାନେ ଏହାର ସିଧା ପ୍ରସାରଣ କରିବାକୁ ସରକାର ଘୋଷଣା କରିଛନ୍ତି । ସଚିବାଳୟର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅପରାହ୍ନ ୪ଟା ୧୫ମିନିଟରେ ମନ୍ତ୍ରୀ ପରିଷଦ ବୈଠକ ଡାକିଛନ୍ତି । ସାଧାରଣ ନିର୍ବାଚନକୁ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଡାକିଥିବା ଏହି ମନ୍ତ୍ରୀ ପରିଷଦ ବୈଠକକୁ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ନିର୍ବାଚନ ପ୍ରତିଶ୍ରୁତି ମୁତାବକ ସରକାର ଲୋକଙ୍କ ପାଇଁ ବିକାଶମୂଳକ କାର୍ଯ୍ୟ କରିବାରେ କେତେ ସଫଳ ହୋଇଛନ୍ତି, ନବୀନ ତାର ସମୀକ୍ଷା କରିବେ । ଏହାସହିତ ଆସନ୍ତା ନିର୍ବାଚନରେ ଓଡ଼ିଶାବାସୀ ସରକାରଙ୍କ ଠାରୁ କଣ ଆଶା ରଖୁଛନ୍ତି, ତାର ତାଲିକା ମଧ୍ୟ ମନ୍ତ୍ରୀମାନଙ୍କ ଠାରୁ ସେ ସଂଗ୍ରହ କରିପାରନ୍ତି ବୋଲି ସୂଚନା ମିଳୁଛି ।

ଉଲ୍ଲେଖଯୋଗ୍ୟ, ୨୦୧୪ରେ ଶପଥ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ ସଚିବାଳୟରେ ମନ୍ତ୍ରୀ ପରିଷଦ ବୈଠକ ଡାକି ନିର୍ବାଚନ ଇସ୍ତାହାରକୁ ଶତ ପ୍ରତିଶତ କାର୍ଯ୍ୟକାରୀ କରିବା ଲାଗି ଏକ ପ୍ରସ୍ତାବ ପାରିତ କରାଇଥିଲେ । ଏବଂ ବିଜେଡି ଦେଇଥିବା ପ୍ରତିଶ୍ରୁତି ଓ ଯୋଜନାକୁ ନବୀନ ଗୋଟିଏ ପରେ ଗୋଟିଏ ପୂରଣ କରିବାରେ ଇତିମଧ୍ୟରେ ସକ୍ଷମ ହୋଇଛନ୍ତି । ଏପରିସ୍ଥଳେ ଆସନ୍ତାକାଲିର ଏହି ମନ୍ତ୍ରୀ ପରିଷଦ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛ । ଏମିତିରେ ବି ଆସନ୍ତାକାଲି ବିଜେଡି ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମର ଶୁଭାରମ୍ଭ କରୁଛି । ଏଥିରେ ମହିଳାମାନେ ପ୍ରତି ଘରକୁ ଯାଇ ୨୦୧୯ରେ ସରକାର ଜିତିଲେ କଣ କରିବା ଆବଶ୍ୟକ ସେ ସଂକ୍ରାନ୍ତ ପ୍ରସ୍ତାବକୁ ଏକାଠି କରିବେ ଓ ସାଧାରଣ ଲୋକଙ୍କର ଏହି ପ୍ରସ୍ତାବକୁ ଇସ୍ତାହାରରେ ପରିଣତ କରି ନବୀନ ୨୦୧୯ ନିର୍ବାଚନକୁ ଓହ୍ଲାଇବେ ।

Leave A Reply

Your email address will not be published.