ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ଆକାଶରୁ ଖସିଲା ମୃତ୍ୟୁ

0

ଭୁବନେଶ୍ବର: ବଜ୍ରପାତ ନେଉଛି ଜୀବନ। ଗତକାଲି ଦେଶର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୭୫ରୁ ଅଧିକ ଜୀବନ ଯାଇଥିଲା। ଆଜି ଓଡିଶାରେ ମଧ୍ୟ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି । ରାଜ୍ୟରେ ଆଜି ବିଭିନ୍ନ ସ୍ଥାନରେ ୫ ଜଣଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇଛି । ମୟୂରଭଂଜରେ ୪ ଜଣଙ୍କ ବଜ୍ରପାତରେ ମୃତ୍ୟୁ ହୋଇଥିବା ବେଳେ ଢେଙ୍କାନାଳରେ ଜଣକର ମୃତ୍ୟୁ ହୋଇଛି।

ମୟୂରଭଂଜ ଚାନ୍ଦୁଆ ଥାନା ବାଘୁଆଶୋଳ ଗାଁର ୨ ନାବାଳକ ଓ ଜଣେ ନାବାଳିକାର ବ୍ରଜାଘାତରେ ମୃତ୍ୟୁ ହୋଇଛି। ଛେଳି ଚରାଇବାକୁ ଯାଇଥିବା ବେଳେ ହଠାତ୍‌ ବର୍ଷା ହୋଇଥିଲେ। ଏହି ସମୟରେ ଗୋଟିଏ ଗଛ ମୂଳେ ଆଶ୍ରୟ ନେଇଥିଲେ ୩ ଜଣ । ବଜ୍ରାଘାତରେ ୩ ଜଣଙ୍କ ଘଟଣା ସ୍ଥଳରେ ହିଁ ଟଳିପଡିଥିଲେ । ୧୮ରୁ ଅଧିକ ଛେଳିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିପରି ଶୁଳିଆପଦା ଥାନା ବଡମାଚଣା ଗାଁରେ ମଧ୍ୟ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ଢେଙ୍କାନାଳ ପରଜଂଗରେ ମଧ୍ୟ ଜଣକର ମୃତ୍ୟୁ ହୋଇଛି, ୩ ଜଣ ଗୁରୁତର ଅଛନ୍ତି ।

Leave A Reply

Your email address will not be published.