ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ପୁଣି ସଫଳତା: ସଂଗଠନ ଛାଡୁଛନ୍ତି ଦୁର୍ଦାନ୍ତ ମାଓବାଦୀ

0

ଭୁବନେଶ୍ବର: ମାଓ ସଂଗଠନକୁ ଶକ୍ତ ଝଟକା ଲାଗିଛି। ଦୁର୍ବଳ ହେଉଛି ଲାଲ ସଂଗଠନ। ଡିଜିପି ଅଭୟଙ୍କ ମାଲକାନଗିରି ଓ କୋରାପୁଟ ଗସ୍ତ ସମୟରେ ୩ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ମାଲକାନଗିରି ଏସପିଙ୍କ କାର୍ଯ୍ୟାଳୟରେ ଡିଜିପିଙ୍କ ଉପସ୍ଥିତିରେ ୨ ଜଣ ଆତ୍ମସମର୍ପଣ କରିଥିବା ବେଳେ କୋରାପୁଟରେ ଜଣେ ମହିଳା ମାଓନେତ୍ରୀ ବି ମୁଖ୍ୟ ସ୍ରୋତକୁ ଆସିଛନ୍ତି।

ମାଲକାନଗିରି ଏସପିଙ୍କ କାର୍ଯ୍ୟାଳୟରେ ଡିଜିପିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଥିବା ଦୁଇ ହାର୍ଡକୋର ମାଓବାଦୀ ହେଲେ ଏରିଆ କମିଟି ମେମ୍ବର ସବିତା ଓ ପାର୍ଟି ମେମ୍ବର ରାଇଧର । ସବିତା ନାଁରେ ୨ ଲକ୍ଷ ଓ ରାଇଧର ନାଁରେ ଲକ୍ଷେ ଟଙ୍କାର ପୁରସ୍କାର ରାଶି ଥିଲା।

ସେହିପରି କୋରାପୁଟରେ ମାଓବାଦୀଙ୍କ ବୈପାରିଗୁଡ଼ା ଏରିଆ କମିଟିର ହାର୍ଡ଼ କୋର ମାଓନେତ୍ରୀ ତାଲସେ ହୁଇକା ଡ଼ିଜିପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ତାଳସେ ହୁଇକା ନାଁରେ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ସେ ୧୩ ବର୍ଷ ବୟସରେ ନକ୍ସଲଙ୍କ ଜନ ନାଟ୍ୟ ମଣ୍ଡଳୀ ଦ୍ୱାରା ପ୍ରଭାବିତ ହୋଇ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ । ତାଲସେର ଘର ନାରାୟଣ ପାଟଣା ବ୍ଲକରେ। ଜନ ନାଟ୍ୟ ମଣ୍ଡଳୀରେ ସଦସ୍ୟ ହେବା ପରେ ତାଙ୍କର ସକ୍ରିୟତାକୁ ନେଇ ତାଲସେଙ୍କ ହାତରେ ୩୦୩ ରାଇଫଲ ଠାରୁ ଆରମ୍ଭ କରି ଇନସାସ ପର୍ଯ୍ୟନ୍ତ ବ୍ୟବହାର କରିଥିବା ଡ଼ିଜିପି ସୂଚନା ଦେଇଛନ୍ତି।

ଡିଜିପି ଅଭୟ ଆଜି ତେମୁରୁପାଲି ଠାରେ ହୋଇଥିବା ବିଏସଏଫ କ୍ୟାମ୍ପର ପହଞ୍ଚି ମାଓ ସ୍ଥିତିର ସମୀକ୍ଷା କରିଥିଲେ । ମାଓବାଦୀଙ୍କୁ ନିପାତ କରିବା ଲାଗି ଟେମୃପାଲି ଠାରେ ବିଏସଏଫ୍ କ୍ୟାମ୍ପରେ ସୁରକ୍ଷା କର୍ମୀଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି ଡିଜିପି । ହିଂସାର ପଥ ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ମାଓବାଦୀଙ୍କୁ ଅପିଲ କରିଛନ୍ତି ଡିଜିପି ।

Leave A Reply

Your email address will not be published.