ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ଗରିବଙ୍କ ମୁଣ୍ଡ ଉପରେ ଛାତକୁ ବିରୋଧ କରୁଛି ବିଜେପି

0

ବିଜେପି ଅଭିଯୋଗ ଉପରେ ଜବାବ ଦେଲା ବିଜେଡି

ଭୁବନେଶ୍ୱର: ଓଡିଶାରେ ହତାଶ ହୋଇପଡିଥିବା ନିଜର ଦଳର କର୍ମୀମାନଙ୍କ ମନୋବଳ ବଢାଇବା ରାଜ୍ୟ ବିଜେପି ସଭାପତିଙ୍କ ପାଇଁ କେତେ କଷ୍ଟକର ତାହା ଆମେ ଜାଣିଛୁ। ଆଜି ତାଙ୍କର ସାମ୍ବାଦିକ ସମ୍ମିଳନୀ ହେଉଛି ଏଭଳି ହତୋତ୍ସାହିତ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଆଉ ଗୋଟିଏ ଦୁର୍ବଳ ପ୍ରୟାସ। ଯେଉଁମାନେ ପଶ୍ଚିମବଙ୍ଗରେ ନିଜ ଦଳର ପରାଜୟ ଏବଂ ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, କର୍ଣ୍ଣାଟକ ସହିତ ଅନ୍ୟ ରାଜ୍ୟରେ ଦେଖାଦେଇଥିବା ସାଙ୍ଗଠନିକ ସମସ୍ୟାକୁ ନେଇ ଅତ୍ୟନ୍ତ ନିରାଶ ହୋଇ ପଡିଛନ୍ତି। ଅବସ୍ଥା ଏଭଳି ହୋଇଛି ଯେ ସେମାନଙ୍କର ଆଉ ନିଜ ଉପରେ ବିଶ୍ୱାସ ନାହିଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର କହିଛନ୍ତି ଯେ ଗୋଟିଏ ପଟେ ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଶ୍ରୀ ମହାନ୍ତିଙ୍କ ଦଳ ନେତୃତ୍ୱରେ କେନ୍ଦ୍ରରେ ପରିଚାଳିତ ସରକାର ଓଡିଶାକୁ ପୁରସ୍କୃତ କରୁଥିବାବେଳେ ଅନ୍ୟପଟେ ଶ୍ରୀ ମହାନ୍ତି ଗ୍ରାମାଞ୍ଚଳ ଗୃହ ନିର୍ମାଣ କ୍ଷେତ୍ରରେ ଓଡିଶାର ସଫଳ କାର୍ଯ୍ୟକୁ ବଦନାମ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏହା ହେଉଛି ଗୋଟିଏ ହାତ କ’ଣ କରୁଛି ତାହା ଅନ୍ୟ ହାତ ଜାଣିନଥିବା ଭଳି କଥା।
ଆମେ ଆଶା କରୁଛୁ ଯେ ବିଜେପିର ଜ୍ଞାନ ଉଦୟ ହେବା ସହିତ ସେମାନେ ଏଭଳି ଭିତ୍ତିହୀନ ଅଭିଯୋଗ ଆଣି ଓଡିଶାକୁ ବଦନାମ କରିବା ପରିବର୍ତ୍ତେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଶଂସିତ ଓଡିଶାର ଗ୍ରାମୀଣ ଗୃହ ବିକାଶ କାର୍ଯ୍ୟ ଉପରେ ଅଧିକ ଧ୍ୟାନ ଦେବେ । ମିଥ୍ୟା ଅଭିଯୋଗ ଆଣି ଓଡିଶାକୁ ବଦନାମ ଉଦ୍ୟମ କରୁଥିବା ବିଜେପିକୁ ଓଡିଶାବାସୀ କେବେ ହେଲେ କ୍ଷମା କରିବେ ନାହିଁ ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହଛନ୍ତି।

ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ ଯେଉଁ ଗରିବ ଲୋକମାନେ ସେମାନଙ୍କ ମୁଣ୍ଡ ଉପରେ ଛାତଟିଏ ପାଇବା ପାଇଁ ଅପେକ୍ଷା କରିଛନ୍ତି ଶସ୍ତା ରାଜନୀତି ଦ୍ୱାରା ସେମାନଙ୍କୁ ଘର ପାଇବାରୁ ବଞ୍ଚିତ ଉଦ୍ୟମ କରୁଥିବା ବିଜେପିକୁ କେବେ ହେଲେ ସେମାନେ କ୍ଷମା କରିବେ ନାହିଁ। ଏହା ଆହୁରି ଦୁର୍ଭାଗ୍ୟଜନକ ଯେ କେବିକେ ଅଞ୍ଚଳ ଏବଂ ଆଦିବାସୀ ବହୁଳ ଜିଲ୍ଲା ଗୁଡିକରେ ବିଶେଷ ଭାବରେ ଘର ତିଆରିକୁ ବନ୍ଦ କରିଦିଆଯାଇଛି ।

Leave A Reply

Your email address will not be published.