ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଗରିବଙ୍କ ମୁଣ୍ଡ ଉପରେ ଛାତକୁ ବିରୋଧ କରୁଛି ବିଜେପି

0

ବିଜେପି ଅଭିଯୋଗ ଉପରେ ଜବାବ ଦେଲା ବିଜେଡି

ଭୁବନେଶ୍ୱର: ଓଡିଶାରେ ହତାଶ ହୋଇପଡିଥିବା ନିଜର ଦଳର କର୍ମୀମାନଙ୍କ ମନୋବଳ ବଢାଇବା ରାଜ୍ୟ ବିଜେପି ସଭାପତିଙ୍କ ପାଇଁ କେତେ କଷ୍ଟକର ତାହା ଆମେ ଜାଣିଛୁ। ଆଜି ତାଙ୍କର ସାମ୍ବାଦିକ ସମ୍ମିଳନୀ ହେଉଛି ଏଭଳି ହତୋତ୍ସାହିତ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଆଉ ଗୋଟିଏ ଦୁର୍ବଳ ପ୍ରୟାସ। ଯେଉଁମାନେ ପଶ୍ଚିମବଙ୍ଗରେ ନିଜ ଦଳର ପରାଜୟ ଏବଂ ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, କର୍ଣ୍ଣାଟକ ସହିତ ଅନ୍ୟ ରାଜ୍ୟରେ ଦେଖାଦେଇଥିବା ସାଙ୍ଗଠନିକ ସମସ୍ୟାକୁ ନେଇ ଅତ୍ୟନ୍ତ ନିରାଶ ହୋଇ ପଡିଛନ୍ତି। ଅବସ୍ଥା ଏଭଳି ହୋଇଛି ଯେ ସେମାନଙ୍କର ଆଉ ନିଜ ଉପରେ ବିଶ୍ୱାସ ନାହିଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର କହିଛନ୍ତି ଯେ ଗୋଟିଏ ପଟେ ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଶ୍ରୀ ମହାନ୍ତିଙ୍କ ଦଳ ନେତୃତ୍ୱରେ କେନ୍ଦ୍ରରେ ପରିଚାଳିତ ସରକାର ଓଡିଶାକୁ ପୁରସ୍କୃତ କରୁଥିବାବେଳେ ଅନ୍ୟପଟେ ଶ୍ରୀ ମହାନ୍ତି ଗ୍ରାମାଞ୍ଚଳ ଗୃହ ନିର୍ମାଣ କ୍ଷେତ୍ରରେ ଓଡିଶାର ସଫଳ କାର୍ଯ୍ୟକୁ ବଦନାମ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏହା ହେଉଛି ଗୋଟିଏ ହାତ କ’ଣ କରୁଛି ତାହା ଅନ୍ୟ ହାତ ଜାଣିନଥିବା ଭଳି କଥା।
ଆମେ ଆଶା କରୁଛୁ ଯେ ବିଜେପିର ଜ୍ଞାନ ଉଦୟ ହେବା ସହିତ ସେମାନେ ଏଭଳି ଭିତ୍ତିହୀନ ଅଭିଯୋଗ ଆଣି ଓଡିଶାକୁ ବଦନାମ କରିବା ପରିବର୍ତ୍ତେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଶଂସିତ ଓଡିଶାର ଗ୍ରାମୀଣ ଗୃହ ବିକାଶ କାର୍ଯ୍ୟ ଉପରେ ଅଧିକ ଧ୍ୟାନ ଦେବେ । ମିଥ୍ୟା ଅଭିଯୋଗ ଆଣି ଓଡିଶାକୁ ବଦନାମ ଉଦ୍ୟମ କରୁଥିବା ବିଜେପିକୁ ଓଡିଶାବାସୀ କେବେ ହେଲେ କ୍ଷମା କରିବେ ନାହିଁ ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହଛନ୍ତି।

ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ ଯେଉଁ ଗରିବ ଲୋକମାନେ ସେମାନଙ୍କ ମୁଣ୍ଡ ଉପରେ ଛାତଟିଏ ପାଇବା ପାଇଁ ଅପେକ୍ଷା କରିଛନ୍ତି ଶସ୍ତା ରାଜନୀତି ଦ୍ୱାରା ସେମାନଙ୍କୁ ଘର ପାଇବାରୁ ବଞ୍ଚିତ ଉଦ୍ୟମ କରୁଥିବା ବିଜେପିକୁ କେବେ ହେଲେ ସେମାନେ କ୍ଷମା କରିବେ ନାହିଁ। ଏହା ଆହୁରି ଦୁର୍ଭାଗ୍ୟଜନକ ଯେ କେବିକେ ଅଞ୍ଚଳ ଏବଂ ଆଦିବାସୀ ବହୁଳ ଜିଲ୍ଲା ଗୁଡିକରେ ବିଶେଷ ଭାବରେ ଘର ତିଆରିକୁ ବନ୍ଦ କରିଦିଆଯାଇଛି ।

Leave A Reply

Your email address will not be published.