ପ୍ରମୁଖ ଖବର

ଦୁଇ ଭାଗ ହେଲା ଫଲକନୁମା ଏକ୍ସପ୍ରେସ୍
ଆତ୍ମସମର୍ପଣ କଲେ ୩୧ ମାଓବାଦୀ
ବାଲେଶ୍ୱର ଜିଲାରେ ଥିବା ରିଜର୍ଭ ପୋଲିସ ବାରାକରେ ଜଣେ ମହିଳା ପୋଲିସ କନଷ୍ଟେବଳଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଏକ କାର୍ ଭିତରୁ ୧୩୦ କିଲୋ ଗଞ୍ଜେଇ ଜବତ
ପଞ୍ଜାବର ଜଳନ୍ଧରରେ ଭାଜପା ନେତା ମନୋରଞ୍ଜନ କାଳିଆଙ୍କ ଘର ବାହାରେ ଏକ ବିସ୍ଫୋରଣ

ଆକାଶରୁ ଖସିଲା ମୃତ୍ୟୁ

0

ଭୁବନେଶ୍ବର: ବଜ୍ରପାତ ନେଉଛି ଜୀବନ। ଗତକାଲି ଦେଶର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୭୫ରୁ ଅଧିକ ଜୀବନ ଯାଇଥିଲା। ଆଜି ଓଡିଶାରେ ମଧ୍ୟ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି । ରାଜ୍ୟରେ ଆଜି ବିଭିନ୍ନ ସ୍ଥାନରେ ୫ ଜଣଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇଛି । ମୟୂରଭଂଜରେ ୪ ଜଣଙ୍କ ବଜ୍ରପାତରେ ମୃତ୍ୟୁ ହୋଇଥିବା ବେଳେ ଢେଙ୍କାନାଳରେ ଜଣକର ମୃତ୍ୟୁ ହୋଇଛି।

ମୟୂରଭଂଜ ଚାନ୍ଦୁଆ ଥାନା ବାଘୁଆଶୋଳ ଗାଁର ୨ ନାବାଳକ ଓ ଜଣେ ନାବାଳିକାର ବ୍ରଜାଘାତରେ ମୃତ୍ୟୁ ହୋଇଛି। ଛେଳି ଚରାଇବାକୁ ଯାଇଥିବା ବେଳେ ହଠାତ୍‌ ବର୍ଷା ହୋଇଥିଲେ। ଏହି ସମୟରେ ଗୋଟିଏ ଗଛ ମୂଳେ ଆଶ୍ରୟ ନେଇଥିଲେ ୩ ଜଣ । ବଜ୍ରାଘାତରେ ୩ ଜଣଙ୍କ ଘଟଣା ସ୍ଥଳରେ ହିଁ ଟଳିପଡିଥିଲେ । ୧୮ରୁ ଅଧିକ ଛେଳିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିପରି ଶୁଳିଆପଦା ଥାନା ବଡମାଚଣା ଗାଁରେ ମଧ୍ୟ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ଢେଙ୍କାନାଳ ପରଜଂଗରେ ମଧ୍ୟ ଜଣକର ମୃତ୍ୟୁ ହୋଇଛି, ୩ ଜଣ ଗୁରୁତର ଅଛନ୍ତି ।

Leave A Reply

Your email address will not be published.